ଓଡିଶା

odisha

ETV Bharat / bharat

Amravati-Akola highway: ୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ, ସୃଷ୍ଟି ହେବ ବିଶ୍ବ ରେକର୍ଡ - ୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ

ବିଶ୍ବ ରେକର୍ଡ ହାତେଇବା ଲକ୍ଷ୍ୟରେ ଚାଲିଛି କାର୍ଯ୍ୟ । ଅମରାବତୀ- ଅକୋଲା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ମାତ୍ର ୧୦୮ ଘଣ୍ଟାରେ ଶେଷ କରି ବିଶ୍ବ ରେକର୍ଡ ହାତେଇବା ଲକ୍ଷ୍ୟରେ ରହିଛନ୍ତି କର୍ମୀ । ଘଟଣାସ୍ଥଳରେ ଗିନିଜ ବୁକ୍‌ ଟିମ ଉପସ୍ଥିତ । ଅଧିକ ପଢନ୍ତୁ

Amravati-Akola highway: ୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ, ସୃଷ୍ଟି ହେବ ବିଶ୍ବ ରେକର୍ଡ
Amravati-Akola highway: ୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ, ସୃଷ୍ଟି ହେବ ବିଶ୍ବ ରେକର୍ଡ

By

Published : Jun 4, 2022, 3:07 PM IST

ମୁମ୍ବାଇ:ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶବାସୀ ଅଦ୍ଭୁତପୂର୍ବ କାର୍ଯ୍ୟ କରି ଦେଶକୁ ବିଶ୍ବ ସ୍ତରରେ ପରିଚିତ କରୁଛନ୍ତି । ତେବେ ମହାରାଷ୍ଟ୍ରରେ ଲଗାତାର ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ବିଶ୍ବ ଇତିହାସରେ ସ୍ଥାନ ପାଇବାକୁ ଯାଉଛି । ଅମରାବତୀ- ଅକୋଲା ଜାତୀୟ ରାଜପଥର ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି । ମାତ୍ର ୧୦୮ ଘଣ୍ଟା ମଧ୍ୟରେ କର୍ମୀମାନେ ୭୫ କିମି ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ସଫଳ ହେଲେ ଏହି କାର୍ଯ୍ୟ ବିଶ୍ବ ରେକର୍ଡ ସୃଷ୍ଟି କରିବ ବୋଲି ଜଣାପଡ଼ିଛି ।

୧୦୮ ଘଣ୍ଟାରେ ୭୫କିମି ରାସ୍ତା ନିର୍ମାଣ ଲକ୍ଷ୍ୟ, ସୃଷ୍ଟି ହେବ ବିଶ୍ବ ରେକର୍ଡ

ଏହି ନିର୍ମାଣ କାର୍ଯ୍ୟ ଜୁନ ୩ ତାରିଖ ଶୁକ୍ରବାର ସକାଳେ ଆରମ୍ଭ ହୋଇଥିଲା । ଏହାକୁ ଆସନ୍ତା ଜୁନ ୭ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ହାଇୱେ ଅମରାବତୀର ଲୋନି ଗ୍ରାମଠୁ ଅକୋଲାର ମନା ଗ୍ରାମକୁ ସଂଯୋଗ କରୁଛି । ଏହି କାର୍ଯ୍ୟରେ କର୍ମୀମାନେ ଦିନରାତି ଲାଗିଛନ୍ତି । ଏହା ୧୦୮ ଘଣ୍ଟା ମଧ୍ୟରେ ଶେଷ ହୋଇଯିବ ବୋଲି କର୍ମୀମାନେ ଆଶା ରଖିଛନ୍ତି । ଯଦି ସଫଳତାର ସହିତ ଏହି ରାସ୍ତାକାମ ଶେଷ ହୁଏ ତେବେ ଏହା ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇବ ବୋଲି ଜଣାପଡ଼ିଛି ।

ନିର୍ମାଣ ସ୍ଥଳରେ ଗିନିଜ ବୁକ୍‌ର ଟିମ ଉପସ୍ଥିତ ରହି କାର୍ଯ୍ୟକୁ ଦେଖୁଛନ୍ତି । ଏହି କାର୍ଯ୍ୟରେ ଅତ୍ୟାଧୁନିକ ମେସିନ ନିୟୋଜିତ ହୋଇଛି । ଏହି କାର୍ଯ୍ୟରେ ପ୍ରାୟ ୮୦୦ରୁ ୧ ହଜାର କର୍ମୀ ମଧ୍ୟ ନିୟୋଜିତ ରହିଛନ୍ତି । ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ବ ରାଜପଥ ଇନଫ୍ରାକନ ନେଇଛି । ଏହାର ଦୃଢ ନିର୍ମାଣ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳରେ ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯଦି କମ୍ପାନୀ ଏହି କାର୍ଯ୍ୟରେ ସଫଳ ହୁଏ ତେବେ ଏକ ନୂଆ ରେକର୍ଡ ସୃଷ୍ଟି ହେବ ।

For All Latest Updates

ABOUT THE AUTHOR

...view details