ହାଇଦ୍ରାବାଦ: ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ରେଡିଓ । ଶଦ୍ଦ, ଭାବନା, ସ୍ବର ଓ ସୃଜନଶୀଳତାର ପ୍ରତୀକ ହେଉଛି ରେଡିଓ । କମ ଖର୍ଚ୍ଚରେ ପ୍ରଭାବଶାଳୀ ଉପସ୍ଥାପନା ସହ ଶ୍ରୋତାଙ୍କ ହୃଦୟରେ ଶତାଦ୍ଦୀରୁ ଅଧିକ ସମୟ ଧରି ଘର କରି ରହିଛି ରେଡିଓ । ନମସ୍କାର ସକାଳର ସମାଚାରରୁ ସନ୍ଧ୍ୟାର ସେ ସୁମଧୁର ଗୀତ ଜରିଆରେ ଆଜି ଲୋକଙ୍କୁ ବାନ୍ଧି ରଖିଛି ଏହି ଶ୍ରାବ୍ୟ ଉପକରଣ ।
ରୁପେଲି ପରଦା ଭଳି ବେତାର ଦୁନିଆ ରଙ୍ଗୀନ ନୁହେଁ ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିବା ଭଳି ସମସ୍ତ କୌଶଳ ଖୁନ୍ଦି ହୋଇଛି ରେଡିଓରେ । ଏହି ଯନ୍ତ୍ରରୁ କେବଳ ଖବର ଶୁଣାଯାଏ ଯାହାକୁ କେବଳ ଅନୁଭବ କରିହୁଏ । ଏହା ସମାଜିକ ଜୀବନ ସହିତ ପୁଙ୍ଖନାପୁଙ୍ଖ ଭାବେ ଜଡିତ । ଭରସା ଓ ବିଶ୍ବାସର ମାଧ୍ୟମ ରେଡିଓ । ଏଥିରେ ଖବର ପ୍ରସାରଣ ରାଜନୈତିକ ଚାପ ମୁକ୍ତ ଅଟେ । ରେଡିଓ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରସାରଣକାରୀଙ୍କ ମଧ୍ୟରେ ସହଯୋଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଶ୍ବ ରେଡିଓ ଦିବସ ଏକ ଜରିଆ । ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ । ସମାଜର ବିଭିନ୍ନ ବିକାଶକୁ ଅନୁସରଣ କରି ଏହାର ସେବାକୁ ଅନୁକୂଳ କରି ମାନବିକତା ଇତିହାସର ଏକ ଅଂଶ ଭାବରେ ବିଶ୍ବ ରେଡିଓ ଦିବସ ପାଳନ କରାଯାଏ ।
ଦୁନିଆ ବଦଳିବା ସହ ରେଡିଓ ଶୁଣିବାର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିଛି । ଶିକ୍ଷାର ନିରନ୍ତରତା ନିଶ୍ଚିତ କରିବା, ଭୁଲ ତଥ୍ୟ ବିରୁଦ୍ଧରେ ଲଢିବା ଏବଂ ପ୍ରତିବନ୍ଧକ ଅଙ୍ଗଭଙ୍ଗୀକୁ ପ୍ରୋତ୍ସାହିତ କରିବା ପାଇଁ ରେଡିଓ ନିରନ୍ତର ଚେଷ୍ଟା କରି ଆସିଛି । ଲୋକଙ୍କୁ ରେଡିଓ ମାଧ୍ୟମରେ ସୂଚନା ପ୍ରଦାନ କରିବାକୁ ଉତ୍ସାହିତ କରିବାର ଏହା ଏକ ଦିନ । ବିବିଧତାକୁ ପ୍ରୋତ୍ସାହିତ କରିବା, ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ବିଶ୍ବ ଗଠନ କରିବା ଆବଶ୍ୟକ । ଅନେକ ଦେଶରେ ରେଡିଓ ହେଉଛି ପ୍ରାଥମିକ ମାଧ୍ୟମ ଏବଂ ସୂଚନାର ଉତ୍ସ । ଅଲ ଇଣ୍ଡିଆ ରେଡିଓର ଲୋକପ୍ରିୟତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସାଧାରଣତଃ ବିଶ୍ବାସ କରାଯାଏ ଯେ ପ୍ରଥମ ରେଡିଓ ପ୍ରସାରଣ 1895 ମସିହାରେ ଗୁଗଲିଏଲୋ ମାର୍କୋନିଙ୍କ ଦ୍ବାରା କରାଯାଇଥିଲା ।