ଓଡିଶା

odisha

YES BANK ପ୍ରତିଷ୍ଠାତା ରାଣା କପୁରଙ୍କୁ ସର୍ତ୍ତ ମୂଳକ ଜାମିନ

By

Published : Feb 17, 2022, 7:27 AM IST

ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଆଧାରରେ ମୁ୍ମ୍ବାଇ ସ୍ଥିତ ସ୍ବତନ୍ତ୍ର ସେସନ୍ସ କୋର୍ଟ ରାଣାଙ୍କୁ ଜାମିନ ଦେଇଛନ୍ତି । ଏହି ଠକେଇ ଘଟଣାରେ ବନ୍ଧା ହୋଇଥିବା ବ୍ୟବସାୟୀ ଗୌତମ ଥାପର ଓ ଅନ୍ୟ ଜଣଙ୍କୁ ମଧ୍ୟ କୋର୍ଟ ଜାମିନ ଦେଇଛନ୍ତି । ଅଧିକ ପଢନ୍ତୁ

YES BANK ପ୍ରତିଷ୍ଠାତା
YES BANK ପ୍ରତିଷ୍ଠାତା

ମୁମ୍ବାଇ:ଜାମିନ ପାଇଲେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ସିଏମଡି ରାଣା କପୁର । ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଆଧାରରେ ମୁ୍ମ୍ବାଇ ସ୍ଥିତ ସ୍ବତନ୍ତ୍ର ସେସନ୍ସ କୋର୍ଟ ରାଣାଙ୍କୁ ଜାମିନ ଦେଇଛନ୍ତି । ଏହି ଠକେଇ ଘଟଣାରେ ବନ୍ଧା ହୋଇଥିବା ବ୍ୟବସାୟୀ ଗୌତମ ଥାପର ଓ ଅନ୍ୟ ଜଣଙ୍କୁ ମଧ୍ୟ କୋର୍ଟ ଜାମିନ ଦେଇଛନ୍ତି । କିନ୍ତୁ ଅନ୍ୟାନ୍ୟ ମାମଲା ରାଣା କପୁରଙ୍କ ବିରୋଧରେ ଥିବାରୁ ବର୍ତ୍ତମାନ ତାଙ୍କର ଜେଲରୁ ମୁକୁଳିବା ସମ୍ଭବ ନୁହେଁ ।

ରାଣା କପୁର ୩୦୦ କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତି ଠକେଇ ଘଟଣାରେ ଛନ୍ଦି ହୋଇ ଦୀର୍ଘ ଦିନ ଧରି ଜେଲରେ ଥିଲେ । ତେବେ ଜାମିନ ଦେଇ କୋର୍ଟ ତାଙ୍କ ଉପରେ ଏକାଧିକ ସର୍ତ୍ତ ରଖିବା ସହ ସ୍ଥାନୀୟ ଥାନାରେ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜମି କିଣାବିକାକୁ ନେଇ ରାଣା କପୁର ତାଙ୍କ ପତ୍ନୀ ଓ ବ୍ୟାଙ୍କର ଅନ୍ୟ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରି ଗିରଫ କରିଥିଲା ।

@ANI

ABOUT THE AUTHOR

...view details