ଗାନ୍ଧୀନଗର:ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE) । ଗୁଜୁରାଟରେ ଚିହ୍ନଟ ହେଲା ଓମିକ୍ରନ XE ଭ୍ୟାରିଏଣ୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ସରକାରୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ 13 ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ସୁସ୍ଥ ହୋଇଥିଲେ । ଜିନୋମ ସିକ୍ବେନସ ପରେ ସେ XE ଭ୍ୟାରିଏଣ୍ଟ ଦ୍ବାରା ଚିହ୍ନଟ ହୋଇଥିବା ଜଣାପଡିଛି । ନୂତନ ଭ୍ୟାରିଏଣ୍ଟ XE ହେଉଛି ଓମିକ୍ରନ୍- BA1 ଏବଂ BA2 ସମିଶ୍ରଣରେ ସୃଷ୍ଟି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିବା ଅନୁସାରେ, ଏହି ଭୂତାଣୁ ‘ଓମିକ୍ରନ୍ ବିଏ.୨’ ଉପ-ପ୍ରଜାତି ଠାରୁ ୧୦% ଅଧିକ ସଂକ୍ରାମକ ।