ଓଡିଶା

odisha

ETV Bharat / bharat

ତଥାପି ଭିତ୍ତିଭୂମିର ବିକାଶ ପାଇଁ ଆଉ ଏକ ବ୍ୟାଙ୍କ - ତଥାପି ଭିତ୍ତିଭୂମିର ବିକାଶ ପାଇଁ ଆଉ ଏକ ବ୍ୟାଙ୍କ

ଏଡ଼ାଇ ନହେବା ଭଳି ଏପରି ଏକ ପରିସ୍ଥିତି ଏବେ ସୃଷ୍ଟି ହୋଇଛି ଯାହା ଫଳରେ କେନ୍ଦ୍ର ସରକାର ପୁଣି ଥରେ ଏକ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ସ୍ଥାପନ କରିବା ନେଇ ବିଚାର କରୁଛନ୍ତି । କିଛି ବର୍ଷ ପୂର୍ବେ ଦେଶରେ ଏପରି କିଛି ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ଡେଭଲପମେଣ୍ଟ ଫାଇନାନ୍ସ ଇନିଷ୍ଟିଚ୍ୟୁସନ (ଡିଏଫଆଇ) ଗଠନ କରିବା ପାଇଁ ପୁଣି ଥରେ କ୍ଷେତ୍ର ପ୍ରସ୍ତୁତ କରାଯାଉଛି, ଯାହାକି ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଅନାଦେୟ ଋଣ ଆଦାୟ କରିବାରେ ସହାୟକ ହେବ ।

ତଥାପି ଭିତ୍ତିଭୂମିର ବିକାଶ ପାଇଁ ଆଉ ଏକ ବ୍ୟାଙ୍କ
ତଥାପି ଭିତ୍ତିଭୂମିର ବିକାଶ ପାଇଁ ଆଉ ଏକ ବ୍ୟାଙ୍କ

By

Published : Mar 24, 2021, 9:52 PM IST

ଏଡ଼ାଇ ନହେବା ଭଳି ଏପରି ଏକ ପରିସ୍ଥିତି ଏବେ ସୃଷ୍ଟି ହୋଇଛି ଯାହା ଫଳରେ କେନ୍ଦ୍ର ସରକାର ପୁଣି ଥରେ ଏକ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ସ୍ଥାପନ କରିବା ନେଇ ବିଚାର କରୁଛନ୍ତି । କିଛି ବର୍ଷ ପୂର୍ବେ ଦେଶରେ ଏପରି କିଛି ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ଡେଭଲପମେଣ୍ଟ ଫାଇନାନ୍ସ ଇନିଷ୍ଟିଚ୍ୟୁସନ (ଡିଏଫଆଇ) ଗଠନ କରିବା ପାଇଁ ପୁଣି ଥରେ କ୍ଷେତ୍ର ପ୍ରସ୍ତୁତ କରାଯାଉଛି, ଯାହାକି ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଅନାଦେୟ ଋଣ ଆଦାୟ କରିବାରେ ସହାୟକ ହେବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଏକ ଡିଏଫଆଇ ଆରମ୍ଭ କରିବାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । କ୍ୟାବିନେଟରେ ଅନୁମୋଦିତ ଏ ସମ୍ପର୍କିତ ବିଲ୍ କୋଭିଡ ସଂକଟ ଯୋଗୁଁ ବହୁତ ତଳକୁ ଖସି ଆସିଥିବା ଜାତୀୟ ଅର୍ଥନୀତିକୁ ନୂଆ ଜୀବନ ଦେବ । ଡିଏଫଆଇରେ ଦୀର୍ଘମିଆଦୀ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ସ୍ବରୂପ ଦଶ ବର୍ଷ ଟିକସର ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଆକଳନରେ ଏପରି ପଦକ୍ଷେପ ଦ୍ବାରା 7671 ଭିତ୍ତିଭୂମି ପ୍ରକଳ୍ପରେ 111 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ।

ଚୀନ୍, ବ୍ରାଜିଲ୍, ସିଙ୍ଗାପୁର, ଦକ୍ଷିଣ କୋରିଆ, ଜାପାନ ଏବଂ ଜର୍ମାନୀ ଆଦି ଦେଶର ଅର୍ଥନୈତିକ ପୁନଃରୁଥାନରେ ନିଜ ନିଜ ଦେଶରେ ଥିବା ଡେଭଲପମେଣ୍ଟ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି । ଭାରତରେ ମଧ୍ୟ ସୃଷ୍ଟି ହୋଇଥିବା ଜଟିଳତା ଏବଂ ଚ୍ୟାଲେଞ୍ଜ ଦୂର କରିବାରେ ବ୍ୟାଙ୍କ ସହାୟତା କରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ 1964 ଉଚ୍ଛେଦ ସହିତ ଭାରତରେ ଡିଏଫଆଇ ଯୁଗର ଅବସାନ ଘଟିଥିଲା। ନୂଆ କରି ପ୍ରସ୍ତାବିତ ଡେଭଲପମେଣ୍ଟ ବ୍ୟାଙ୍କର ସଫଳତା ବିଗତ ଦିନର ଦୋଷତ୍ରୁଟି ଏବଂ ତିକ୍ତ ଅନୁଭୂତିର ପୁନରାବୃତ୍ତି ରୋକାଯିବା ଉପରେ ମୁଖ୍ୟତଃ ନିର୍ଭର କରୁଛି ।

ଡେଭଲପମେଣ୍ଟ ବ୍ୟାଙ୍କ ବହୁବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଶିଳ୍ପାୟନକୁ ତ୍ବରାନ୍ବିତ କରିପାରିବ ବୋଲି ଏକ ଧାରଣା ରହିଛି । ଯାହା ଫଳରେ ଆଇଏଫସିଆଇ (1948), ଆଇସିଆଇସିଆଇ (1955) ଏବଂ ଆଇଡିବିଆଇ (1964) ପରି ଅନୁଷ୍ଠାନ ଜାତୀୟ ସ୍ତରରେ ଏବଂ ଏସଏଫସି ଏବଂ ଏସଆଇଡିସି ପରି ଅନୁଷ୍ଠାନ ରାଜ୍ୟସ୍ତରରେ ଆରମ୍ଭ ହୋଇଥିଲା । ସରକାର ସେମାନଙ୍କର ମୁଖ୍ୟ ଆର୍ଥିକ ସୂତ୍ର ହୋଇଥିବାରୁ ଏସବୁ ଅନୁଷ୍ଠାନ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିପାରିନଥିଲେ। ରାଜନୈତିକ ହସ୍ତକ୍ଷେପ କ୍ରମଶଃ ସେମାନଙ୍କ ସ୍ଥିତି ଖରାପ କରି ଦେଇଥିଲା । ଦାୟିତ୍ବହୀନ ନୀତିଗତ ନିଷ୍ପତ୍ତି ଯୋଗୁଁ ସେସବୁ ସଂସ୍ଥାର ଲାଭ କମିବା ସହ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ଏସବୁ ସଂସ୍ଥାର ଏନପିଏ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କର ଅନାଦେୟ ଋଣ ପରିମାଣଠାରୁ ଟପି ଯାଇଥିଲା ।

ଦୀର୍ଘ ମିଆଦୀ ଋଣ ଯୋଗାଣ କ୍ଷମତା ଅନ୍ୟ ବାଣିଜ୍ୟିକ ବ୍ୟାଙ୍କକୁ ଦେବା ପାଇଁ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପରେ ଦୀର୍ଘମିଆଦୀ ଋଣ ଯୋଗାଣ ନେଇ ଭିତ୍ତିଭୂମି ବିକାଶ ବ୍ୟାଙ୍କର ଥିବା ଏକଚାଟିଆ କ୍ଷମତାର ଅବସାନ ଘଟିଥିଲା । ଏହାପରେ ଏ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଥିଲା । ଆଇସିଆଇସିଆଇ ପରି ସଂସ୍ଥା ବାଣିଜ୍ୟିକ ବ୍ୟାଙ୍କରେ ପରିବର୍ତ୍ତନ ହୋଇଥିଲା ।

ପରବର୍ତ୍ତୀ ସମୟରେ ଛୋଟ ଛୋଟ ବ୍ୟାଙ୍କ ଏକାଠି ହୋଇ ଏକ ବଡ଼ ସଂସ୍ଥାରେ ପରିଣତ ହୋଇ ଦୀର୍ଘମିଆଦୀ ଋଣ ଯୋଗାଇବା ଆରମ୍ଭ କରିଥିଲେ । ତେବେ ଭୂମି ଅଧିଗ୍ରହଣରେ ବିଳମ୍ବ କାରଣରୁ ଭିତ୍ତିଭୂମି ବିକାଶ ପ୍ରତିଷ୍ଠାନଗୁଡ଼ିକ ଆଗକୁ ବଢି ପାରିନଥିଲେ । ସେମାନଙ୍କର ଏନପିଏ ପରିମାଣ ବହୁମାତ୍ରାରେ ବଢିବାକୁ ଲାଗିଥିଲା ।

ଦେଶର ଭିତ୍ତିଭୂମି ସ୍ଥିତିରେ ଉନ୍ନତି ଆଣିବାର ଆବଶ୍ୟକତା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିଏଫଆଇ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ଡେଭଲପମେଣ୍ଟ ବ୍ୟାଙ୍କର କୌଣସି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ବିଧେୟକରେ କୌଣସି ବ୍ୟବସ୍ଥା ନାହିଁ । ବିଧେୟକରେ କୁହାଯାଇଛି, ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରେ କେହି କିଛି ପଚାରିପାରିବେ ନାହିଁ । ଡିଏଫଆଇ ଯେପରି ସ୍ବତନ୍ତ୍ର ଭାବେ କାମ କରିପାରିବ ସେଥିପାଇଁ ଅବାଧ କ୍ଷମତା ମଧ୍ୟ ଦିଆଯାଇଛି ।

ଋଣ ପ୍ରଦାନରେ ପୂର୍ବରୁ ଡେଭଲପମେଣ୍ଟ ବ୍ୟାଙ୍କଗୁଡ଼ିକରେ ବ୍ୟାପକ ପାତରଅନ୍ତର କରାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଲରେ ବ୍ୟବସ୍ଥା ରଖିଛନ୍ତି । ପ୍ରତିଟି ପାହାଚରେ ଉତ୍ତରଦାୟୀ ରହିବା ସକାଶେ ଅନେକ ପଦକ୍ଷେପ ପ୍ରସ୍ତାବିତ ବିଲରେ ରହିଛି । ଅସଲ ବିକାଶମୂଳକ ପ୍ରକଳ୍ପକୁ ଆର୍ଥିକ ସମ୍ବଳ ଯୋଗାଇ ଦେବାରେ ଡେଭଲପମେଣ୍ଟ ବ୍ୟାଙ୍କକୁ ଏସବୁ ବ୍ୟବସ୍ଥା ସହାୟକ ହେବ ।

For All Latest Updates

TAGGED:

ABOUT THE AUTHOR

...view details