ଓଡିଶା

odisha

ETV Bharat / bharat

‘ମୁଁ ଖଡଗେଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଥିଲି, କେହି ରାଗିଥିବା ଜାଣିନି’ - କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

'Yes, I proposed Kharge ji's name: ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ କଂଗ୍ରେସ ମୁଖ୍ୟ ଖଡଗେଙ୍କ ନାମ ପ୍ରସ୍ତାବ ରଖିଥିବା ସ୍ପଷ୍ଟ କଲେ ଦିଦି । କେହି ରାଗିଥିବା ଥିବା ସମ୍ପର୍କରେ ଜାଣିନଥିବା କହିଲେ । ଅଧିକ ପଢନ୍ତୁ

ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ: ‘ମୁଁ ଖଡଗେଙ୍କ ନାମ ପାଇଁ ପ୍ରସ୍ତାବ ଦେଇଥିଲି, କେହି ନାରାଜ ଥିବା ସମ୍ପର୍କରେ ଜାଣେନି’
ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ: ‘ମୁଁ ଖଡଗେଙ୍କ ନାମ ପାଇଁ ପ୍ରସ୍ତାବ ଦେଇଥିଲି, କେହି ନାରାଜ ଥିବା ସମ୍ପର୍କରେ ଜାଣେନି’

By ETV Bharat Odisha Team

Published : Dec 20, 2023, 10:49 PM IST

‘ମୁଁ ଖଡଗେଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛି, କେହି ନାରାଜ ହେବା ସମ୍ପର୍କରେ ଜାଣେନି’

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ବସିଥିବା ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର 4ର୍ଥ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସମର୍ଥନ କରିଥିବା ସୂଚନା ଆସିଥିଲା । ଆଜି ଏହି ପ୍ରସଙ୍ଗରକୁ ନିଜେ ସ୍ପଷ୍ଟ କରିଛନ୍ତି ଦିଦି । ତାଙ୍କ ପ୍ରସ୍ତାବରେ କେହି ମେଣ୍ଟ ସହଯୋଗୀ ନେତା ରାଗିଛନ୍ତି ଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ସାଂସଦଙ୍କ ଟିମ । ଏହା ପରେ ଗତକାଲି ବୈଠକ ସମ୍ପର୍କରେ ସେ ଗଣମାଧ୍ୟମ ପ୍ରଶ୍ନରେ ଉତ୍ତର ମଧ୍ୟ ରଖିଛନ୍ତି । ଦିଲ୍ଲୀରେ ସେ ଆଜି କହିଛନ୍ତି, ସମସ୍ତେ ବିରୋଧୀ ମେଣ୍ଟ ଇଣ୍ଡିଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି । ତେଣୁ ସେ ଗତକାଲି ବୈଠକରେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ରଖିଥିଲେ । କେଜ୍ରିଓ୍ବାଲ ଏହାକୁ ସମର୍ଥନ ମଧ୍ୟ କରିଥିଲେ । ଏହି ପ୍ରସ୍ତାବରେ କେହି ନାରାଜ ଥିବା କଥା ସେ ଜାଣନ୍ତି ନାହିଁ ।

ତେବେ ମମତାଙ୍କ ଏହି ପ୍ରସ୍ତାବକୁ ଖଡଗେ ସିଧା ଗ୍ରହଣ କରିନଥିବା ଜଣାପଡିଥିଲା । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପରବର୍ତ୍ତେ ମେଣ୍ଟ କିପରି ଶାସନକୁ ଆସିବ ସେନେଇ ପ୍ରାଧାନ୍ୟ ଦିଆଯିବା ଉଚିତ । ନିର୍ବାଚନ ଜିତିବା ପରେ ଏହା ଆଲୋଚନା ହେବା ନେଇ ବୋଲି ଖଡଗେ କହିଥିଲେ । ତେବେ ମମତାଙ୍କ ପ୍ରସ୍ତାବରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାର ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନାରାଜ ଥିବା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଆଜି ମମତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ । ହେଲେ ସେ ପ୍ରସ୍ତାବ ରଖିଥିବା ସ୍ପଷ୍ଟ କରିଥିବା ବେଳେ କେହି ମେଣ୍ଟ ସହଯୋଗୀ ନେତା ଏହାକୁ ନେଇ ନାରାଜ ଥିବା ସମ୍ପର୍କରେ ଜଣାନ୍ତି ନାହିଁ ବୋଲି ଦିଦି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡ଼ଗେ ! ବୈଠକରେ ପ୍ରସ୍ତାବ ଦେଲେ ଦିଦି ଓ କେଜ୍ରିଓ୍ବାଲ

ଗତକାଲି ବୈଠକ ପାଇଁ ଦିଲ୍ଲୀ ଆସିବା ପୂର୍ବରୁ ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ନିଜେ ଦିଦି । କହିଥିଲେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ କି’ଏ ହେବେ ସେ ସମ୍ପର୍କରେ ଆଲୋଚନା ହେବ । ଏବେ ପୁଣି ତାଙ୍କ ପ୍ରାର୍ଥୀ ପ୍ରସ୍ତାବ ମେଣ୍ଟ ରାଜନୀତିରେ ଉଷ୍ମତା ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details