ରାଞ୍ଚି:ଝାଡଖଣ୍ଡରହଜାରିବାଗ ଜିଲ୍ଲା ଅନ୍ତର୍ଗତ ବରକାଗାଁ ଗୁଳିକାଣ୍ଡ ମାମଲାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀଙ୍କୁ ରାଞ୍ଚି କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଉଭୟଙ୍କୁ ରାଞ୍ଚି ଆଚରଣବିଧି କୋର୍ଟର ଅତିରିକ୍ତ କମିଶନର ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟରେ ଦଣ୍ଡିତ କରାଯାଇଛି । ମାତ୍ର ଏହା ପୂର୍ବରୁ ମାର୍ଚ୍ଚ ୨୨ରେ କୋର୍ଟ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।
ତେବେ ବରକାଗାଁରେ 2015ରେ ଏନଟିପିସି(NTPC) କାରଖାନା ସ୍ଥାପନ ବେଳେ ଏହି ଘଟଣା ହୋଇଥିଲା । କାରଖାନା ପ୍ରତିଷ୍ଠାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ କୌଣସି ମୂହୁର୍ତ୍ତରେ ଆମ ଜମିକୁ ଏନଟିପିସି(NTPC)କୁ ଦେବୁ ନାହିଁ ବୋଲି କହିଥିଲେ । ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସ’ ଏବଂ ପୂର୍ବତନ ବିଧାୟକ ନିର୍ମଳା ଦେବୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ୨୦୧୫ ମସିହାରେ ଏନଟିସିପି ବିରୋଧରେ ହଜାରିବାଗ ଜିଲ୍ଲାର ବଡକାଗାଁରେ ଗଣ ସତ୍ୟାଗ୍ରହ କରିଥିଲେ ।