ନୂଆଦିଲ୍ଲୀ:ଭାଙ୍ଗି ପଡିଛନ୍ତି ଟପ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । କ୍ୟାମେରା ଆଗରେ କାନ୍ଦିଲେ କୁସ୍ତିଯୋଦ୍ଧା । ଏ ଦିନ ଦେଖିବାକୁ ଦେଶ ପାଇଁ ମେଡାଲ ଜିତିଥିଲୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଭିନେଶ ଫୋଗାଟ । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଜନ୍ତରମନ୍ତରରେ 11 ଦିନରୁ ଅଧିକ ଦିନ ହେବ ଧାରଣା ଦେଇଛନ୍ତି କୁସ୍ତିଯୋଦ୍ଧା । ଗତକାଲି (ବୁଧବାର) ପୋଲିସ ସହ କୁସ୍ତିଯୋଦ୍ଧାଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ଏପରି କାନ୍ଦି କାନ୍ଦି କହିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।
ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣା ଦେଇଥିବା କୁସ୍ତିଯୋଦ୍ଧା ଓ ଦିଲ୍ଲୀ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସ ଉପରେ କୁସ୍ତିଯୋଦ୍ଧା ମାଡ ମାରିଥିବା ଅଭିଯୋଗ ହୋଇଛି । ଆପ୍ ବିଧାୟକ ସୋମନାଥ ଭାରତୀ ବିନା ଅନୁମତିରେ ଫୋଲ୍ଟିଂ ବେଡ ନେଇ ଧାରଣାସ୍ଥଳକୁ ଆସିଥିବା ଦିଲ୍ଲୀ ପୋଲିସ ଦାବି କରିଛି । ଯେବେ ସୋମନାଥ ଭାରତୀଙ୍କୁ ଅଟକା ଗଲା କୁସ୍ତିଯୋଦ୍ଧାଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ଘଟଣାରେ କିଛି ପୋଲିସ କର୍ମା ଓ କୁସ୍ତିଯୋଦ୍ଧା ଆହତ ହୋଇଛନ୍ତି । ଜଣେ ଗୁରୁତର କୁସ୍ତିଯୋଦ୍ଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାପରେ ଭାଙ୍ଗି ପଡିଛନ୍ତି ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଏ ଦିନ ଦେଖିବାକୁ ଦେଶ ପାଇଁ ମେଡାଲ ଆଣିଥିଲୁ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ।