ଓଡିଶା

odisha

ETV Bharat / bharat

World Mental Health Day: ରୁହନ୍ତୁ ଚିନ୍ତା ମୁକ୍ତ, ପାଖ ମାଡିବନି ରୋଗ - WHO

ଯଦି ମାନସିକ ସ୍ତରରେ ମଣିଷ ଭାଙ୍ଗି ପଡେ କୌଣସି ଏକ ବିଷୟକୁ ନେଇ ଚିନ୍ତା କରେ ତେବେ ତାର ସୁସ୍ଥ ଶରୀର ଅସୁସ୍ଥ ହୋଇପଡେ । ମଣିଷକୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ମନ ଭଲ ରହିଲେ ମଣିଷ ସବୁ କିଛି ଠିକ ଭାବରେ କରିପାରିବ । ମନୁଷ୍ୟ ଜୀବନର ସବୁ ସମସ୍ୟା ସହିତ ଖାପଖୁଆଇ ଚଳିବା ସହିତ ସଫଳତାର ସହିତ ନିଜ କାମ କରେ ନିଜ ଗୋଷ୍ଠୀ ପ୍ରତି କୌଣସି ଅବଦାନ ଦେବାରେ ସକ୍ଷମ ହୁଏ ଯେବେ ତାରା ମାନସିକ ଅବସ୍ଥା ଭଲଥାଏ । ଅଧିକ ପଢନ୍ତୁ...

World Mental Health Day 2021: ମାନସିକ ସୁସ୍ଥତା ହିଁ ଶାରୀରିକ ସୁସ୍ଥତା
World Mental Health Day 2021: ମାନସିକ ସୁସ୍ଥତା ହିଁ ଶାରୀରିକ ସୁସ୍ଥତା

By

Published : Oct 10, 2021, 9:59 AM IST

ହାଇଦ୍ରାବାଦ: କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି । ଯଦି ମାନସିକ ସ୍ତରରେ ମଣିଷ ଭାଙ୍ଗି ପଡେ କୌଣସି ଏକ ବିଷୟକୁ ନେଇ ଚିନ୍ତା କରେ ତେବେ ତାର ସୁସ୍ଥ ଶରୀର ଅସୁସ୍ଥ ହୋଇପଡେ । ମଣିଷକୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ମନ ଭଲ ରହିଲେ ମଣିଷ ସବୁ କିଛି ଠିକ ଭାବରେ କରିପାରିବ । ମନୁଷ୍ୟ ଜୀବନର ସବୁ ସମସ୍ୟା ସହିତ ଖାପଖୁଆଇ ଚଳିବା ସହିତ ସଫଳତାର ସହିତ ନିଜ କାମ କରେ ନିଜ ଗୋଷ୍ଠୀ ପ୍ରତି କୌଣସି ଅବଦାନ ଦେବାରେ ସକ୍ଷମ ହୁଏ ଯେବେ ତାରା ମାନସିକ ଅବସ୍ଥା ଭଲଥାଏ । ବିଶ୍ବ ସ୍ତରରେ ମାନସିକ ସ୍ବାସ୍ଥ୍ୟ ନେଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଏ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସର ଇତିହାସ...

୧୯୯୨ ମସିହା ଅକ୍ଟୋବରରେ ପ୍ରଥମ ଥର ପାଇଁ ବିଶ୍ବ ଫେଡେରେସନର ବାର୍ଷିକ କାର୍ଯ୍ୟକ୍ରମରେ ଏହି ଦିବସ ପାଳନ ହୋଇଥିଲା । ଏହି ଦିନର ମୁଖ୍ୟ ଲକ୍ଷ୍ୟ ଥିଲା ମାନସିକ ସ୍ବାସ୍ଥ୍ୟ ବିଷୟରେ ପ୍ରଚାରକୁ ପ୍ରୋତ୍ସାହିତ କରିବା ଏବଂ ଜନସାଧାରଣଙ୍କୁ ପ୍ରାସଙ୍ଗିକ ପ୍ରସଙ୍ଗରେ ଶିକ୍ଷା ଦେବା ।

ଏହା ପରେ ଏହି ଅଭିଯାନର ଲୋକପ୍ରିୟତା ଦେଖି 1994 ରେ ପ୍ରଥମ ଥର ପାଇଁ ଏହି ଦିନ ପାଇଁ ଏକ ଥିମ୍ ରଖାଯାଇଥିଲା “ସମଗ୍ର ବିଶ୍ବରେ ମାନସିକ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା'' । ଏହାପରେ ଧିରେ ଧିରେ ଏହାର ଲୋକପ୍ରିୟତା ବଢିଲା । ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଇଁ ପ୍ରସ୍ତୁତି ମାସେ ପୂର୍ବରୁ କରାଯାଏ ଏବଂ କେତେକ ଦେଶରେ ଏହି କାର୍ଯ୍ୟକ୍ରମ ଅନେକ ଦିନ, ଏକ ସପ୍ତାହ, କିମ୍ବା କେତେକ କ୍ଷେତ୍ରରେ ସମଗ୍ର ମାସ ପର୍ଯ୍ୟନ୍ତ ଚାଲେ । ଚଳିତ ବର୍ଷର ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସର ବିଷୟବସ୍ତୁ ହେଉଛି 'ଏକ ଅସମାନ ଦୁନିଆରେ ମାନସିକ ସ୍ବାସ୍ଥ୍ୟ' ।

ଦେହ ଖରାପ ହେଲେ ଯେପରି ଡାକ୍ତରଙ୍କ ପାରମର୍ଶ ନେବାକୁ ପଡିଥାଏ ମାନସିକ ରୋଗ ପାଇଁ ମଧ୍ୟ ମନୋ ଚିକିତ୍ସକଙ୍କ ଆବଶ୍ୟକତା ପଡିଥାଏ । ବିଭିନ୍ନ କାରଣରୁ ଆମ ଦେଶରେ ମାନସିକ ରୋଗୀଙ୍କ କ୍ଷେତ୍ରରେ ଏହି ସବୁବେଳେ ସମ୍ଭବ ହୋଇନଥାଏ । ଗ୍ରାମାଞ୍ଚଳର ଏବେ ବି ଅନେକ ଲୋକ ଏ ବିଷୟରେ ସମୂର୍ଣ୍ଣ ଅଜ୍ଞ କହିଲେ ଚଳେ । ମାନସିକ ରୋଗର ଶିକାର ବ୍ୟକ୍ତି ସମାଜକୁ ବହୁମୂଲ୍ୟ ଅବଦାନ ଦେବାରୁ ବଞ୍ଚିତ । ଫଳ ସୂରୁପ ଦେଶ ଏ ବାବଦରେ ଅନେକ କ୍ଷତି ସହୁଛି ଯାହାର ଆକଳନ ସମ୍ଭବପର ନୁହେଁ । ତେଣୁ ସମସ୍ତ ମାନସିକ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଅନୁଭବ କରି ମାନସିକ ସ୍ବାସ୍ଥ୍ୟ ଚିକିତ୍ସାର ବ୍ୟବସ୍ଥା କରିବା ଦରକାର ।

କୋରୋନା ମହାମାରୀ ସମୟରେ ମାନସିକ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ବ ଦିଆଯାଇଛି । ମାହାମାରୀ ସମୟରେ ସବୁ ବର୍ଗର ଲୋକ ମାନସିକ ଚିନ୍ତାର ଶିକାର ହୋଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶର ଉନ୍ନତିରେ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ । WHO ଅନୁଯାୟୀ 15-29 ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟାର ମୁଖ୍ୟ କାରଣ ମାନସିକ ଚିନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details