ଓଡିଶା

odisha

ETV Bharat / bharat

‘ଭାରତ ନୁହେଁ ନେପାଳରୁ ସୃଷ୍ଟି ଯୋଗ’ - Yoga originate

ଯୋଗର ଉତ୍ପତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି । ଯୋଗର ଉତ୍ପତି ନେପାଳରେ ହୋଇଥିବା ଯୁକ୍ତି ବାଢିଛନ୍ତି ପିଏମ କେପି ଶର୍ମା ଓଲି । ଅଧିକ ପଢନ୍ତୁ...

ଭାରତରେ ନୁହେଁ ନେପାଳରୁ ଉତ୍ପନ୍ନ 'ଯୋଗ' !
ଭାରତରେ ନୁହେଁ ନେପାଳରୁ ଉତ୍ପନ୍ନ 'ଯୋଗ' !

By

Published : Jun 21, 2021, 10:14 PM IST

Updated : Jun 21, 2021, 10:51 PM IST

କାଠମାଣ୍ଡୁ:ବିଶ୍ବବ୍ୟାପୀ ପାଳନ ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ଏହାରି ମଧ୍ୟରେ ଯୋଗର ଉତ୍ପତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଛନ୍ତି, ଯୋଗର ଉତ୍ପତି ଭାରତରେ ନୁହେଁ, ବରଂ ନେପାଳରେ ହୋଇଛି । କେବଳ ଏତିକି ନୁହେଁ ଭଗବାନ ରାମଙ୍କ ଜନ୍ମ ନେପାଳରେ ହୋଇଥିବା ବିବାଦାସ୍ପଦ ବୟାନକୁ ମଧ୍ୟ ଦୋହରାଇଛନ୍ତି ଓଲି ।

ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ କରିଥିବା ସମ୍ବୋଧନରେ କହିଛନ୍ତି ଯେ ଏକ ରାଷ୍ଟ୍ର ଭାବରେ ଭାରତର ଅସ୍ତିତ୍ବର ବହୁ ପୂର୍ବରୁ ନେପାଳରେ ଯୋଗ ଅଭ୍ୟାସ ଜାରି ରହିଛି। ଯୋଗ ଭାରତରେ ଉତ୍ପନ୍ନ ହୋଇନାହିଁ ବୋଲି ଦାବି କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ।

ଯେତେବେଳେ ଯୋଗର ଉତ୍ପତି ହେଲା, ସେତେବେଳେ ଭାରତ ଗଠନ ହୋଇ ନଥିଲା । ଭାରତ ପରି କୌଣସି ଦେଶ ନଥିଲା । କାରଣ ନେପାଳରେ ଯୋଗ ପ୍ରଚଳନକୁ ଆସିବା ସମୟରେ ଅନେକ ସୀମାନ୍ତ ରାଜ୍ୟ ଥିଲା । ତେଣୁ ଯୋଗ ନେପାଳ କିମ୍ବା ଉତ୍ତରାଖଣ୍ଡର ଆଖପାଖରେ ଉତ୍ପନ୍ନ ହୋଇଥିବା କହିଛନ୍ତି ପିଏମ ଓଲି ।

Last Updated : Jun 21, 2021, 10:51 PM IST

ABOUT THE AUTHOR

...view details