ଡେରାଡୁନ: ବାବା ରାମଦେବ ଓ ଏଲୋପାଥି ବିବାଦ । ବିଭିନ୍ନ ରାଜ୍ୟରେ ବାବା ରାମଦେବଙ୍କ ବିରୋଧରେ ହୋଇଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଯାଚିକା । ବାବା ରାମଦେବ ଓ ଏଲୋପାଥି ବିବାଦୀୟ ପରିସ୍ଥିତି ସୃଷ୍ଟି କିରଥିଲା । ଏହାକୁ ନେଇ ଦେଶରେ ବିଭିନ୍ନ ରାଜ୍ୟରେ ବାବାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।
କୋରୋନା ମହାମାରୀ ଲଢେଇରେ ଚଳିତ ବର୍ଷ ଏକ ନୂତନ ଲଢେଇ ସାମନାକୁ ଆସିଥିଲା । କୋରୋନା ଲଢେଇରେ ଏଲୋପାଥି ଠାରୁ ଆୟୁର୍ବେଦ ଅଧିକ କାର୍ଯ୍ୟକ୍ଷମ ବୋଲି କହିଥିଲେ ଯୋଗଗୁରୁ ରାମଦେବ ବାବା । ଏହାସହ ବାବା ରାମଦେବ ଏଲୋପାଥିକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ପରେ ଘୋର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ପରେ କ୍ଷମା ମାଗିଥିଲେ ବାବା ରାମଦେବ । ଏଲୋପାଥିକୁ ନେଇ ବିବାଦୀୟ ଟିପ୍ପଣୀ ବାବା ରାମଦେବଙ୍କୁ ଭାରି ମହଙ୍ଗା ପଡିଥିଲା । ତାଙ୍କ ବିରୋଧରେ ଆଇଏମଏ ତଥା ଭାରତୀୟ ମେଡିକାଲ ସଂଘ ମୋର୍ଚ୍ଚା ଖୋଲିଥିଲା ଏବଂ ସାରା ଦେଶରେ ଡାକ୍ତରମାନେ ଜୋରଦାର ବିରୋଧ କରିଥିଲେ ।