ଓଡିଶା

odisha

ETV Bharat / bharat

ଆଖି ବୁଜିଲା ଏସିଆର ସବୁଠୁ ବୟସ୍କ ହାତୀ, 90 ବର୍ଷ ବୟସରେ ଗଲା 'ବିଜୁଳି ପ୍ରସାଦ'ର ଜୀବନ

ପ୍ରାଣ ହରାଇଛି ଏସିଆର ସବୁଠୁ ବୟସ୍କ ହାତୀ 'ବିଜୁଳି ପ୍ରସାଦ'। ବ୍ରିଟିଶ ଶାସନ ଦେଖିଥିବା ଏହି ହାତୀର 90 ବର୍ଷ ବୟସରେ ଜୀବନ ଯାଇଛି। ଅଧିକ ପଢନ୍ତୁ

By

Published : Aug 21, 2023, 6:33 PM IST

ଆଖି ବୁଜିଲା ଏସିଆର ସବୁଠୁ ବୟସ୍କ ହାତୀ
ଆଖି ବୁଜିଲା ଏସିଆର ସବୁଠୁ ବୟସ୍କ ହାତୀ

ଗୌହ୍ୱାଟୀ:ଆଖି ବୁଜିଲା ବିଶ୍ବର ସବୁଠୁ ବୟସ୍କ ହାତୀ 'ବିଜୁଳି ପ୍ରସାଦ'। 90 ବର୍ଷ ବୟସରେ ପ୍ରାଣ ହରାଇଛି ଏସିଆର ସବୁଠୁ ବୟସ୍କ ହାତୀ ଭାବେ ଜଣାଶୁଣା ବିଜୁଳି ପ୍ରସାଦ। ଏହି ହାତୀଟି ବ୍ରିଟିଶ ଶାସନ ମଧ୍ୟ ଦେଖିଛି। ଆସାମର ସୋନିତପୁର ଜିଲ୍ଲାର ବିଶ୍ୱନାଥରେ ଥିବା ବେହାଲି ଟି ଇଷ୍ଟେଟରେ ରହୁଥିଲା ବିଶ୍ୱର ସର୍ବ ପୁରାତନ ହାତୀ। ବିଜୁଳି ପ୍ରସାଦ ବ୍ରିଟିଶ ଶାସନର ମଧ୍ୟ ସାକ୍ଷୀ ଥିଲା। ମୃତ୍ୟୁ ସମୟରେ ବିଜୁଳିର ବୟସ ପ୍ରାୟ 90 ବର୍ଷ ହୋଇଥିଲା।

ପ୍ରାୟ 86 ବର୍ଷ ପୂର୍ବେ ଏହି ହାତୀଟିକୁ କିଣିଥିଲା ୱିଲିୟମସନ ମ୍ୟାଗୋର ଚା କମ୍ପାନୀ। ସେତେବେଳେ ଏହି ହାତୀଟି ଛୋଟ ଥିବାବେଳେ ତାର ଲାଳନପାଳନ କରିଥିଲେ କମ୍ପାନୀର କର୍ମଚାରୀ। ବ୍ରିଟିଶର ଅଲିଭର ସାହାବ ସ୍ନେହରେ ଏହି ହାତୀର ନାମ 'ବିଜୁଳି ପ୍ରସାଦ' ରଖିଥିଲେ। ବିଜୁଳି ଏହି ମ୍ୟାଗୋର କମ୍ପାନୀର ପରିବାରର ସଦସ୍ୟ ପାଲଟି ଯାଇଥିଲା। ବିଜୁଳି ଦୈନିକ 25 କିଲୋଗ୍ରାମ ଭାତ ଖାଉଥିବାବେଳେ ବହୁ ପରିମାଣର ମକା ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିଲା। ଏପରିକି ପ୍ରତି ମାସକୁ ଥରେ ହାତୀଟିର ଚେକ୍ ଅପ ମଧ୍ୟ କରୁଥିଲେ ଡାକ୍ତର।

ଏହା ବି ପଢନ୍ତୁ...ହାତୀ ପାଳିଲା ସ୍ବାଧୀନତା ଦିବସ, ଶୁଣ୍ଢରେ ଧରି ଉଡ଼ାଇଲା ତ୍ରିରଙ୍ଗା

ସେହି ଚା' ବଗିଚାରେ କାର୍ଯ୍ୟରତ ଅନେକ କର୍ମଚାରୀ ବିଜୁଳିକୁ କଦଳୀ ଗଛର ବିଭିନ୍ନ ଅଂଶ ଖାଇବାକୁ ଦେଉଥିଲେ। ସୂଚନା ଅନୁସାରେ, ଏହି ହାତୀର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ପାଖା ପାଖି 6 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ବିଜୁଳିର ରକ୍ଷଣାବେକ୍ଷଣ ବାବଦରେ ସମସ୍ତ ଖର୍ଚ୍ଚ ୱିଲିୟମସନ ମ୍ୟାଗୋର କମ୍ପାନୀ ବହନ କରୁଥିଲା।

ଏହା ବି ପଢନ୍ତୁ...ମୃତ ହାତୀଛୁଆର ସଦ୍‌ଗତି ପାଇଁ ସମୂହ ମୁଣ୍ଡନ

ଗତ କିଛି ମାସ ଧରି ହାତୀଟି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାବେଳେ ପଶୁ ରୋଗ ବିଶେଷଜ୍ଞ ଡାକ୍ତର କୁଶଳ କୋନୱାର ଶର୍ମା ତାର ଚିକିତ୍ସା କରି ଆସୁଥିଲେ । ପୂର୍ବରୁ 82 ବର୍ଷ ବୟସରେ କର୍ଣ୍ଣାଟକର 'ଚାମୁଣ୍ଡା ପ୍ରସାଦ' ନାମକ ଏକ ହାତୀର ଜୀବନ ଯାଇଥିଲା। ଏହାପରେ 'ବିଜୁଳି ପ୍ରସାଦ' ସବୁଠୁ ଅଧିକ ବୟସ୍କ ହାତୀ ଭାବେ ବିବେଚିତ ହେଉଥିଲା। ଆଉ ବିଜୁଳି ମଧ୍ୟ 90 ବର୍ଷ ବୟସରେ ପ୍ରାଣ ହରାଇଛି । ଆଜି ବିଶ୍ବର ସବୁଠୁ ବୟସ୍କ ହାତୀ 'ବିଜୁଳି ପ୍ରସାଦ' ଆରପାରିକୁ ଚାଲି ଯାଇଛି । ଯାହାକୁ ନେଇ ଭାଙ୍ଗି ପଡିଛନ୍ତି ରକ୍ଷଣାବେକ୍ଷଣ କରୁଥିବା ସମସ୍ତ ସଦସ୍ୟ । ଏହାସହ ବାରଗ୍ୟାଙ୍ଗ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଛନ୍ତି ।

ABOUT THE AUTHOR

...view details