ହାଇଦ୍ରାବାଦ: ମନର ଭାବନାକୁ ପରିପ୍ରକାଶ କରିବା ପାଇଁ କବିତା ଏକ ଉତ୍ତମ ମାଧ୍ୟମ ଅଟେ । ଅନୁଭବ ଓ ଭାବପ୍ରବଣତା ପରିପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ । ତେଣୁ କବିତା ରଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରିବା ଏବଂ ନୂଆ ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ ।
୧୯୯୯ ମସିହାରେ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଘଟନ( UNESCO)ର ୩୦ତମ ଅଧିବେଶନରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା । ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ କବିତା ଆନ୍ଦୋଲନକୁ ସୁଦୃଢ କରିବା UNESCOର ମୂଳ ଲକ୍ଷ୍ୟ । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା । ଏହି ଅବସରରେ ଉଭୟ ପ୍ରଚୀନ ଓ ଆଧୁନିକ କବିତାଗୁଡିକୁ ସମ୍ମାନ ପ୍ରଦର୍ଶନ କରିବାଲ ସହ କବିତା ପରମ୍ପରାକୁ ଉଜ୍ଜୀବିତ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି ।