ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ(President Election) ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଥିବା ଯଶୱନ୍ତ ସିହ୍ନା (Yashwant Sinha) କହିଛନ୍ତି ବିଜେପିରେ ଥିବା ନିଜ ପୁରୁଣା ମିତ୍ର ସହଯୋଗୀଙ୍କ ସମର୍ଥନ ପାଇଁ ସହଯୋଗ ମାଗିବେ । ଏହାସହ ପୁରୁଣା ବିଜେପି ବନ୍ଧୁଙ୍କ ସହ ଯୋଗାଯୋଗ କରି ସମର୍ଥନ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି । ଯଶୱନ୍ତଙ୍କ ଆଶା ରହିଛି, ଏହି ଲଢେଇ ହେଉଛି ବିଚାରଧାରାର ଲଢେଇ । ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଯେଉଁଭଳି ଭାବେ ଏକତ୍ରିତ ହୋଇଛନ୍ତି, ଏହା 2024 ପର୍ଯ୍ୟନ୍ତ ବଜାୟ ରହିବ ।
ବିଜେପି ଉପରେ ଅଭିଯୋଗ ଆଣି ସିହ୍ନା କହିଛନ୍ତି ବର୍ତ୍ତମାନର ବିଜେପିରେ ଆଭ୍ୟନ୍ତରୀଣ ଲୋକତନ୍ତ୍ର ନାହିଁ । ସେ ଯେଉଁ ବିଜେପିରେ ଥିଲେ ଏହା ସେହି ବିଜେପି ନୁହେଁ । ଅଟଳ ଆଡଭାନୀଙ୍କ ସମୟରେ ଦଳରେ ଲୋକତନ୍ତ୍ର ଥିଲା । ସମ୍ବିଧାନକୁ ସମ୍ମାନ ଥିଲା । ବିରୋଧୀଙ୍କ ପରାମର୍ଶ ଗ୍ରହଣୀୟ ଥିଲା । ବର୍ତ୍ତମାନର ବିଜେପି କହିଲେ କେବଳ 2 ଜଣଙ୍କୁ ବୁଝାଉଛି । 2 ଜଣ ଯାହା ନିଷ୍ପତି ନେବେ ତାହା ବିଜେପି ନିଷ୍ପତି ବୋଲି କୁହାଯାଉଛି । ଯାହା ଦୁର୍ଭାଗ୍ୟ ବୋଲି କହିଛନ୍ତି ଯଶୱନ୍ତ ।