ଓଡିଶା

odisha

ETV Bharat / bharat

World Soil Day: ସୁସ୍ଥ ଜୀବନ ପାଇଁ ମାଟିର ଯତ୍ନ ଜରୁରୀ - ବିଶ୍ବ ମୃତ୍ତିକା ଦିବସ 2022

ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ । ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ । ମାଟି ରହିଲେ ହିଁ ଇକୋସିଷ୍ଟମରେ ସମନ୍ବୟ ସମ୍ଭବ । ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ପାଇଁ ପ୍ରତିବର୍ଷ ଡିସେମ୍ବର 5 ତାରିଖକୁ ବିଶ୍ବ ମୃତ୍ତିକା ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ

World Soil Day
World Soil Day

By

Published : Dec 5, 2022, 7:26 AM IST

ହାଇଦ୍ରାବାଦ: ମାଟି ଜୀବନ ଦାନ ଦିଏ । ମାଟି ଉପରେ ଗଢି ଉଠେ ଅଟାଳିକା ଜୀବନ ପାଏ ଗଛଲତା । ମାଟିରେ ହସି ଉଠେ ଫୁଲ । ମାଟି ବିନା ଏ ଜଗତର କଳ୍ପନା ଅସମ୍ଭବ । ମାଟିରୁ ଆମର ଜନ୍ମ । ଆଉ ମୃତ୍ୟୁ ପରେ ବି ଆମ ଶରୀର ମାଟିରେ ମିଶେ । ମାଟି ସହ ମଣିଷ ଓତଃପ୍ରୋତ ଭାବେ ଜଡିତ । ମାଟି ଆମର ମାଆ । ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ । ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ । ମାଟି ରହିଲେ ହିଁ ଇକୋସିଷ୍ଟମରେ ସମନ୍ବୟ ସମ୍ଭବ । ମୃତ୍ତିକା ସଂରକ୍ଷଣ ହୋଇପାରିଲେ ଆମେ ସୁସ୍ଥ ରହିବା । ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି ପାଇଁ ଖାଦ୍ୟ ଓ ଶସ୍ୟ ସଂଗଠନ (FAO) ପକ୍ଷରୁ ପ୍ରତିବର୍ଷ ଡିସେମ୍ବର 5କୁ ବିଶ୍ବ ମୃତ୍ତିକା ଦିବସ (world Soil Day) ରୂପେ ପାଳନ କରାଯାଇଥାଏ । ମନୁଷ୍ୟ ବ୍ୟବହାର ପାଇଁ, ଖାଦ୍ୟ ସୁରକ୍ଷା, ଇକୋସିଷ୍ଟମ ଓ ସୁସ୍ଥ ଜୀବନ ପାଇଁ ଆଦି ପାଇଁ ମୃତ୍ତିକାକର ଯତ୍ନ ଜରୁରୀ । ତେଣୁ ପ୍ରତିବର୍ଷ ମୃତ୍ତିକା ଦିବସ ପାଳନ କରାଯାଏ ।

2002 ମସିହାରେ ଇଣ୍ଟରନ୍ୟାସନାଲ୍ ୟୁନିଅନ ଅଫ୍ ସଏଲ୍ ସାଇନ୍ସ(IUSS)ପକ୍ଷରୁ ଏହି ଦିବସ ପାଳନ କରାଗଲା । ଥାଇଲାଣ୍ଡର ଅଧ୍ୟକ୍ଷତାରେ ପ୍ରଥମେ ଏହି ଦିବସକୁ ପାଳନ କରାଗଲା । ଏହାପରେ ଜୁନ 2013ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଡିସେମ୍ବର 5କୁ ମୃତ୍ତିକା ଦିବସ ରୂପେ ପାଳନ ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । କାରଣ ଡିସେମ୍ବର 5, ଥାଇଲାଣ୍ଡର ରାଜା ଏଚ ଏମ୍ କିଙ୍ଗ ଭୁମିବୋଲ ଅଦୁଲ୍ୟଦେଜଙ୍କ ଜନ୍ମଦିନ । ତାଙ୍କର ଜନ୍ମଦିବସକୁ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ ।

ବିଶ୍ବ ମୃତ୍ତିକା ଦିବସ 2022:ଏ ବର୍ଷର ଶୀର୍ଷକ ରହିଛି ('Soil: Where Food Begins') ମୃତ୍ତିକାରୁ ଖାଦ୍ୟର ଉତ୍ପତ୍ତି । ଯେଉଁ ମାଟି ବିଶ୍ବବାସୀ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛି ତାର ରକ୍ଷା ଏକାନ୍ତ ଆବଶ୍ୟକ । ମୃତ୍ତିକା ସଂରକ୍ଷଣ ହେଲେ ଆଗାମୀ ପିଢିକୁ କୌଣସି ସମସ୍ୟାରେ ସମ୍ମୁଖୀନ ହେବ ନାହିଁ ।

ଏହା ବି ପଢନ୍ତୁ...Gujarat final phase polls : ଅନ୍ତିମ ପର୍ଯ୍ୟାୟରେ 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢେଇ କୋଟି ଭୋଟର

ଯେପରି ଜଳ ବିନା ବଞ୍ଚିବା ଅସମ୍ଭବ ସେହି ପରି ମାଟି ବିନା ଜୀବନ କଳ୍ପନା କରିହେବ ନାହିଁ । ଜଙ୍ଗଲ କ୍ଷୟ, ବର୍ଷା ଜଳ ସଂରକ୍ଷଣ ନ ହେବା, କଳକାରଖାନାର ବର୍ଜ୍ୟବସ୍ତୁ ମାଟିରେ ମିଶିବା ଭଳି ଅନେକ କାରଣ ମୃତ୍ତିକା କ୍ଷୟର କାରଣ ପାଲଟିଛି । କଂକ୍ରିଟ ରାସ୍ତା, ଜଙ୍ଗଳ ନଷ୍ଟ ଯୋଗୁଁ କ୍ରମାଗତ ଭାବେ ମୃତ୍ତିକା ଅବକ୍ଷୟ ହେଉଛି । କୁହାଯାଏ ମାଟି ଆମର ମାଆ । ମାଟିରେ ସୁନାର ଫସଲ ହସି ଉଠେ । ମାଟିର ଗୁଣବତ୍ତା ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ସହ ଲଢିବାରେ ସହାଯ୍ୟ କରେ । ସୁସ୍ଥ ପରିବେଶ ପାଇଁ ମାଟିର ସୁରକ୍ଷା ଆବଶ୍ୟକ । ଏହା କେବଳ ମଣିଷ ହାତରେ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details