ହାଇଦ୍ରାବାଦ: ସମୁଦ୍ର କାହାକୁ ବା ନ ଭଲ ଲାଗେ । ସମୁଦ୍ର କୂଳର ସେ ସୁନ୍ଦର ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ । ମନକୁ ଶାନ୍ତି ଦେଉଥିବା ଏହି ସମୁଦ୍ରର ସୁରକ୍ଷା ମଧ୍ୟ ନିହାତି ଆବଶ୍ୟକ ରହିଛି । ସେଥିପାଇଁ ପ୍ରତିବର୍ଷ ଜୁନ 8 ତାରିଖକୁ ବିଶ୍ବ ସମୁଦ୍ର ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ବ ସମୁଦ୍ର ଦିବସର ବିଷୟବସ୍ତୁ ରହିଛି 'ସମୁଦ୍ର ଜୀବନ ଓ ଜୀବିକା' ।
1992ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡାର ଓସନ୍ ଇନଷ୍ଟିଚ୍ୟୁଟ ଅଫ୍ କାନାଡା ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା । ଜାତିସଂଘ 2008ରେ ଏହି ଦିବସ ପାଳନକୁ ସ୍ବୀକୃତି ଦେଇଥିଲା । ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳିଥିବା ସମ୍ବଳର ସୁରକ୍ଷା ନେଇ ସଚେତନଚା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ବିଶ୍ବର ପ୍ରାୟ ତିନିଶହ କୋଟି ଲୋକଙ୍କ ଜୀବିକା ସମୁଦ୍ର ଉପରେ ନିର୍ଭରଶୀଳ । ସମୁଦ୍ରରେ ଅତି କମରେ 236, 878 ପ୍ରଜାତିର ଜୀବ ବାସ କରନ୍ତି । ଆମେ ଗ୍ରହଣ କରୁଥିବା ଅମ୍ଳଜାନର 70 ପ୍ରତିଶତ ସମୁଦ୍ରରୁ ସୃଷ୍ଟି ହୋଇଥାଏ ।