ଓଡିଶା

odisha

ETV Bharat / bharat

Liquid Mirror Telescope: ନୈନିତାଲରେ ସ୍ଥାପିତ, କ୍ୟାମେରାରେ ଆକାଶ ଗଙ୍ଗାର ଫଟୋ କଏଦ - ଆକାଶ ଗଙ୍ଗାର ଫଟୋ ଉତ୍ତୋଳନ

ଦେବଭୂମି ଉତ୍ତରାଖଣ୍ଡର ନୈନିତାଲରେ ବିଶ୍ବର ପ୍ରଥମ ଲିକ୍ବିଡ ମିରର ଟେଲିସ୍କୋପ ସ୍ଥାପନ ହୋଇଛି । ଏହା ହଜାର ହଜାର ଆଲୋକ ବର୍ଷ ଦୂରରେ ଥିବା ଆକାଶ ଗଙ୍ଗା ଏବଂ ତାରାର ଫଟୋ ଉଠାଇ ଏକ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

Liquid Mirror Telescope: ନୈନିତାଲରେ ସ୍ଥାପିତ, କ୍ୟାମେରାରେ ଆକାଶ ଗଙ୍ଗାର ଫଟୋ କଏଦ
Liquid Mirror Telescope: ନୈନିତାଲରେ ସ୍ଥାପିତ, କ୍ୟାମେରାରେ ଆକାଶ ଗଙ୍ଗାର ଫଟୋ କଏଦ

By

Published : Jun 4, 2022, 2:57 PM IST

ଡେରାଡୁନ: ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଐତିହାସିକ ଉପଲବ୍ଧି ହାସିଲ କଲା ଉତ୍ତରାଖଣ୍ଡ ନୈନିତାଲର ଆର୍ଯ୍ୟଭଟ୍ଟ ପ୍ରକ୍ଷେଣ ବିଜ୍ଞାନ ଗବେଷଣା ସଂସ୍ଥା(ARIES Nainital) । ସଂସ୍ଥା ଦ୍ବାରା ଦେବସ୍ଥଳ ନୈନିତାଲରେ ବିଶ୍ବର ପ୍ରଥମ ତରଳ ଦର୍ପଣ ଟେଲିସ୍କୋପ (ILMT) ସ୍ଥାପନ ହୋଇଛି । ଏହି ଟେଲିସ୍କୋପ ବ୍ରହ୍ମାଣ୍ଡରେ ଘଟୁଥିବା କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେବାରେ ସହାୟକ ହେବ । ଏହି ଟେଲିସ୍କୋପ ମହାକାଶରେ ଥିବା ଆକାଶ ଗଙ୍ଗାର ଫଟୋ ଉତ୍ତୋଳନ କରିଥିବା ଜଣାପଡ଼ିଛି ।

Liquid Mirror Telescope: ନୈନିତାଲରେ ସ୍ଥାପିତ, କ୍ୟାମେରାରେ ଆକାଶ ଗଙ୍ଗାର ଫଟୋ କଏଦ

ବିଶ୍ବର ପ୍ରଥମ ଅନ୍ତର୍ଜାତୀୟ ତରଳ ଦର୍ପଣ ଟେଲିସ୍କୋପ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ଟେଲିସ୍କୋପ ପ୍ରଥମ ପର୍ଯ୍ୟାୟରେ ହଜାର ହଜାର ଆଲୋକ ବର୍ଷ ଦୂରରେ ଥିବା ଆକାଶ ଗଙ୍ଗା ଏବଂ ତାରାର ଫଟୋ ଉଠାଇ ଏକ ରେକର୍ଡ ସୃଷ୍ଟି କରିଛି । ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ପ୍ରଫେସର ଦୀପଙ୍କର ବାନାର୍ଜୀ ଟେଲିସ୍କୋପ ବିଷୟରେ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଲିକ୍ବିଡ୍ ଟେଲିସ୍କୋପ ସାହାଯ୍ୟରେ ଗାଲାକ୍ସିରେ ଦୈନନ୍ଦିନ ଘଟଣା ଭଲ ଭାବେ ଅଧ୍ୟୟନ କରାଯାଇପାରିବ । ଏହା ଭବିଷ୍ୟତର ପରିବର୍ତ୍ତନ ଜାଣିବା ଏବଂ ଆବିଷ୍କାର କରିବାରେ ସାହାଯ୍ୟ କରିବ ।

୮ ଦେଶର ସହାୟତାରେ ନିର୍ମିତ:-

୨୦୧୭ ମସିହାରେ ବେଲଜିୟମ, କାନାଡ଼ା, ପୋଲାଣ୍ଡ, ଉଜବେକିସ୍ତାନ ସମେତ ୮ଟି ଦେଶର ସହାୟତାରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ଏହାର ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । କୋରୋନା ମହାମାରୀ ପାଇଁ ଏହି ଟେଲିସ୍କୋପ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ARIES ବୈଜ୍ଞାନିକଙ୍କ କହିବାନୁସାରେ ପୁରାତନ ଟେଲିସ୍କୋପ ତୁଳନାରେ ଏହି ଟେଲିସ୍କୋପ ଗାଲାକ୍ସିର ଅଧିକ ସ୍ଥାନକୁ କଭର୍‌ କରିପାରିବ । ପ୍ରଥମ ଥର ପାଇଁ ପାରଦ(mercuy)କୁ ତରଳ ଆକାରରେ ବ୍ୟବହାର କରାଯାଇଛି । ଏହି ଟେଲିସ୍କୋପରେ ପ୍ରତିଦିନ ୧୦ରୁ ୧୫ ଜିବି ଡାଟା ଜେନେରେଟ କରିବ ।

ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଡଃ ବ୍ରିଜେଶ କୁମାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ NGC ୯୫ ହଜାର ଆଲୋକ ବର୍ଷ ଦୂରରେ ଥିବା ୪୨୭୪ ଆକାଶ ଗଙ୍ଗାର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରି ଏକ ରେକର୍ଡ ସୃଷ୍ଟି କରିଛି । ସେ କହିଛନ୍ତି ଯେ ଏହା ଏକ ସର୍ଭେ ଟେଲିସ୍କୋପ । ଆକାଶ ଗଙ୍ଗାର ମିଲ୍କି-ୱେ(Milky-way) ତାରାମାନେ ମଧ୍ୟ କ୍ୟାମେରାରେ ସହଜରେ କଏଦ ହେବାରେ ସଫଳ ହୋଇଛନ୍ତି । ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଡଃ କୁନ୍ତଳ ମିଶ୍ରା କହିଛନ୍ତି ଯେ କାନାଡାର ପ୍ରଫେସର ପଲ୍ ହାକ୍ସନ୍ ଏହି ପ୍ରକଳ୍ପକୁ ଅନ୍ତର୍ଜାତୀୟ ସ୍ତରରେ ଆଗେଇ ନେଉଛନ୍ତି ।

ABOUT THE AUTHOR

...view details