ହାଇଦ୍ରାବାଦ: ଖୋଲିଲା ବିଶ୍ବର ସର୍ବବୃହତ ରାମୋଜୀ ଫିଲ୍ମ ସିଟି । ଆଜିଠୁ ପୁଣି ଫିଲ୍ମ ସିଟି ବୁଲିପାରିବେ ପର୍ଯ୍ୟଟକ । କୋଭିଡ ସଂକ୍ରମଣ ବୃଦ୍ଧି ନେଇ ଦୀର୍ଘ ଦିନ ଧରି ବନ୍ଦ ଥିଲା ରାମୋଜୀ । ଦେଶ ତଥା ରାଜ୍ୟରେ ସଂକ୍ରମଣ ହ୍ରାସ ସହ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲା ହୋଇଛି ରାମୋଜୀ ଗେଟ୍ । କୋଭିଡ ନିୟମବାଳୀ ସହ ସର୍ବାଧିକ ସୁରକ୍ଷା ଓ ସାବଧାନତା ମଧ୍ୟରେ ଏହା ଖୋଲିବ ।
ପର୍ଯ୍ୟଟକଙ୍କୁ ବିଶ୍ବର ସର୍ବବୃହତ ରାମୋଜୀ ଫିଲ୍ମସିଟିର ଭବ୍ୟସ୍ବାଗତ, ପୁଣି ଆରମ୍ଭ ମଜା ମସ୍ତି ମ୍ୟାଜିକ ଫିଲ୍ମ ସୁଟିଂରେ ଷ୍ଟୁଡିଓର ଏକ ଖାସ୍ ମହତ୍ତ୍ବ ରହିଛି । ସାରା ବିଶ୍ବରେ ଏପରି ବହୁତ ଷ୍ଟୁଡିଓ ରହିଛି ଯାହାର ବ୍ୟବହାର ସିରିଏଲ ଏବଂ ଫିଲ୍ମ ସୁଟିଂ ପାଇଁ କରାଯାଏ । ହେଲେ ରାମୋଜୀ ଫିଲ୍ମ ସିଟି ସବୁ ଷ୍ଟୁଡିଓ ମଧ୍ୟରେ ସବୁଠୁ ଅଗ୍ରଣୀ ତଥା ସର୍ବବୃହତ । ଦୀର୍ଘ ୨୦୦୦ ଏକ ଜମିରେ ପରିବ୍ୟାପ୍ତ ଏହି ଫିଲ୍ମ ସିଟି ୧୯୯୬ ମସିହାରେ ନିର୍ମାଣ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୨୫୦୦ରୁ ଅଧିକ ଫିଲ୍ମର ସୁଟିଂ ସରିଲାଣି । ଫିଲ୍ମ ସିଟି ଏତେ ବଡ ଯେ ଏଠାରେ ଏକାସଙ୍ଗେ ୨୦ ବିଦେଶୀ ଫିଲ୍ମ ଏବଂ ୪୦ ଭାରତୀୟ ଫିଲ୍ମର ସୁଟିଂ ହୋଇପାରିବ । ଏହିସବୁ କାରଣ ଯୋଗୁଁ ରାମୋଜୀ ଫିଲ୍ମସିଟିର ନାମ ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ।
ଚର୍ଚ୍ଚିତ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ, ବାହୁବଳୀ, ଦ ଡାର୍ଟି ପିକ୍ଚରର ସୁଟିଂ ମଧ୍ୟ ରାମୋଜୀ ଫିଲ୍ମସିଟିରେ ହୋଇଛି । ଏହି ପର୍ଯ୍ୟଟନସ୍ଥଳକୁ ବାର୍ଷିକ ପ୍ରାୟ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି ଏବଂ ନେଚର ସାଙ୍ଗକୁ ଆଡଭେଞ୍ଚରର ମଜା ଉଠାଇଥାନ୍ତି । ରାମୋଜୀ ଫିଲ୍ମସିଟିରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ବିଳାସମୟ, ଇକୋନୋମୀ ଓ ସୁପର ଇକୋନୋମି ପ୍ୟାକେଜ ବି ଉପଲବ୍ଧ ହେଉଛି । ଏହି ଦୀର୍ଘ ବିସ୍ତୃତ ଫିଲ୍ମ ଷ୍ଟୁଡିଓ ମଧ୍ୟରେ ଥିମେଟିକ, ମେକ-ବିଲିଭ, ଲୋକାଲ୍, ଚିତ୍ତାକର୍ଷକ ବଗିଚା, କ୍ୟାସକେଡିଂ ଫାଉଣ୍ଟେନ ଭଲି ଅନେକ ଚମତ୍କାର ସ୍ଥାନ ରହିଛି । ମନୋରଞ୍ଜନ ଜୋନ୍ ଏବଂ ଥିମ୍ ଆଧାରିତ ଇଣ୍ଟରାକ୍ଟିଭ୍ ମନୋରଞ୍ଜନ ପାଇଁ ମଧ୍ୟ ଏହା ଖୁବ୍ ପ୍ରସିଦ୍ଧ । ଏଥିସହ ରାମୋଜୀ ଫିଲ୍ମ ସିଟି, ଭାରତର ଏକମାତ୍ର ଥିମେଟିକ୍ ଗନ୍ତବ୍ୟସ୍ଥଳ । ଟେକ୍ନୋଲୋଜି, ସ୍ଥାପତ୍ୟ ଏବଂ ଲ୍ୟାଣ୍ଡସ୍କେପ୍ ଡିଜାଇନ୍ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ବାରା ଏହା ଡିଜାଇନ୍ ଏବଂ ବିକଶିତ ହୋଇଛି ।
ରାମୋଜୀ ଫିଲ୍ମ ସିଟି ପରିଦର୍ଶନ କରିବାକୁ ଗୋଟିଏ ଦିନ ଯଥେଷ୍ଟ ନୁହେଁ, ପ୍ରତ୍ୟେକ ବଜେଟ୍ ଅନୁଯାୟୀ ଆକର୍ଷଣୀୟ ରହଣୀ ପ୍ୟାକେଜ୍ ପ୍ରଦାନ କରାଯାଏ । ଏହି ଫିଲ୍ମ ସିଟିରେ ଥିବା ହୋଟେଲଗୁଡ଼ିକରେ ଅତ୍ୟନ୍ତ ବିଳାସପୂର୍ଣ୍ଣ । ହୋଟେଲ ସିତାରା, ଆରାମଦାୟକ ହୋଟେଲ ତାରା, ବସୁନ୍ଧରା ଭିଲ୍ଲାରେ ଫାର୍ମ ହାଉସ୍ ରହଣୀ, ଶାନ୍ତି ନିକେତାନରେ ବଜେଟ୍ ରହଣି ଏବଂ ସାହାରା ଏବଂ ସୁପର ଇକୋନୋମି ଛାତ୍ରାବାସର ରହଣି ସ୍ଥାନ ରହିଛି ଯାହା ବ୍ୟକ୍ତିଗତ ଭାବେ ସମସ୍ତଙ୍କର ପସନ୍ଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ