ଓଡିଶା

odisha

ETV Bharat / bharat

World Press Freedom Day: ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ

ଆଜି ବିଶ୍ବ ପ୍ରେସ ସ୍ବାଧିନତା ଦିବସ । ଗଣମାଧ୍ୟମ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଝବୁତ କରିଛି । ମାତ୍ର କଳୁଷିତ ସମାଜରେ ନିର୍ଭୟ କଲମ ମୁନରେ ନିଷ୍ଠାପରତାର ଗାଥା ଲେଖି ବାରମ୍ବାର ଆକ୍ରମଣର ଶିକାର ହୋଇଛି ସାମ୍ବାଦିକ । ଅଧିକ ପଢ଼ନ୍ତୁ

By

Published : May 3, 2022, 9:21 AM IST

Updated : May 3, 2022, 2:14 PM IST

world press independence day today
world press independence day: ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ

ହାଇଦ୍ରାବାଦ:'ଗଣମାଧ୍ୟମ' ଏକ ଶବ୍ଦ ନୁହେଁ। ଏହା ଏକ କର୍ତ୍ତବ୍ୟ ଯାହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇ ଦେଶବାସୀଙ୍କ ଦାୟିତ୍ବ ବହନ କରିଥାଏ । ଗଣମାଧ୍ୟମ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଜବୁତ କରିଛି । ତାର ଭୂମିକା ଅତ୍ୟନ୍ତ ସୁଦୂରପ୍ରଚାରୀ ଏବଂ ପ୍ରଭାବଶାଳୀ । କଳୁଷିତ ସମାଜରେ ନିର୍ଭୟ କଲମ ମୁନରେ ନିଷ୍ଠାପରତାର ଗାଥା ଲେଖିଯାଏ । ଆଜି ଗଣମାଧ୍ୟମର ସ୍ବାଧିନତା ପାଇଁ ଦିନଟିଏ ଅର୍ଥାତ ବିଶ୍ବ ପ୍ରେସ ସ୍ବାଧିନତା ଦିବସ । ପ୍ରତି ବର୍ଷ ମେ 3 ତାରିଖକୁ ବିଶ୍ବ ପ୍ରେସ ସ୍ବାଧିନତା ଦିବସ ଭାବେ ପାଳନ କରାଯାଏ ।

ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । ତାହାର ଗୁରୁତ୍ବ ବୃଦ୍ଧି ହୋଇଥାଏ ସାମ୍ବାଦିକଙ୍କ ନିଷ୍ଠା, ପ୍ରଚେଷ୍ଠା, ନିର୍ଭୀକତା, ନିରପେକ୍ଷତା ଓ ନ୍ୟାୟ ପନ୍ଥା ଦ୍ବାରା । ହେଲେ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖଣ୍ଡାର ତୀକ୍ଷ୍ମ ଧାରରେ ପରିଚାଳିତ ହେଉଛି । ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତ କାଣ୍ଡରେ ନିଷ୍ପେଷିତର ଶିକାର ହେବାକୁ ପଡୁଛି । ବାରମ୍ବାର ଚତୁର୍ଥସ୍ତମ୍ଭର ସ୍ବାଧିନତା ଉପରେ ଆକ୍ରମଣ ହେଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଅନେକ ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ମୂଳ ସ୍ବାଧିନତା ବାଟକୁ ଚାହିଁ ବସିଛି ।

ଜାତିସଂଘ ସାଧାରଣ ସଭା 1993 ମସିହାରେ ଆଜିର ଦିନକୁ ପ୍ରେସ ସ୍ବାଧିନତା ଦିବସ ଭାବେ ଘୋଷଣା କରିଥିଲା । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି 'ଜର୍ନାଲିଜମ ଅଣ୍ଡର ଡିଜିଟାଲ ସିଜ' । ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ । କିନ୍ତୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଜି ପ୍ରଶ୍ନ ଉଠୁଛି । କେତେ ସ୍ବାଧିନ ଆମ ଗଣମାଧ୍ୟମ ?

ବିଶ୍ବ ପ୍ରେସ ସ୍ବାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଟ୍ବିଟ କରି ଲେଖିଛନ୍ତି, "ବୃତ୍ତିଗତ ନୈତିକତା ସହିତ ନିରପେକ୍ଷ ସୂଚନା ସଂଗ୍ରହ ଏବଂ ପ୍ରସାର କରିବା ପାଇଁ ସାମ୍ବାଦିକମାନଙ୍କ ଆଦର୍ଶ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି। ଅନେକ ସମୟରେ ଖବର ଅନୁସନ୍ଧାନରେ ସେମାନେ ନିଜ ଜୀବନକୁ ବିପଦରେ ପକାନ୍ତି"। ନବୀନ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2022, 2:14 PM IST

ABOUT THE AUTHOR

...view details