ନୂଆଦିଲ୍ଲୀ:ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୱାଇ ସୁରକ୍ଷା । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁ୍ବ୍ରମଣ୍ୟମ ସ୍ବାମୀଙ୍କ ବାସଭବନରେ ୱାଇ ସୁରକ୍ଷା ଯୋଗାଇ ଦିଆଯିବ । ସୁବ୍ରମଣ୍ୟମ ସ୍ବାମୀଙ୍କ ଓକିଲ କହିଛନ୍ତି କି ଆସନ୍ତାକାଲି ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବ ସୁବ୍ରମଣ୍ୟମ । ରାଜସ୍ଥାନ ସାଂସଦ ଥିବା ସମୟରେ ତାଙ୍କୁ ଏହି ସରକାରୀ ବଙ୍ଗଳା ମିଳିଥିଲା । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ 26 ଅକ୍ଟୋବର ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷା ନେଇ ସୁବ୍ରମଣ୍ୟମ ଏକ ଆବେଦନ କରିଥିଲେ । କେନ୍ଦ୍ର ସରକାର ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନଙ୍କ ମାଧ୍ୟମରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । Z ପ୍ଲସ ସୁରକ୍ଷା ଅଧୀନରେ ଆବେଦନକାରୀଙ୍କୁ y ସୁରକ୍ଷା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହା ବି ପଢନ୍ତୁ...ଦିଲ୍ଲୀରେ ବନ୍ଦ ହେବ ସ୍କୁଲ, ଅନଲାଇନ କ୍ଲାସ ପାଇଁ ମିଳିଲା ନିର୍ଦ୍ଦେଶ