ଓଡିଶା

odisha

ETV Bharat / bharat

ପୁରସ୍କାର ଫେରାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ: କୁସ୍ତି ଯୋଦ୍ଧା ଯୋଗେଶ୍ବର - ଯୋଗେଶ୍ବର ଦତ୍ତ

Wrestlers row: କୁସ୍ତି ଯୋଦ୍ଧା ବିବାଦ ପଛରେ କଂଗ୍ରେସର ହାତ ଥିବା ଅଭିଯୋଗ । ପୁରସ୍କାର ଫେରାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା କହିଲେ କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ । ଅଧିକ ପଢନ୍ତୁ

ଯୋଗେଶ୍ବର ଦତ୍ତ
Yogeshwar Dutt

By ETV Bharat Odisha Team

Published : Jan 1, 2024, 2:13 PM IST

ଚଣ୍ଡିଗଡ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ ପୁରସ୍କାର ଫେରାଇବା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ରାଜନୈତିକ ଉଦ୍ଦେଶ୍ୟ ରଖି ଉଭୟ ପୁରସ୍କାର ଫେରାଇଥିବା କହିଛନ୍ତି ଅଲମ୍ପିକ୍ସ ପଦକ ବିଜେତା ତଥା ଷ୍ଟାର କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ । ଏଥିସହ କୁସ୍ତି ଯୋଦ୍ଧା ବିବାଦ ପଛରେ କଂଗ୍ରେସର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସେ ଦାୟୀ କରିଛନ୍ତି ।

WFIର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଲମ୍ବିତ ହୋଇଥିବା ସଂଜୟ ସିଂଙ୍କୁ ବିରୋଧ କରି ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ । କୌଣସି ସମ୍ମାନ ଭଉଣୀଙ୍କ ସମ୍ମାନଠାରୁ ବଡ଼ ନୁହେଁ ବୋଲି କହିଥଲେ ବଜରଙ୍ଗ ପୁନିଆ । କର୍ତ୍ତବ୍ୟପଥର ଫୁଟପାଥ୍‌ରେ ପଦ୍ମଶ୍ରୀ ସମ୍ମାନକୁ ରଖିଦେଇ ଚାଲିଯାଇଥିଲେ ପୁନିଆ । ସେହିପରି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ମଧ୍ୟ ଦିଲ୍ଲୀ କର୍ତ୍ତବ୍ୟ ପଥରେ ନିଜ ଅର୍ଜୁନ ପୁରସ୍କାର ଛାଡ଼ି ଚାଲିଯାଇଥିଲେ । ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧରେ ହେଉଥିବା ବ୍ୟବହାରକୁ ବିରୋଧ କରି ଏପରି ରାସ୍ତା ମଝିରେ ସମ୍ମାନଜନକ ପୁରସ୍କାର ଫେରାଇଥିଲେ ଦୁଇ କୁସ୍ତି ଯୋଦ୍ଧା ।

କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ କହିଛନ୍ତି , 'ପୁରସ୍କାର କେବଳ ଆଥଲେଟଙ୍କ ପାଇଁ ନୁହେଁ ବରଂ ଏହା ସମଗ୍ର ଦେଶ ପାଇଁ ସମ୍ମାନର ବିଷୟ। ପୁରସ୍କାର ପାଇବା ପାଇଁ ଖେଳାଳି ଏବଂ ତାଙ୍କ ପରିବାରର ଅବଦାନ ରହିଛି। କୁସ୍ତି ଯୋଦ୍ଧା ବିବାଦ ପଛରେ କଂଗ୍ରେସର ହାତ ରହିଛି । ଏଥି ପାଇଁ ପୂର୍ବରୁ ଯୋଜନା ହୋଇସାରିଥିଲା । ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଜାରି ରଖିବାକୁ ଏମାନେ ଚାହାନ୍ତି । ବିବାଦ ପଛରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରଦୀପ ସିଂ ହୁଡା ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ହାତ ରହିଛି । ''

ଏହା ମଧ୍ୟ ପଢନ୍ତୁ-ଅର୍ଜୁନ ପୁରସ୍କାର ଫେରାଇଲେ କୁସ୍ତିଯୋଦ୍ଧା ଭିନେଶ, କର୍ତ୍ତବ୍ୟ ପଥରେ ଛାଡ଼ି ଚାଲିଗଲେ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ପୁରସ୍କାର ଫେରାଇବା କୁସ୍ତିଯୋଦ୍ଧାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରେ । କିନ୍ତୁ ଏହି ବିବାଦ କୁସ୍ତି ଖେଳ ଉପରେ ପ୍ରଭାବ ପକାଇଛି । ଜୁନିୟର ଏବଂ ସବ୍-ଜୁନିୟର ଖେଳାଳି ପ୍ରଭାବିତ ହୋଇଛନ୍ତି। ପ୍ରତିଦିନ ସେମାନେ କ୍ଷତି ସହୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସେମାନେ କିଛି କହିବି ପାରୁନାହାନ୍ତି । କାରଣ ଶୁଣିବାକୁ କେହି ନାହାଁନ୍ତି। କୁସ୍ତି ଯୋଦ୍ଧାଙ୍କ ବିବାବ ଅତ୍ୟନ୍ତ ଦୁଃଖଦାୟକ । ''

ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରିବାକୁ କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ କେନ୍ଦ୍ର ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ଯଦି ଏହି କୁସ୍ତି ଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମହିଳା ଅଧିକାରୀ ଚାହୁଁଥିଲେ, ତେବେ ସେମାନେ ଅଧ୍ୟକ୍ଷ ପଦ ପାଇଁ ତଥା ସହ ଅଧ୍ୟକ୍ଷ ପଦ ଇଁ ମହିଳାଙ୍କ ନାମ ଦେବା ଉଚିତ ଥିଲା । କିନ୍ତୁ ବର୍ତ୍ତମାନ ବିବାଦ ଯେଉଁ ରୂପ ନେଇଛି ଏଥିରେ ରାଜନୈତିକ ରଙ୍ଗ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details