ଓଡିଶା

odisha

ETV Bharat / bharat

ଥରିଲା ଅରୁଣାଚଳ ପ୍ରଦେଶ, ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ - ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍‌ରେ ଭୂକମ୍ପ । ଗତକାଲି ରାତି ୯.୫୧ରେ ଭୂକମ୍ପ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୧ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଥରିଲା ଅରୁଣାଚଳ ପ୍ରଦେଶ, ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ
ଥରିଲା ଅରୁଣାଚଳ ପ୍ରଦେଶ, ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ

By

Published : Mar 26, 2022, 11:00 AM IST

ଇଟାନଗର:ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍‌ରେ ଭୂକମ୍ପ । ଗତକାଲି ରାତି ୯.୫୧ରେ ଭୂକମ୍ପ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୧ ରହିଥିବା ଜଣାପଡିଛି ।

ତେବେ ଏହି ଭୂକମ୍ପ ୧୧୭୪ କିଲୋମିଟର ବ୍ୟାପ୍ତି ଉତ୍ତର ପାଙ୍ଗିନ୍‌ରେ ଅନୁଭୂତ ହୋଇଥିଲା । ସୂଚନା ଅନୁସାରେ ଗତ ବୁଧବାର ଲଦାଖରେ ମଧ୍ୟ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଥିବା ବେଳେ ଶ୍ରୀନଗର ପର୍ଯ୍ୟନ୍ତ ପ୍ରଭାବ ଦେଖାଯାଇଥିଲା ।

ଅନ୍ୟପଟେ ଅନ୍ୟ ଏକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିବା ବେଳେ ୧୬ ତାରିଖରେ ଏହା ଅନୁଭୂତ ହୋଇଥିଲା । ତେବେ ଏହା ୧୬ ତାରିଖ ୦୯.୪୦ରେ ହୋଇଥିବା ବେଳେ ଲାଟିଚ୍ୟୁଡ୍‌ ୩୫.୧୬ ଏବଂ ଲଙ୍ଗିଚ୍ଯୁଡ୍‌ ୭୪.୭୨ ଓ ଡେଫ୍ତ ୩୦ କିଲୋମିଟିର ରହିଥିଲା । ଉତ୍ତର ଶ୍ରୀନଗର, ଜମ୍ମୁ ଏବଂ କାଶ୍ମୀରୀ ପର୍ଯ୍ୟନ୍ତ ୧୧୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତି ଅନୁଭୂତ ହୋଇଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details