ଶ୍ରୀନଗର:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 152ତମ ଜୟନ୍ତୀ ସାରା ଦେଶ ପାଳୁଥିବାବେଳେ ଲଦାଖରେ ଭାରତୀୟ ସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଜି (ଶନିବାର) ଲଦାଖର ଲେହରେ ବିଶ୍ବର ସର୍ବବୃହତ ଖଦି ନର୍ମିତ ତ୍ରିରଙ୍ଗା ପତାକା ପ୍ରଦର୍ଶିତ କରିଛି ସେନା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଲଦାଖ ଉପରାଜ୍ୟପାଳ ଆର.କେ ମଥୁର ଉଦଘାଟନ କରିଥିବାବେଳେ ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ଏମ ଏନ ନାରଓ୍ବେଣେ ମଧ୍ୟ ସାମିଲ ହୋଇଥିଲେ ।
ଏହି ତ୍ରିରଙ୍ଗାର ଲମ୍ବ 225 ଫୁଟ ଏବଂ ପ୍ରସ୍ଥ 150 ଫୁଟ, ଓଜନ ପ୍ରାୟ 1000 କିଲୋଗ୍ରାମ ଅର୍ଥାତ ଏକ ଟନ ରହିଛି । ଏହାକୁ ଭାରତୀୟ ସେନାର 57 ଇଞ୍ଜିନିୟର ରେଜିମେଣ୍ଟ ଦ୍ବାରା ପ୍ରଦର୍ଶିତ କରାଯାଇଛି । ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (KVIC) ଦ୍ବାରା ଏହି ବିଶାଳ ପତାକାକୁ ସ୍ବତନ୍ତ୍ର ଭାବେ ଖଦିରେ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ବିଶାଳ ତ୍ରିରଙ୍ଗାକୁ ବିଶ୍ବର ପ୍ରମୁଖ ଉଚ୍ଚତମ ସୀମା ମଧ୍ୟରେ ଅନ୍ୟତମ ଲଦାଖର ଲେହରେ ପ୍ରଦର୍ଶିତ କରାଯିବା ପାଇଁ ପ୍ରାୟ 2 ଶହ ଭାରତୀୟ ଯବାନ ବେସ ପରିଶ୍ରମ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।