ଓଡିଶା

odisha

ETV Bharat / bharat

କୋରୋନିଲକୁ ଆୟୂଷ ମନ୍ତ୍ରାଳୟର ଗ୍ରୀନ ସିଗନାଲ, ଆଜି ହେଲା ଲଞ୍ଚ୍ - coronile

ମହାମାରୀ କୋରୋନା ଭାଇରସକୁ ପ୍ରତିହତ କରିବାକୁ ବାବା ରାମଦେବ ଆଜି(ଶୁକ୍ରବାର) ଆଉ ଏକ ମେଡିସିନ ଲଞ୍ଚ କରିଛନ୍ତି । ଯାହାର ନାଁ 'କୋରୋନିଲ' ରଖାଯାଇଛି ।

ପତଞ୍ଜଳି ଆଣିଲା କୋରୋନା ମେଡିସିନ
ପତଞ୍ଜଳି ଆଣିଲା କୋରୋନା ମେଡିସିନ

By

Published : Feb 19, 2021, 3:23 PM IST

ଦିଲ୍ଲୀ: ବଜାରକୁ ଆସିଲା ଯୋଗଗୁରୁ ରାମଦେବ ବାବାଙ୍କ କୋରୋନା ଓୌଷଧ । ମହାମାରୀ କୋରୋନା ଭାଇରସକୁ ପ୍ରତିହତ କରିବାକୁ ବାବା ରାମଦେବ ଆଜି(ଶୁକ୍ରବାର) ଆଉ ଏକ ମେଡିସିନ ଲଞ୍ଚ କରିଛନ୍ତି । ଯାହାର ନାଁ 'କୋରୋନିଲ' ରଖାଯାଇଛି ।

ଏନେଇ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଏକ କାର୍ଯ୍ୟକ୍ରମରେ ରାମଦେବ ଏହି ମେଡିସିନ ବାବଦରେ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ।

କୋରୋନିଲ ଟାବଲେଟ ଦ୍ବାରା ଏବେ କୋରୋନା ଚିକିତ୍ସା ହୋଇପାରିବ ବୋଲି ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ସେପଟେ ଆୟୁଷ ମନ୍ତ୍ରାଳୟ ମଧ୍ୟ କୋରୋନିଲ ଟାବଲେଟକୁ କୋରୋନା ଔଷଧ ରୂପେ ସ୍ବୀକୃତି ଦେଇଛି।

ABOUT THE AUTHOR

...view details