ଓଡିଶା

odisha

ETV Bharat / bharat

Chaitra Navratri 2023: ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କ ପୂଜା - ମା ଶୈଳପୁତ୍ରୀ

ଆଜି ଠାରୁ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ ପୂଜା । ନଅଦିନ ଧରି ନଅଟି ରୂପରେ ପୂଜା ପାଇବେ ମା' । ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ଅଧିକ ପଢନ୍ତୁ

Chaitra Navratri 2023
Chaitra Navratri 2023

By

Published : Mar 22, 2023, 7:42 AM IST

ହାଇଦ୍ରାବାଦ: ନବରାତ୍ରୀର ମହାନ ପର୍ବ ବର୍ଷକୁ ୨ ଥର ଆସିଥାଏ । ଚୈତ୍ର ନବରାତ୍ରୀ ପରେ ସାରଦୀୟ ନବରାତ୍ରୀ ହୋଇଥାଏ । ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ଏହି ପର୍ବ । ଏଥର ନବରାତ୍ରୀ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖ ଯାଏଁ ଚାଲିବ । ଆଜି ନବରାତ୍ରୀର ପ୍ରଥମ ଦିନ । ଏହି ୯ ଦିନ ମା'ଙ୍କୁ ନଅଟି ରୂପରେ ପୂଜା କରାଯାଇଥାଏ । ଆଜି ଶୈଳପୁତ୍ରୀ ରୂପେ ପୂଜା ପାଇବେ ମା' ।

ପର୍ବତ ରାଜା ହିମାଳୟର ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୌରାଣିକ କଥାବସ୍ତୁ ଅନୁସାରେ, ପୂର୍ବ ଜନ୍ମରେ ଶୈଳପୁତ୍ରୀଙ୍କର ନାମ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କର ସ୍ତ୍ରୀ ଥିଲେ । ସତୀଙ୍କର ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅୁମାନ କରିଦେଇଥିଲେ । ଏହା ପରେ ସତୀ ନିଜକୁ ଅଗ୍ନିରେ ଭସ୍ମ କରିଦେଇଥିଲେ । ଏହାପରେ ପରବର୍ତ୍ତୀ ଜନ୍ମରେ ସତୀ ଶୈଳପୁତ୍ର ରୂପରେ ଜନ୍ମ ନେଇଥିଲେ ଏବଂ ପୁଣି ଶିବଙ୍କୁ ବିବାହ କରିଥିଲେ ।

ଶୈଳପୁତ୍ରୀଙ୍କର ପୂଜାବିଧି: ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଆଗରୁ ଅଖଣ୍ଡ ଦୀପ ଲଗାନ୍ତୁ । ଏହାସହ ଏକ ଲାଲ ବସ୍ତ୍ର ମାଆଙ୍କ ଚରଣରେ ବାନ୍ଧନ୍ତୁ । ସର୍ବ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣନେତ୍ରଂବକେ ଗୌରୀ ନାରାୟଣୀ ନମସ୍ତୁତେ ଜପ କରନ୍ତୁ । ମାତାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ ଏବଂ ମନୋଲୋଭୀ ଅଟେ । ବିଶ୍ବାସ କରାଯାଏ ଯେ, ଆଜିର ଦିନରେ ଭକ୍ତ ଯେଉଁ ମାନସିକ କରେ ତାହା ପୂରଣ ହୁଏ । ମା ଶୈଳପୁତ୍ରୀଙ୍କୁ ଧଳା ରଙ୍ଗ ଅତ୍ୟନ୍ତ ପସନ୍ଦ ତେଣୁ ଆଜି ମା'ଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ । ଏହାସହ ଭୋଗରେ ଧଳା ବର୍ଫି ଚଢାନ୍ତୁ । ଗୋଟିଏ ପାନରେ ୨୭ ପ୍ରକାର ଜିନିଷ ରଖନ୍ତୁ । ପ୍ରଥମେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାପରେ ଏକ ଲବଙ୍ଗକୁ ରଙ୍ଗ କପଡାରେ ବାନ୍ଧି ମାଆଙ୍କୁ ଅର୍ପଣ କରନ୍ତୁ । ମା'ଙ୍କୁ ମନସ୍କାମନା ମାଗିବା ବେଳେ ଆଖି ବନ୍ଦ କରି ଦୁଇହାତ ଯୋଡି ମାଗନ୍ତୁ ।

ମା' ଶୈଳପୁତ୍ରୀଙ୍କୁ ପୂଜା କରିବାର ମହତ୍ତ୍ବ: ମା' ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ । କୁଆଁରିମାନେ ମନ ପସନ୍ଦର ବର ପାଇଥାନ୍ତି । ତେବେ ଜୀବନରୁ ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ପାନରେ ଲବଙ୍ଗ ରଖି ମାଆଙ୍କୁ ସମର୍ପଣ କରନ୍ତୁ । ମା ଶୈଳପୁତ୍ରୀଙ୍କୁ ପୂଜା କରି ଜଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଥାଏ ଏବଂ ରୋଗରୁ ମୁକ୍ତି ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details