ଓଡିଶା

odisha

ETV Bharat / bharat

Yogi 2.0: ଆସନ୍ତା ସପ୍ତାହରେ ନେବେ ଶପଥ, ଏମିତି ହେବ ଭବ୍ୟ ଉତ୍ସବ - ଯୋଗୀ ଆଦିତ୍ୟନାଥ

ଆସାନ୍ତା ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ହୋଲି ପରେ ଏହି ଶପଥ ଉତ୍ସବ ହେବା ନେଇ ପୂର୍ବରୁ ମଧ୍ୟ କୁହାଯାଇଥିଲା । ତେବେ ମିଳିଥିବା ସରକାରୀ ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଯୋଗୀ ତାଙ୍କର ଦ୍ବିତୀୟ ପାଳି ସରକାର ଗଢିବେ । ଅଧିକ ପଢନ୍ତୁ

ଯୋଗୀ ୨.୦: ଆସନ୍ତା ସପ୍ତାହରେ ନେବ ଶପଥ
ଯୋଗୀ ୨.୦: ଆସନ୍ତା ସପ୍ତାହରେ ନେବ ଶପଥ

By

Published : Mar 18, 2022, 3:50 PM IST

ଲକ୍ଷ୍ନୌ:ଆସାନ୍ତା ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ହୋଲି ପରେ ଏହି ଶପଥ ଉତ୍ସବ ହେବା ନେଇ ପୂର୍ବରୁ ମଧ୍ୟ କୁହାଯାଇଥିଲା । ତେବେ ମିଳିଥିବା ସରକାରୀ ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଯୋଗୀ ତାଙ୍କର ଦ୍ବିତୀୟ ପାଳି ସରକାର ଗଢିବେ ।

ସେହିପରି ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଲିଥିବା ଖବର ଆସଛି । ଏଥିସହ ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ଉତ୍ତରପ୍ରଦେଶ ଇକନା ଷ୍ଟାଡିୟମରେ ହେବ । ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାର ଅତିଥିଙ୍କୁ ନିମନ୍ତ୍ରଣ କରାଯିିବ ।

ସେହିଭଳି ବିଜେପି ପକ୍ଷରୁ ଯୋଗୀଙ୍କ ଶପଥ ଉତ୍ସବରେ ଯୋଗଦେବା ଲାଗି ଆସିବାକୁ ଥିବା ଅତିଥିଙ୍କ ନାମ ପ୍ରସ୍ତୁତ କରାଯାଉଛି । ବିଜେପିକୁ ପୁଣି ଥରେ ଶାସନକୁ ଆଣିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିଛି ସେମାନଙ୍କୁ ମୁଖ୍ୟତଃ ଏହି ଉତ୍ସବରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଉଛି । ତେବେ ଏମାନଙ୍କୁ ବିଜେପିର 'ଲାଭାର୍ଥୀ' ବୋଲି କୁହାଯାଉଥିବା ବେଳେ ଏମାନେ ଉତ୍ତରପ୍ରଦେଶରେ ବିଜେପିକୁ ଜିତେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭିଭିଆଇପିଙ୍କ ପାଇଁ ବ୍ୟବସ୍ଥା:

ଯୋଗୀଙ୍କ ଦ୍ବିତୀୟ ପାଳି ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବରେ ବହୁତ ସଂଖ୍ୟାରେ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେବେ । ଶପଥ ଉତ୍ସବରେ ପ୍ରାୟ ୨ଶହ ଜଣ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ବିଜେପି ପକ୍ଷରୁ ସୂଚାନା ମିଳିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡାକଡି କରାଯାଉଛି । ଏହି ଉତ୍ସବପର ତଦାରଖ କରୁଥୁବା ଅଧିକାରୀଙ୍କ କହିବା ଅନୁଯାୟୀ ଶପଥ ଉତ୍ସବ ତୁଳନାତ୍ମକ ଶୈଳୀ ଏବଂ ମହନତା ଭାବରେ କରାଯିବ ।

ଅନ୍ୟପଟେ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୪୦୩ ଆସନରୁ ୨୫୫ଟି ଆସନରେ ବିଜୟୀ ହୋଇଛି । ତେବେ ବିଜେପି ଏଠାରେ ଦ୍ବିତୀୟ ଥର ପାଇଁ ସରକାର ଗଢିବାକୁ ଥିବା ବେଳେ ଯୋଗୀ ତାଙ୍କର ୨.୦ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ।

@IANS

ABOUT THE AUTHOR

...view details