ନୂଆଦିଲ୍ଲୀ: ଶ୍ରୀ ଗୁରୁ ତେଗ ବାହାଦୂରର 400 ତମ ପ୍ରକାଶ ପୂରବ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଷ୍ଟାମ୍ପ ମଧ୍ୟ ଉନ୍ମୋଚନ କରିଥଛନ୍ତି । ସୂର୍ଯ୍ୟାସ୍ତ ପରେ ଲାଲକିଲ୍ଲାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧିତ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁରୁ ତେଗ ବାହାଦୂରର 400 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ଭାରତକୁ ଦେଖୁଛି । ମୁଁ ଖୁସି ଯେ ଆଜି ଆମ ଗୁରୁମାନଙ୍କ ଆଦର୍ଶରେ ପୂର୍ଣ୍ଣଭକ୍ତି ସହିତ ଆମ ଦେଶ ଆଗକୁ ବଢୁଛି । ଏହି ଉତ୍ତମ ଅବସରରେ ମୁଁ ସମସ୍ତ ଦଶ ଗୁରୁଙ୍କ ପାଦତଳେ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।