ଓଡିଶା

odisha

ETV Bharat / bharat

ଦୁନିଆର ସବୁଠୁ ଦାମିକିଆ ବିରିୟାନି, ଦାମ ଶୁଣିଲେ ଉଡିଯିବ ହୋସ - biriyani costs a whopping rs20,000

ଅନେକ ପ୍ରକାର ବିରିୟାନି ଥିବାବେଳେ ଏହାକୁ ବିଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଏ । ମାତ୍ର ଆଜି ଆମେ ଆପଣଙ୍କୁ ଏମିତି ବିରିୟାନି ଥାଳି ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖିଲେ, ଆପଣଙ୍କ ପାଟିରୁ ଲାଳ ବୋହିବ । ଆଉ ଏହାର ଦାମ ବି କିଛି ସେହିପରି ରହିଛି । ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ଦୁନିଆର ସବୁଠୁ ଦାମିକିଆ ବିରିୟାନି
ଦୁନିଆର ସବୁଠୁ ଦାମିକିଆ ବିରିୟାନି

By

Published : Feb 23, 2021, 7:50 PM IST

ଦୁବାଇ: ଯଦି ଆପଣ ଜଣେ ବିରିୟାନି ପ୍ରେମୀ, ତେବେ ଏହି ଖବର ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ବିରିୟାନୀ ବିଷୟରେ ସୂଚନା ଦେବାକୁ ଯାଉଛି । ଦେଖିବାକୁ ଗଲେ ଅନେକ ପ୍ରକାର ବିରିୟାନି ଥିବାବେଳେ ଏହାକୁ ବିଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଏ । ମାତ୍ର ଆଜି ଆମେ ଆପଣଙ୍କୁ ଏମିତି ବିରିୟାନି ଥାଳି ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣଙ୍କ ପାଟିରୁ ଲାଳ ବୋହିବ । ଆଉ ଏହାର ଦାମ ବି କିଛି ସେହିପରି ରହିଛି । ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ବିରିୟାନିର ଦାମ 20 ହଜାର

ୟୁଏଇର ଦୁବାଇ ଇଣ୍ଟର ନ୍ୟାସନାଲ ଫାଇନାନ୍ସିଆଲ୍ ସେଣ୍ଟର୍ (DIFC) ର ଏକ ଭାରତୀୟ ରିଷ୍ଟୋ-ବାର୍ ବମ୍ବେ ବୋରୱେ ଦୁନିଆର ଏହି ସବୁଠୁ ଦାମୀ ବିରିୟାନୀ ପ୍ଲାଟର ପରଷୁଛି । ଯାହାର ମୂଲ୍ୟ ଦୁବାଇ ମୁଦ୍ରା ଅନୁସାରେ 1 ହଜାର ଦିରହାମ(Dh 1,000) ଥିବାବେଳେ ଏହାର ଭାରତୀୟ ମୁଦ୍ରାର ପ୍ରାୟ 20,000 ଟଙ୍କା ହେବ ବୋଲି ଜଣାପଡିଛି ।

ବିରିୟାନିର ଏହି ବିଶାଳ ସୁନେଲି ରଙ୍ଗର ଧାତବ ପ୍ଲେଟର ଓଜନ 3 କିଲୋଗ୍ରାମ ରହିଥିବାବେଳେ ଏହି ଥାଳିର ପ୍ଲେଟିଂ ପାଇଁ ପାଖାପାଖି 45 ମିନିଟର ସମୟ ଲାଗିଥାଏ । ଏହି ବିରିୟାନୀ ଥାଳିରେ ତିନି ପ୍ରକାରର ଚାଉଳ ପରିବେଷଣ କରାଯାଏ । ଚିକେନ୍ ବିରିୟାନି ଚାଉଳ, ଧଳା ଏବଂ ସାଫ୍ରନ୍ ଚାଉଳ ଏବଂ କିମା ଚାଉଳ ।

ଏହାକୁ ସିଝା ଅଣ୍ଡା ଏବଂ ଛୋଟ ଛୋଟ ଆଳୁକୁ ଟପ୍ପିଙ୍ଗ୍ ଭାବରେ ଥାଳିରେ ସଜାଯାଏ । ଯାହାକୁ ଡାଳିମ୍ବ ମଞ୍ଜି, ଭଜା କାଜୁ, ଭଜା ପିଆଜ ଏବଂ ମିଣ୍ଟ ପତ୍ର ସହିତ ସଜାଯାଏ । ଏହାସହ ଏହି ବିରିୟାନି ଥାଳିରେ ମଲାଇ ଚିକେନ୍, ରାଜପୁତାନା ମୁର୍ଗ ମସାଲା, ଚିକେନ୍ ମାଂସବଲ୍, ଲ୍ୟାପସ ଚପ ଏବଂ କବାବ ବି ପରିବେଶଷ କରାଯାଏ ।

ଏହାକୁ ଏକ ରାଜକୀୟ ସ୍ପର୍ଶ ଦେବା ପାଇଁ, ପୁରା ପ୍ଲେଟକୁ 23-କ୍ୟାରେଟ୍ ଖାଇବା ସୁନା ପତ୍ର ସହିତ ସଜାଯାଇଛି । ତେବେ ସବୁଠୁ ବଡ କଥା ହେଲା, ଏହି ଥାଳିକୁ ଖାଇବାକୁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା, ଚ୍ୟାଲେଞ୍ଜ ଦରକାର ନାହିଁ । ଆପଣ ଚାହିଲେ, ଗୋଟିଏ ବିରିୟାନୀ ଥାଳି ଅର୍ଡର କରି ପୂରା ପରିବାର ଓ ବନ୍ଧୁମାନଙ୍କ ସହ ମଜା ନେଇ ପାରିବେ ।

ତେବେ ବମ୍ବେ ବୋରୋ ଏହାର ପ୍ରଥମ ବାର୍ଷିକୀ ପାଳନ କରିବା ପାଇଁ ରୟାଲ ଗୋଲ୍ଡ ବିରିୟାନି ପ୍ଲାଟରକୁ ନିଜ ମେନୁରେ ସାମିଲ କରିଥିଲା । ସେବେଠାରୁ, ଏହା ପ୍ରତ୍ୟେକ ଦିନ ବିଭିନ୍ନ ସମୟରେ ଏହାର ଡିମାଣ୍ଡ ଦେଖି ପରିବେଷଣ କରାଯାଏ । ତେବେ, ଯଦି ଆପଣ କେବେ ଦୁବାଇ ବୁଲିବାକୁ ଯାଉଛନ୍ତି, ତେବେ ଏହି ରୟାଲ ବିରିୟାନି ଥାଳିର ମଜା ନେବାକୁ ଆଦୌ ଭୁଲନ୍ତୁ ନାହିଁ ।

ABOUT THE AUTHOR

...view details