ଓଡିଶା

odisha

ETV Bharat / bharat

World Water Day 2022: ଜୀବନର ଆଧାର ଜଳ

ଆଜି ବିଶ୍ବ ଜଳ ଦିବସ । ଜଳସଙ୍କଟ ଦୂର ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ

World Water Day 2022: ଜୀବନର ଆଧାର ଜଳ
World Water Day 2022: ଜୀବନର ଆଧାର ଜଳ

By

Published : Mar 22, 2022, 10:58 AM IST

ହାଇଦ୍ରାବାଦ: ଜଳ ହିଁ ଜୀବନ, ଜଳ ବିନା ବଞ୍ଚିବା ଅସମ୍ଭବ । ଜଳ ହିଁ ଜୀବଜଗତର ସତ୍ତା । ଜୀବନର ପ୍ରତି ମୁହୁର୍ତ୍ତ ଓ ପ୍ରତିଟି ସମୟରେ ଜଳର ରହିଛି ଆବଶ୍ୟକତା । ମନୁଷ୍ୟ , ଜୀବଜନ୍ତୁ, ଗଛଲତା ଆଦି ଜଳ ବିନା ବଞ୍ଚିବା ଅସମ୍ଭବ । ପୃଥିବୀରେ ୭୧ ପ୍ରତିଶତ ଜଳ ରହିଥିବା ବେଳେ ମନୁଷ୍ୟ ଶରୀରରେ ୬୦ ପ୍ରତିଶତ ଜଳ ରହିଛି । ତେବେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେଉଥିବେଳେ ଜଳର ଅଧିକ ଆବଶ୍ୟକତା ରହିଛି । ତେଣୁ ଜଳସଙ୍କଟ ଦୂର ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବରେ ପାଳନ କରାଯାଏ ।

ବିଶ୍ବ ଜଳ ଦିବସ ପାଳନ କରିବା ପାଇଁ ପ୍ରଥମେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୨୨, ୧୯୯୨ ରେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୨ କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୧୯୯୩ ମସିହାରୁ ସାରା ବିଶ୍ୱରେ ଆଜିର ଦିନକୁ ଜଳ ଦିବସ ଭାବରେ ପାଳନ କରାଯାଉଛି । ଦିନକୁ ଦିନ ପୃଥିବୀରୁ ଜଳ ସମ୍ପଦ କ୍ଷୟ ହେବାରେ ଲାଗିଛି । ଆଗାମୀ ପିଢି ପାଇଁ ଜଳ ସଂରକ୍ଷଣ ନିହାତି ଆବଶ୍ୟକ । ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ । ଭବିଷ୍ୟତର ଆବଶ୍ୟକତା ପାଇଁ ଜଳର ସଂରକ୍ଷଣ କରିବା ଦିଗରେ ଆମ ଭିତରେ ଯଥେଷ୍ଟ ସଚେତନତା ରହିବା ଦରକାର । ବିଶ୍ବ ଜଳ ଦିବସ ଅବସରରେ ଆଜିର ଥିମ ହେଉଛି “Groundwater – Making the invisible visible” ।

ଜଳ ଜୀବନ ମିଶନ

ଜଳ ସଙ୍କଟ ଦୂର କରିବା ସହ ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚାଇବା ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଜଳ ଜୀବନ ମିଶନ । ଏଭି ଯୋଜନା ଅଧିନରେ ଦେଶର ସମସ୍ତଙ୍କ ଘରେ ଘରେ ଟ୍ୟାପ ମାଧ୍ୟମରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ବିଗତ ଅଢେଇ ବର୍ଷ ମଧ୍ୟରେ ଭାରତରେ ଏହି ମିଶନ ୧୭ ପ୍ରତିଶତରୁ ୪୭ ପ୍ରତିଶତ ବୃଦ୍ଧି ହୋଇ ୯ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇପାରିଛନ୍ତି । ଏନେଇ କେନ୍ଦ୍ର ସରକାର ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଜଳ ଶକ୍ତି ମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରାୟ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ୯.୧୬ କୋଟି ଗ୍ରାମୀଣ ପରିବାର ଟ୍ୟାପ ଯୋଗେ ପାନୀୟ ଜଳ ପାଇପାରିଛନ୍ତି । ଗତ ୨୦୧୯ ପରଠାରୁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହଭାଗିତାରେ ୨୦୨୪ ସୁଦ୍ଧା ଜଳ ଜୀବନ ମିଶନ ଅଧିନରେ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସୂଚନାନୁସାରେ, ସ୍ୱାଧୀନତା ଠାରୁ ୨୦୧୯ ପର୍ଯ୍ୟନ୍ତ ଆମ ଦେଶରେ କେବଳ ୩ କୋଟି ଘର ଟ୍ୟାପ୍ ଜଳ ପାଇପାରୁଛନ୍ତି । ୨୦୧୯ ରେ ଜଳ ଜୀବନ ମିଶନ ଆରମ୍ଭ ହେବା ପରଠାରୁ ୫ କୋଟି ପରିବାର ଜଳ ସଂଯୋଗ ସହିତ ସଂଯୁକ୍ତ ହୋଇଛନ୍ତି ।

ABOUT THE AUTHOR

...view details