ଓଡିଶା

odisha

World Malaria Day2022: ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ

ଆଜି ବିଶ୍ବ ମ୍ୟାଲେରିଆ ଦିବସ । ମ୍ୟାଲେରିଆର ଭୟାବହତା ସମ୍ପର୍କରେ ସଚେତନ କରିବା, ତାକୁ ନିୟନ୍ତ୍ରଣ କରିବାରେ ବିଶ୍ବବ୍ୟାପି ପ୍ରୟାସକୁ ମାନ୍ୟତା ଦେବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ବ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

By

Published : Apr 25, 2022, 11:33 AM IST

Published : Apr 25, 2022, 11:33 AM IST

World Malaria Day2022: ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ
World Malaria Day2022: ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ

ହାଇଦ୍ରାବାଦ:ଆଜି ବିଶ୍ବ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ସାରା ବିଶ୍ବରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ବିକାଶଶୀଳ ଦେଶମାନଙ୍କରେ ଏହି ସଂଖ୍ୟା ଅଧିକ ରହିଥାଏ । ଏଭଳି କ୍ଷେତ୍ରରେ ମ୍ୟାଲେରିଆର ଭୟାବହତା ସମ୍ପର୍କରେ ସଚେତନ କରିବା, ତାକୁ ନିୟନ୍ତ୍ରଣ କରିବାରେ ବିଶ୍ବବ୍ୟାପି ପ୍ରୟାସକୁ ମାନ୍ୟତା ଦେବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ବ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଏ ।

ପ୍ରଥମଥର ୨୦୦୮ ମସିହାରେ ଏହି ଦିବସ ପାଳନ ହୋଇଥିଲା । ଏହା ପର ଠାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ କରାଯାଉଛି । ଏହି ଦିବସରେ ବିଭିନ୍ନ ମ୍ୟାଲେରିଆ ରୋଗ ସମ୍ପର୍କରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବିଶ୍ବର ୧୦୬ଟି ଦେଶରେ ଏହି ରୋଗ ବ୍ୟାପୁଥିବା ବେଳେ ଆଫ୍ରିକା ମହାଦେଶ ଶୀର୍ଷରେ ରହିଛି । ଘର ପାଖରେ ପାଣି ଜମିବା, ଅପରିଷ୍କାର ନାଳନର୍ଦମା କାରଣରୁ ଏହି ମ୍ୟାଲେରିଆ ରୋଗ ବ୍ୟାପେ । ପରିଷ୍କାର, ସ୍ବଚ୍ଛ ପରିବେଶ ସହ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା ମ୍ୟାଲେରିଆରୁ ରକ୍ଷା ପାଇବାର ମୂଳ ଉପାୟ।ଆମ ଦେଶ ଭାରତ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ମୂଳୋତ୍ପାଟନ ଲକ୍ଷ୍ୟ ରଖିଛି । ସେହିପରି ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଛି ।

ଏହାକୁ ନେଇ ପ୍ରଶାସନିକ ସ୍ତରରେ ଅନେକ ବ୍ୟବସ୍ଥା ଜାରି ରହିଛି । ଅନ୍ୟପଟେ ବିଶେଷଜ୍ଞମାନେ ଏହାକୁ ଅସମ୍ଭବ କହିଛନ୍ତି । ସେମାନଙ୍କ ଅନୁସାରେ, ଏହି ରୋଗର ମନିଟରିଂ ସିଷ୍ଟମ ବହୁତ ଦୁର୍ବଳ ଅଟେ । ମ୍ୟାଲେରିଆ ପ୍ଲାଜମୋଡିୟମ ପରଜୀବୀରୁ ହେଉଥିବା ଏକ ଜୀବନ ନାଶକ ରୋଗ ଅଟେ । ମାଈ ଏନୋଫିଲିସ ମଶା କାମୁଡିବା ଦ୍ବାରା ବ୍ୟାପିଥାଏ ।

ପ୍ରତିବର୍ଷ ଏହି ଦିବସର ଅଲଗା ଅଲଗା ଥିମ ରହିଥାଏ । ଚଳିତ ବର୍ଷ ଏହି ଦିବସର ଥିମ ରହିଛି "Harness innovation to reduce the malaria disease burden and save lives".

ABOUT THE AUTHOR

...view details