ଓଡିଶା

odisha

ETV Bharat / bharat

ଟିଏମସିରୁ ଯଶୋବନ୍ତ ସିହ୍ନାଙ୍କ ଇସ୍ତଫା, ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଟିଏମସିରୁ ଇସ୍ତଫା ଦେଲେ ଯଶୋବନ୍ତ ସିହ୍ନା । ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଜୋର ଧରିଲା ଚର୍ଚ୍ଚା । ଅଧିକ ପଢନ୍ତୁ

By

Published : Jun 21, 2022, 1:02 PM IST

Updated : Jun 21, 2022, 1:09 PM IST

ଟିଏମସିରୁ ଯଶୋବନ୍ତ ସିହ୍ନାଙ୍କ ଇସ୍ତଫା, ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା
ଟିଏମସିରୁ ଯଶୋବନ୍ତ ସିହ୍ନାଙ୍କ ଇସ୍ତଫା, ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା

କୋଲକାତା: ବିରୋଧିଙ୍କ ରାଷ୍ଟ୍ରପତି ଚେହେରା ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶୱନ୍ତ ସିହ୍ନା । ବିରୋଧି ଯଶୱନ୍ତଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିପାରନ୍ତି । ପ୍ରଥମେ ଏନସିବି ମୁଖ୍ୟ ଶରଦ ପାୱାର, ଫାରୁକ ଅବଦୁଲ୍ଲା ଏବଂ ପରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଅମଙ୍ଗ ହେବାପରେ, ଏବେ କିଏ ବିରୋଧି ଦଳର ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏସବୁ ଭିତରେ ଆଜି ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା । ସେ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଯଶୋବନ୍ତଙ୍କ ଟ୍ବିଟ୍‌ରୁ ସେ ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସିହ୍ନା ନିଜ ଇସ୍ତଫା ପତ୍ର ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, ''ଟିଏମସିରୁ ମିଳିଥିବା ସମ୍ମାନ ଓ ପ୍ରତିଷ୍ଠା ପାଇଁ ମୁଁ ମମତା ବାନାର୍ଜୀଙ୍କ ନିକଟରେ କୃତଜ୍ଞ ଅଟେ । ବର୍ତ୍ତମାନ ବୃହତ୍ ରାଷ୍ଟ୍ରୀୟ ହିତ ପାଇଁ ଦଳରୁ ଅଲଗା ହୋଇ ବିରୋଧି ଦଳର ଏକତା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି । ମୋ ବିଶ୍ବାସ ଦଳ ମୋର ଏହି ପଦକ୍ଷେପକୁ ଗ୍ରହଣ କରିବ ।''

ପ୍ରକାଶଥାଉ କି, ଆସନ୍ତା ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ଏ ଯାଏଁ ଉଭୟ ଶାସକ ବିଜେପି ଏବଂ ବିରୋଧି ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀ ସ୍ଥିର କରିବ ବୋଲି କୁହାଯାଇଛି । ସେପଟେ ଟିଏମସି ବିରୋଧି ଦଳ ବୈଠକରେ ପ୍ରାର୍ଥୀ ଭାବେ ଯଶୋବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ଦେଇପାରେ ବୋଲି ଅନୁମାନ କରାଯାଉଛି ।

Last Updated : Jun 21, 2022, 1:09 PM IST

ABOUT THE AUTHOR

...view details