ହାଇଦ୍ରାବାଦ:ସମସ୍ତ କାର୍ଯ୍ୟ ଭିତରୁ ବଂଶ ବିସ୍ତାର ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କର ଏକ ଅନ୍ୟତମ କାର୍ଯ୍ୟ । ବଞ୍ଚିବା ସହିତ ଜୀବନକୁ ସୁଗମ କରିବା ପରିବାର ଲକ୍ଷ୍ୟ । ପୂର୍ବରୁ ଗୋଟିଏ ପରିବାର ସନ୍ତାନ ସଂଖ୍ୟା ଏକାଧିକ ରହୁଥିଲେ । ଗୋଟିଏ ପରିବାରରେ ଅତିକମରେ ତିନୋଟି ସନ୍ତାନ ରହୁଥିଲେ । ବିଶ୍ବରେ ଜନସଂଖ୍ୟା ସମସ୍ୟା ଓ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।
ଜନସଂଖ୍ୟା ମଣିଷ ଜୀବନ ଧାରଣର ମୂଲ୍ୟାୟନ କରିଥାଏ । ଏନେଇ ଜନସଂଖ୍ୟା ଅନୁଶୀଳନ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏ ନେଇ ଲୋକଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ଚଳିତ ବର୍ଷ 1 ଜୁଲାଇ ସୁଦ୍ଧା ବିଶ୍ବରେ ଜନସଂଖ୍ୟା ପାଖାପାଖି 779 କୋଟି 50 ଲକ୍ଷରେ ପହଞ୍ଚିଛି । ଏହା ବିଶ୍ବ ଜନସଂଖ୍ୟାର 17.17% ଅଟେ । ଜନସଂଖ୍ୟା ବଢିବା ନେଇ ବିଭିନ୍ନ ସମସ୍ୟା ଉପୁଜିଛି । ଦେଶର ପ୍ରଗତିରେ ମଧ୍ୟ ଜନସଂଖ୍ୟା ବାଧା ସୃଷ୍ଟି କରିଛି । ରାଷ୍ଟ୍ରର ସାମୂହିକ ଉନ୍ନତିରେ ପ୍ରରିବନ୍ଧକ ସାଜିଛି ଜନସଂଖ୍ୟା ବୃଦ୍ଧି ।
ଜନସଂଖ୍ୟା ନିୟନ୍ତ୍ରଣ ନ ହେବାକୁ ଦାରିଦ୍ରତା ବଢିଛି । ପାଖା ପାଖି ଏକ ବିଲିୟନ ଲୋକ ତଥା ବିଶ୍ବ ଜନସଂଖ୍ୟାର 8 ଭାଗରୁ ଏକ ଭାଗ ଲୋକ ଭୋକିଲା ରହିଛନ୍ତି । ପ୍ରତିବର୍ଷ 2ମିଲିୟନ ଶିଶୁ ପୁଷ୍ଟିହୀନତା ପାଇଁ ଜୀବନ ହାରୁଛନ୍ତି । ମେହବହୁଳତା ବିସ୍ତାର ନେଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ବ୍ରିଟେନର ଡାକ୍ତର । ଅନ୍ୟମାନେ ଭୋକରେ ଥିବାବେଳେ ଆମେ ବହୁତ ଖାଉଛୁ ବୋଲି କହିଛନ୍ତି ଜୋନାଥାନ ସାକସ ।