ନୂଆଦିଲ୍ଲୀ: ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା । ଦେଶ ଭିତରେ ଟିକାର ସଙ୍କଟ ଥିବା ବେଳେ ଅନ୍ୟ ଦେଶକୁ ଟିକା ପଠାଇବାକୁ ନେଇ କେନ୍ଦ୍ରକୁ ଦୋଷ ଦେଇଛନ୍ତି ସିହ୍ନା । ଟ୍ବିଟରରେ ସିହ୍ନା ଏକ ଭିଡିଓ ସେୟାର କରି ଏପରି କହିଛନ୍ତି ।
ଭିଡିଓରେ ଭାରତର ପ୍ରତିନିଧି ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ କଣ କହିଥିଲେ ସେ ନେଇ ସୂଚନା ରହିଛି । ସେ କହିଥିଲେ, ଭାରତର ନିଜ ଦେଶର ଆବଶ୍ୟକତା କଥା ନଭାବି ଅନ୍ୟ ଦେଶକୁ ଟିକା ବାଣ୍ଟିଥିଲା । ଏହାକୁ ନେଇ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ପିଏମ ମୋଦିଙ୍କୁ ନିନ୍ଦା କରିଥିଲେ । ଦେଶରେ ଟିକାର ଅଭାବ ଥିବା ବେଳେ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଗିରଫ କରୁଥିବା ସେ ଅଭିଯୋଗ କରିଛନ୍ତି ।