ଡେରାଡୁନ: ବିଶ୍ବ ପ୍ରସିଦ୍ଧ ଯମୁନୋତ୍ରୀ ଧାମର କବାଟ ଆଜି ଦିନ 12.15ରେ ବିଧିବିଧାନ ସହ ବନ୍ଦ କରାଯାଇଛି । ତେବେ ଆଗାମୀ 6ମାସ ପାଇଁ ମା' ଯମୁନାଙ୍କୁ ଭକ୍ତମାନେ ଖୁସି ମଠ(ଖରସାଲି)ରେ ଦର୍ଶନ କରିପାରିବେ ।
ସୋମବାର ଭାଇଦୁଜ ଅବସରରେ ମା' ଯମୁନାଙ୍କ ଭାଇ ଶନି ମହାରାଜଙ୍କ ଡୋଲିରେ ଭଉଣୀଙ୍କୁ ନେବାକୁ ପହଞ୍ଚି ଥିଲେ । ଏହାପରେ ବିଶେଷ ପୂଜାର୍ଚ୍ଚନା କରାଯାଇ 6ମାସ ପାଇଁ ଯମୁନୋତ୍ରୀ ଧାମ ବନ୍ଦ କରାଯାଇଛି । ଏହାପରେ ମା' ଯମୁନା ଓ ଶନି ମହାରାଜଙ୍କ ଡୋଲି ଖରସାଲି ଅଭିମୁଖେ ବାହାରିଥିଲା ।