ଓଡିଶା

odisha

Wrestler's Protest: 'ସ୍ଥାପନର ପ୍ରଥମ ଦିନରେ ବଙ୍କା ହୋଇଗଲା ପବିତ୍ର ସେଙ୍ଗୋଲ'

By

Published : May 28, 2023, 10:46 PM IST

Updated : May 29, 2023, 6:38 AM IST

ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରା ସମୟରେ କୁସ୍ତିଯୋଦ୍ଧାଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଅଧିକ ପଢନ୍ତୁ

Etv Bharat
Etv Bharat

ଚେନ୍ନାଇ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଯେଉଁଭଳି ଭାବରେ ଉଠାଇ ନେଲା ତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନ୍ୟାୟ ଓ ନିରପେକ୍ଷ ଶାସନର ପ୍ରତୀକ ପବିତ୍ର ସେଙ୍ଗୋଲକୁ ନୂଆ ସଂସଦ ଭବନରେ ସ୍ଥାପିତ ହେଉଥିବା ବେଳେ ଏପଟେ ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ କ୍ରୀଡାବିତ୍‌ଙ୍କୁ ରାଜରାସ୍ତାରେ ଘୋଷାଡ଼ିଛି ଦିଲ୍ଲୀ ପୋଲିସ । ଏଣୁ ସ୍ଥାପନର ପ୍ରଥମ ଦିନରେ ହିଁ ପବିତ୍ର ସେଙ୍ଗୋଲ ବଙ୍କା ହୋଇଯାଇଛି ବୋଲି କହିଛନ୍ତି ଷ୍ଟାଲିନ।

ସେଙ୍ଗୋଲ ହେଉଛି ସୁଶାସନ ଓ କ୍ଷମତା ହସ୍ତାନ୍ତର କରିବାର ପ୍ରତୀକ । ଏହାକୁ ରବିବାର ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ବିଲ୍ଡିଂ ମଧ୍ୟରେ ସ୍ଥାପିତ କରାଯାଇଛି । ହେଲେ କ୍ରୀଡାବିତ୍‌ଙ୍କ ସହ ପୋଲିସ ଯେଉଁଭଳି ବ୍ୟବହାର କରିଛି ସେଥିଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ହୋଇଥିବା ରାଜଦଣ୍ଡ ସେଙ୍ଗୋଲ ପ୍ରଥମ ଦିନରେ ହିଁ ବଙ୍କା ହୋଇଯାଇଛି ବୋଲି ଷ୍ଟାଲିନ କହିଛନ୍ତି । ଆଜି ନୂଆ ସଂସଦ ଭବନର ଉଦଘାଟନୀ ସମାରୋହ ଥିବା ବେଳେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ସଂସଦ ଅଭିମୁଖେ ବାହାରିଥିଲେ । ସେଠାରେ ପୂର୍ବ ଯୋଜନା ମୁତାବକ 'ମହିଳାଙ୍କ ମହାପଞ୍ଚାୟତ' ମାଧ୍ୟମରେ ଆନ୍ଦୋଳନ କରିବାର ଯୋଜନା ରହିଥିଲା ।

ଏହା ବି ପଢନ୍ତୁ- Wrestlers Protest: ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରୁଥିଲେ କୁସ୍ତିଯୋଦ୍ଧା, ଉଠାଇ ନେଲା ପୋଲିସ

ଏହି ସମୟରେ କୁସ୍ତିଯୋଦ୍ଧାମାନେ ପୋଲିସର ସୁରକ୍ଷା ବଳୟକୁ ଭେଦି ସଂସଦ ଅଭିମୁଖେ ବାହାରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା । ଫଳରେ ରାଜପଥ ଉପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ତଳେ ପଡ଼ିଯାଇଥିବା ବେଳେ ସେମାନଙ୍କୁ ଉଠାଇ ନେଇଯାଇଥିଲା ପୋଲିସ । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସମାଲୋଚିତ କରିଛନ୍ତି । ଭାରତର ଅଲମ୍ପିଆନମାନଙ୍କ ପ୍ରତି ଏଭଳି ବ୍ୟବହାରକୁ କଡା ଭାଷାରେ ନିନ୍ଦା କରାଯାଇଛି ।

ସୂଚନା ଥାଉ କି କୁସ୍ତିଯୋଦ୍ଧା ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗତ ଏପ୍ରିଲ 23 ତାରିଖରୁ ଆନ୍ଦୋଳନରେ ବସିଛନ୍ତି କୁସ୍ତିଯୋଦ୍ଧା । ବ୍ରିଜଭୂଷଣଙ୍କୁ ଗିରଫ କରିବା ଲାଗି ସେମାନେ ଅଡି ବସିଛନ୍ତି । ବ୍ରିଜଭୂଷଣ ନାବାଳିକା କୁସ୍ତିଯୋଦ୍ଧାଙ୍କ ସମତେ ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଟ୍ବିଟ କରି କହିଛନ୍ତି, "ମାସ ମାସ ବିତିଯାଇଥିଲେ ସୁଦ୍ଧା ମହିଳା କୁସ୍ତିଯୋଦ୍ଧାମାନେ ନ୍ୟାୟ ଲାଗି ରାଜରାସ୍ତାରେ ବସିଛନ୍ତି । ହେଲେ ବିଜେପି ନିଜ ଦଳୀୟ ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ ।"

Last Updated : May 29, 2023, 6:38 AM IST

ABOUT THE AUTHOR

...view details