ଓଡିଶା

odisha

By

Published : Dec 21, 2022, 10:30 PM IST

ETV Bharat / bharat

ଅଭୂଲା ଫର୍ଦ୍ଦରେ ଅନନ୍ୟା: ଦେଶ ବିଦେଶରେ ପାଇଲେ ନୂଆ ପରିଚୟ, ବର୍ଷ ତମାମ ଥିଲେ ଚର୍ଚ୍ଚାରେ...

ଆଉ ଦିନ କେଇଟା ପରେ ଶେଷ ହେବ 2022 । ଚଳିତ ବର୍ଷ ଭଲ ଏବଂ ଖରାପ ସ୍ମୃତି ସହିତ ଅତିବାହିତ ହୋଇଛି । ଏହି ବର୍ଷ ଅନେକ ଲୋକ ଚର୍ଚ୍ଚାରେ ଆସିଥିଲେ । କେବଳ ପୁରୁଷ ନୁହଁନ୍ତି ବରଂ ମହିଳାମାନେ ମଧ୍ୟ ଅଧିକ ଲୋକଲୋଚନକୁ ଆସିଥିଲେ । ଜାଣନ୍ତୁ କିଛି ମହିଳାମାନଙ୍କୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା...

year ender 2022
year ender 2022

ହାଇଦ୍ରାବାଦ: ଆଉ କିଛି ଦିନ ମଧ୍ୟରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ 2022 । ନୂଆ ଉନ୍ମାଦନା, ନୂଆ ସମ୍ଭାବନା ସହ ବିଶ୍ବବାସୀଙ୍କ ପାଇଁ ଓହ୍ଲାଇ ଆସିବ ନବ ବର୍ଷ 2023 । ଚଳିତ ବର୍ଷ ଭଲ ଏବଂ ଖରାପ ସ୍ମୃତି ସହିତ ଅତିବାହିତ ହୋଇଛି । ଯଦିଓ ଏହି ବର୍ଷ କରୋନା ଛାୟାରେ ଆରମ୍ଭ ହୋଇଥିଲା, ପରେ ଧୀରେ ଧୀରେ କରୋନାର ପ୍ରଭାବ କମିଗଲା । ତେବେ ଚଳିତ ବର୍ଷରେ ଅନେକ ଲୋକ ଚର୍ଚ୍ଚାରେ ମଧ୍ୟ ରହିଥିଲେ । କେବଳ ପୁରୁଷ ନୁହଁନ୍ତି, ମହିଳାମାନେ ମଧ୍ୟ ଅଧିକ ଲୋକଲୋଚନକୁ ଆସିଥିଲେ । ଗୁଗୁଲରେ ଏହି ମହିଳାମାନଙ୍କୁ ସର୍ବାଧିକ ଖୋଜା ଯାଇଥିଲା । ଯେଉଁଥିରେ ଅନେକ ବଡ ନାମ ଅନ୍ତର୍ଭୁକ୍ତ ରହିଛି । ଯେଉଁମାନେ ସେମାନଙ୍କ କାର୍ଯ୍ୟକଳାପ ପାଇଁ ରହିଥିଲେ ଖବରର ଶିରୋନାମାରେ । ତେବେ ଆସନ୍ତୁ ନଜର ପକାଇବା ସେହିଭଳି କିଛି ଚର୍ଚ୍ଚିତ ମହିଳାଙ୍କ ସମ୍ପର୍କରେ ଆମର ସ୍ବତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2022 ରେ....

ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁ:- ଚଳିତ ବର୍ଷ ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ରାଷ୍ଟ୍ରପତି ଭାବରେ ଚୟନ କରାଗଲା । ଯିଏକି ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ରାଇରଙ୍ଗପୁର ବାସିନ୍ଦା । ଏହା ପୂର୍ବରୁ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ମଧ୍ୟ ଥିଲେ । ତେବେ ଏନେଇ ଚଳିତ ବର୍ଷ ଚର୍ଚ୍ଚାରେ ଥିବା ମହିଳାଙ୍କ ତାଲିକାରେ ଦ୍ରୌପଦୀ ମୁର୍ମୁଙ୍କ ନାମ ସର୍ବାଗେ ରହିଛି । ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି । ତେବେ ଶପଥ ଗ୍ରହଣ ସମାରୋହରେ ଆକର୍ଷଣୀୟ ପାରମ୍ପରିକ ସାନ୍ତାଳୀ ଶାଢୀ ପିନ୍ଧି ପହଞ୍ଚିଥିଲେ ମୁର୍ମୁ । ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭ‌ାବେ ନିର୍ବାଚିତ ହୋଇଛନ୍ତି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ଶୀର୍ଷ ପଦବିରେ ଅଧିଷ୍ଠିତ ହୋଇଛନ୍ତି । କେବଳ ସେତିକି ନୁହେଁ, ଏଥିସହ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିର ମର୍ଯ୍ୟାଦା ଲାଭ କରିଛନ୍ତି ।

ଲତା ମଙ୍ଗେସକ

ଲତା ମଙ୍ଗେସକର:- ଚଳିତ ବର୍ଷ ଭାରତର ସ୍ବର ସାମ୍ରାଜ୍ଞୀ କୋକିଳକଣ୍ଠୀ ଲତା ମଙ୍ଗେସଙ୍କର ଗତ 6 ଫେବୃଆରୀରେ ଦେହାନ୍ତ ହୋଇଥିଲା। ଯାହାକୁ ନେଇ ସାରା ଭାରତ ବର୍ଷ ସ୍ତବ୍ଧ ହୋଇପଡିଥିଲା। ସେ 92 ବର୍ଷ ବୟସରେ ମୁମ୍ବାଇର ବ୍ରିଚ କେଡିଂ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଯାହା ସଙ୍ଗୀତ ଓ ମନୋରଞ୍ଜନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଥିଲା। ଲତା ମଙ୍ଗେସକର 13 ବର୍ଷ ବୟସରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ 30 ହଜାରରୁ ଉର୍ଦ୍ଧ୍ବ ଗୀତ ଗାଇଥିବା ସହ ତାଙ୍କର କିଛି ବ୍ଲକବଷ୍ଟର ଗୀତ ଆଜି ବି ମଧ୍ୟ ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛୁ ।

ନୁପୂର ଶର୍ମା

ନୁପୂର ଶର୍ମା:-ଚଳିତ ବର୍ଷ ବିଜେପିରୁ ନିଲମ୍ବିତ ନେତା ନୁପୂର ଶର୍ମାଙ୍କ ନାମ ବିବାଦରେ ଦେଖିବାକୁ ମିଳିଛି। ନୁପୂର ଶର୍ମା ଭାରତୀୟ ଜନତା ପାର୍ଟିର ପୂର୍ବତନ ପ୍ରବକ୍ତା ଥିଲେ। ବିବାଦୀୟ ମନ୍ତବ୍ୟ ପାଇଁ ନୁପୁର ଶର୍ମା ବେଶ ଚର୍ଚ୍ଚାରେ ଥିଲେ। ଏକ ଟିଭି ବିତର୍କ ସମୟରେ ନୁପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। ଏନେଇ ଦେଶର ଅନେକ ସ୍ଥାନରେ ବିବାଦ ଦେଖିବାକୁ ମିଳିଥିଲା। । ଏହି ଘଟଣା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଭାରତୀୟ ମୁସଲମାନ ସମେତ 15ଟି ଦେଶରେ ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଥିଲା । ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଲା ଏବଂ ତାଙ୍କୁ 6 ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା ।

ସୁସ୍ମିତା ଶେନ

ସୁସ୍ମିତା ସେନ୍:- ମିସ୍ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ନାମ 2022ରେ ବେଶ ଚର୍ଚ୍ଚାରେ ଆସିଥିଲା । ସୋସିଆଲ ମିଡିଆରେ ମଧ୍ୟ ସୁସ୍ମିତା ଟ୍ରେଣ୍ଡରେ ଆସିଥିଲେ । ତେବେ ଅଭିନେତ୍ରୀ ସୁସ୍ମିତା କୌଣସି ଫିଲ୍ମ ବା ସିରିଜ ପାଇଁ ନୁହେଁ ବରଂ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ଲଲିତ ମୋଦିଙ୍କ ସହିତ ସମ୍ପର୍କକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ଲଲିତ ମୋଦି ନିଜର ସୋସିଆଲ ମିଡିଆରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଉଭୟଙ୍କ ଏକାଠି ଅନେକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ହେଲେ ଅବଶ୍ୟ ସେମାନଙ୍କର ପ୍ରେମ ସମ୍ପର୍କ ବେଶୀ ଦିନ ରହି ନଥିଲା ଏଥିସହ ପରେ ବ୍ରେକଅପ୍ ଖବର ମଧ୍ୟ ଶୁଣିବାକୁ ମିଳିଥିଲା ।

ଝୁଲନ ଗୋସ୍ବାମୀ

ଝୁଲଣ ଗୋସ୍ବାମୀ :- କ୍ରୀଡା ଜଗତରେ ମଧ୍ୟ ଅନେକ ମହିଳା ଖେଳାଳି ଏବଂ ଆଥଲେଟ୍ ଲାଇମ୍ ଲାଇଟରେ ଥିଲେ । ଭାରତର ବରିଷ୍ଠ ମହିଳା ଖେଳାଳି ଝୁଲଣ ଗୋସ୍ବାମୀ ଚଳିତ ବର୍ଷ କ୍ରିକେଟରୁ ଅବସର ନେଇଛନ୍ତି । ସେ ଦୁନିଆର ଶ୍ରେଷ୍ଠ ମହିଳା କ୍ରିକେଟରଙ୍କ ମଧ୍ୟରେ ଗଣତି ହୋଇଥାନ୍ତି । 39 ବର୍ଷୀୟ ଝୁଲଣ ଗୋସ୍ବାମୀ ଭାରତର ସମସ୍ତ ଆଗାମୀ ମହିଳା କ୍ରିକେଟରଙ୍କ ପାଇଁ ଏକ ପ୍ରେରଣା । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ରେ ଭାରତର ଝୁଲଣ ଗୋସ୍ବାମୀ ବିଶ୍ବ ରେକର୍ଡର ଅଧିକାରୀ ହୋଇଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଝୁଲଣ ଦିନିକିଆରେ ୨୫୦ ଓ୍ୱିକେଟ୍ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ବିଶ୍ବର ପ୍ରଥମ ମହିଳା କ୍ରିକେଟର ।

ମୀରାବାଇ ଚାନୁ

ମୀରାବାଈ ଚାନୁ : ସେହିପରି ଏହା ଛଡା ଦେଶର ଷ୍ଟାର ଭାରୋତ୍ତଳକ ମୀରାବାଈ ଚାନୁମଧ୍ୟ ଚଳିତ ବର୍ଷ ଲାଇମଲାଇଟରେ ଥିଲେ । ନିକଟରେ ସେ ଭାରୋତ୍ତଳନ ବିଶ୍ୱ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଥିଲେ । ଆହତ ସତ୍ତ୍ୱେ ଚାନୁ ମୋଟ 200 କିଲୋଗ୍ରାମ ଓଜନ ଉଠାଇ ଭାରୋତ୍ତଳନ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ହାସିଲ କରିଥିଲେ । ଯାହାଦ୍ବାରା ଏହି ଦୁଇ ମହିଳା ଖେଳାଳିଙ୍କ ନାମ ଚଳିତ ବର୍ଷ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ ହୋଇଥିଲା ।

ମାଧବୀ ପୁରୀ ବୁଚ

ମାଧବୀ ପୁରୀ ବୁଚ :- ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ(SEBI)ର ନୂତନ ତଥା ପ୍ରଥମ ମହିଳା ଅଧ୍ୟକ୍ଷା ହେଉଛନ୍ତି ମାଧବୀ ପୁରୀ ବୁଚ। ମାଧବୀ ପୂର୍ବରୁ ICICI ସିକ୍ୟୁରିଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବା ସହ ୨୦୧୭ ରୁ ୨୦୨୧ ମଧ୍ୟରେ SEBIର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସେ ପ୍ରଥମ ମହିଳା ଭାବେ ଏବି ପଦରେ ନିଯୁକ୍ତି ପାଇଛନ୍ତି । ମାଧବୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥିବା ବେଳେ ସେ ହେଉଛନ୍ତି SEBIର ପ୍ରଥମ ମହିଳା ଅଧ୍ୟକ୍ଷା ।

ସାମନ୍ଥା ରୁଥ ପ୍ରଭୁ

ସାମନ୍ଥା ରୁଥ ପ୍ରଭୁ:-ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ସାମନ୍ଥା। ସେ ୱେବ୍ ସିରିଜ୍ ଫ୍ୟାମିଲି ମ୍ୟାନ୍ ରେ ଆତଙ୍କବାଦୀ ଭୂମିକାରେ ନଜର ଆସିଥିଲେ। ଏଥିସହ ଗତ ବର୍ଷ ପୁଷ୍ପା ଚଳଚ୍ଚିତ୍ର ର ଆଇଟମ୍ ଗୀତ ‘ଓ ଓ ଆଣ୍ଟାଭା’ ଗୀତରେ ନିଜ ହଟ୍ ଲୁକ୍ ରେ ଦର୍ଶକଙ୍କୁ ଘାଇଲା କରିଥିଲେ । ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ ଏହି ଗୀତରେ ନିଜର ହଟ ଏବଂ ବୋଲ୍ଡ ଅନ୍ଦାଜରେ ଡ୍ୟାନ୍ସ ଦେଖାଇଥିଲେ । ଏହି ଗୀତ 2022 ର ସବୁଠାରୁ ଲୋକପ୍ରିୟ ଗୀତ ଥିଲା । କେବଳ ଏତିକି ନୁହେଁ ସେ ଆଲିଆ ଭଟ୍ଟ ଏବଂ ସାଉଥ ସୁପରଷ୍ଟାର ନୟନ୍ତତାରାଙ୍କୁ ପଛରେ ପକାଇ ଓରମାକ୍ସ 2022ର ସବୁଠାରୁ ଲୋକପ୍ରିୟ ମହିଳା ତାରକା ହୋଇଥିଲେ । ସେହିପରି ଟକ୍ ସୋ 'କଫି ଓ୍ବିଥ କରନ' ରେ ତାଙ୍କର ମନ୍ତବ୍ୟକୁ ନେଇ ଅନେକ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ସେ ତାଙ୍କ ବୈବାହିକ ଜୀବନ ବିଷୟରେ ହେଉ କି ପୁଷ୍ପା ଗୀତ କୁ ନେଇ ପୁରୁଷଙ୍କ ମଧ୍ୟରେ ସମାଲୋଚନା କରିବା ସମସ୍ତ କଥା ଉପରେ ସେ ନିଜର ଖୋଲା ପ୍ରତିକ୍ରିୟା ରଖିଥିଲେ । ସେ ଏକ ଅଟୋ-ଇମ୍ୟୁନ ରୋଗ ମାୟୋସିଟିସ୍ ସହିତ ହୋଇଥିବା ସଂଘର୍ଷ ବିଷୟରେ ମଧ୍ୟ କହିଥିଲେ ଏବଂ ତାଙ୍କର ସର୍ବଶେଷ ଥ୍ରୀଲର୍ ଚଳଚ୍ଚିତ୍ର ଯଶୋଦା ସେ ଜଣେ ପୋଲିସ୍ ଟ୍ରେନିଂ ପ୍ରଶିକ୍ଷକ ଭୂମିକାରେ ନଜର ଆସିଛନ୍ତି।

ଫାଲଗୁନି ନୟର

ଫାଲଗୁନି ନୟର:-ଫାଲଗୁନି ସଞ୍ଜୟ ନୟର ଜଣେ ଭାରତର କୋଟିପତି ବ୍ୟବସାୟୀ। ଯିଏକି ବିୟୁଟି ଏବଂ ଲାଇଫଷ୍ଟାଇଲ ରିଟେଲ କମ୍ପାନୀ ନାୟିକା ର ପ୍ରତିଷ୍ଠାତା ତଥା ସିଇଓ( CEO)। ଫାଲଗୁନି ଏପରି ଜଣେ ମହିଳା ଯିଏ ଅନେକ ମହିଳାଙ୍କୁ ତାଙ୍କ ସଫଳତା ସହିତ ପ୍ରେରଣା ଦେଇଛନ୍ତି । ଯେଉଁମାନେ ଏକ ଉଦ୍ୟୋଗୀ (Entrepreneur) ହେବାକୁ ଚାହୁଁଛନ୍ତି । ବିୟୁଟି ଏବଂ ଲାଇଫଷ୍ଟାଇଲ nykaa ପ୍ରତିଷ୍ଠାତା ଫାଲଗୁନି ନୟର ହେଉଛନ୍ତି ଦେଶର ସବୁଠାରୁ ଧନୀ ଓ ଆତ୍ମନିର୍ଭରଶୀଳ କୋଟିପତି ମହିଳା । ଫାଲଗୁନି ନୟର ଏକ ଇନଭେଷ୍ଟର ବ୍ୟାଙ୍କର(Investment Banker) ଭାବରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ସେ IIM ଅହମ୍ମଦାବାଦରୁ ସ୍ନାତକ ହାସଲ କରିବା ପରେ ଏଫ୍ ଫର୍ଗୁସନ୍ ଏଣ୍ଡ କମ୍ପାନୀ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ କୋଟକ ମହିନ୍ଦ୍ରା ବ୍ୟାଙ୍କରେ ମଧ୍ୟ ପ୍ରାୟ 18 ବର୍ଷ କାର୍ଯ୍ୟ କରିଥିଲେ । ଏଥିସହ ସେ କୋଟାକ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ର ମଧ୍ୟ ଥିଲେ ।

ନିର୍ମଳା ସୀତାରମଣ

ନିର୍ମଳା ସୀତାରମଣ :- ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଦୃଢ ପଦକ୍ଷେପ ସହିତ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପ୍ରତ୍ୟେକ ସଂସଦୀୟ ବୈଠକ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ସେ ସେପ୍ଟେମ୍ବର 2017 ରୁ ମେ 2019 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ସେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଜଡିତ ଏବଂ ଦଳର ଜାତୀୟ ମୁଖପାତ୍ର ମଧ୍ୟ ରହିଛନ୍ତି । ନିର୍ମଳା ସୀତାରମଣ ହେଉଛନ୍ତି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ।

ସୁଧା କୋନଙ୍ଗାରା ପ୍ରସାଦ

ସୁଧା କୋନଙ୍ଗାରା ପ୍ରସାଦ:- ସୁଧା ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସ୍କ୍ରିନ୍ ଲେଖକ । ଯିଏକି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଚଳଚ୍ଚିତ୍ରରେ କାମ କରିଛନ୍ତି । ସୁରିଆ ଏବଂ ଅପର୍ଣ୍ଣା ବାଲମୁରାଲୀଙ୍କ ଅଭିନୀତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧା କଙ୍ଗାରାଙ୍କ ‘ସୋରାରାଇ ପୋଟ୍ରୁ’ ଏକାଧିକ ଜାତୀୟ ପୁରସ୍କାର ପାଇଛି ଯାହା ଚଳିତ ବର୍ଷ ଘୋଷଣା କରାଯାଇଥିଲା ।

ରୋସନି ମଲହୋତ୍ରା

ରୋସନି ମଲହୋତ୍ରା :- ଭାରତୀୟ କୋଟିପତି ବ୍ୟବସାୟୀ ତଥା HCL ର ଅଧକ୍ଷ ରୋଶିନିଙ୍କ ଚେୟାରମ୍ୟାନ୍ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତରେ ଏକ ତାଲିକାଭୁକ୍ତ କମ୍ପାନୀର ନେତୃତ୍ବ ନେଇଛନ୍ତି ।

ବର୍ଷ 2022ରେ ଅନେକ ସ୍ମରଣୀୟ ଘଟଣାବଳୀ ଘଟିଥିବା ବେଳେ ଅନେକ ଅଭୂଲା ସ୍ମୃତି ସାଉଣ୍ଟିଛନ୍ତି ଦେଶବାସୀ । ଆଦିବାସୀ ମହିଳା ମୁର୍ମୁ ମ୍ୟାଡାମ୍ ପ୍ରେସିଡେଣ୍ଟ ବନିବାଠୁ ଆରମ୍ଭ କରି ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀ କ୍ରିକେଟରୁ ଅବସର ନେବା । ଏ ସମସ୍ତ ମହିଳା ବର୍ଷ ତମାମ ଚର୍ଚ୍ଚାରେ ରହିଥିଲେ ସମାନଙ୍କ ଉପଲବ୍ଧି ଏବଂ କୃତିତ୍ୱ ପାଇଁ । ଆଉ ଦେଶ ବିଦେଶରେ ପାଇଛନ୍ତି ନୂଆ ପରିଚୟ ।

ABOUT THE AUTHOR

...view details