ଗାନ୍ଧୀନଗର:ଶୀତଦିନ ଆରମ୍ଭରେ ପଶ୍ଚିମ-ଉପକୂଳ ରାଜ୍ୟ ଗୁଜରାଟରେ ହଠାତ ମୌସୁମୀ ସକ୍ରିୟ ହେବା ପରି ସ୍ଥିତି ଦେଖାଯାଇଛି । ଆଜି ଗୁଜୁରାଟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତାକାଲି (ନଭେମ୍ବର 27) ରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ସେଥିପାଇଁ ରାଜ୍ୟରେ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗୋଟିଏ ଦିନ ଅଦିନିଆ ବର୍ଷା ପ୍ରଭାବରେ ବଜ୍ରପାତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ 14 ଜଣଙ୍କ ଜୀବନ ଯାଇଛି।
ରାଜ୍ୟ ଏମରଜେନ୍ସି ଅପରେସନ ସେଣ୍ଟର (SIOC) ପକ୍ଷରୁ ଇଟିଭି ଭାରତକୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଓ ବଜ୍ରପାତ କାରଣରୁ ବିଭିନ୍ନ ସ୍ଥାନରେ 14 ଜଣଙ୍କର ମୃତ୍ୟୁ ଘଟିଛି । ଦାହୋଡ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ଆମରେଲି, ସୁରେନ୍ଦ୍ରନଗର, ମେହସାନା, ବୋତାଡ, ପଞ୍ଚମହଲ, ଖେଡା, ସାବରକାନ୍ତ, ଅହମ୍ମଦାବାଦ ଓ ସୁରଟରେ ଜଣେ ଲେଖାଏଁ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେହିପରି ଭରୁଚ ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ସମସ୍ତ ମୃତ୍ୟୁ ଘଟଣା ବଜ୍ରପାତ ଯୋଗୁଁ ଘଟିଛି । ବର୍ଷା କାରଣରୁ ରାଜ୍ୟରେ ପ୍ରାୟ 39 ପ୍ରାଣୀଙ୍କର ମୃତ୍ୟୁ ଘଟିଛି ।
ଆସନ୍ତାକାଲି ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି :-