ନୂଆଦିଲ୍ଲୀ: ଦେଶରେ କୋରୋନାର ଖରାପ ପରିସ୍ଥିତି ଏବେ ସରିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ସମ୍ପୂର୍ଣ୍ଣ ବିପଦ ମୁକ୍ତ । ସେଥିପାଇଁ ଜନସାଧାରଣ ନିରାପଦରେ ରହିବାକୁ ସତକର୍ତାମୂଳକ ପଦକ୍ଷେପ ଅବଲମ୍ବନ କରିବା ଉଚିତ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।
ଦେଶରେ କୋରୋନାର ଖରାପ ସ୍ଥିତି ଟଳିଛି: ହର୍ଷବର୍ଦ୍ଧନ - ଦେଶରେ କୋରୋନାର ଖରାପ ସ୍ଥିତି ଟଳିଛି
ଜାନୁଆରୀ ମାସରେ ଦେଶରେ ଟୀକାକରଣ ଆରମ୍ଭ ହୋଇପାରେ । ତେବେ ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ଟୀକାକରଣର ସୁରକ୍ଷା ଏବଂ କାର୍ଯ୍ୟକାରିତା । ଏକ ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।
ତେବେ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତିକୁ ଅତି ନିକଟତର ଭାବରେ ଅନୁସରଣ କରିଆସୁଛି । ଗତ 3 ରୁ 4 ମାସ ମଧ୍ୟରେ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଦେଶବାସୀଙ୍କୁ ସତର୍କ ରହିବାକୁ ହେବ । ବର୍ତ୍ତମାନ ଦେଶରେ 3 ଲକ୍ଷ ଆକ୍ଟିଭ ମାମଲା ରହିଛି । ଏବଂ ସୁସ୍ଥ ହାର 95 ରୁ 96 ପ୍ରତିଶତ ରହିଛି । ଯାହା ଅନେକ ବିକଶିତ ଦେଶ ତୁଳନାରେ ଯଥେଷ୍ଟ ଅଧିକ । ଆମେରିକା, ଋଷ, ବ୍ରାଜିଲ ଭଳି ଦେଶର କେତେକ ବିକଶିତ ଦେଶ ତୁଳନାରେ ସୁସ୍ଥ ହାର 60 ରୁ 80 ପ୍ରତିଶତ ରହିଛି ।
ହର୍ଷବର୍ଦ୍ଧନ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦେଶର ମୃତ୍ୟୁ ହାର 1.45 ଯଥେଷ୍ଟ କମ୍ । ଖୁବଶୀଘ୍ର ବିପଦ ଟଳିବ । କିନ୍ତୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ମାସ୍କ ପିନ୍ଧିବା, ହାତର ସ୍ବଚ୍ଛତା, ଶାରୀରିକ ଦୂରତା ଆଦି ଅନୁସରଣ କରିବାକୁ ପଡିବ । ଜାନୁଆରୀରେ ଭାରତରେ ଟୀକାକରଣ ହେବାର ସମ୍ଭାବନା ରହିଛି । ଜାନୁଆରୀରେ କୌଣସି ବି ସ୍ଥିତି କିମ୍ବା କୌଣସି ସପ୍ତାହରେ ଭାରତରେ ଟୀକାକରଣ ଆରମ୍ଭ ହୋଇପାରେ । ତେବେ ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ଟୀକାକରଣର ସୁରକ୍ଷା ଏବଂ କାର୍ଯ୍ୟକାରିତା ।