ହାଇଦ୍ରାବାଦ:ଆଫଗାନିସ୍ତାନକୁ କାବୁ କରିବାକୁ ତାଲିବାନ ପ୍ରସ୍ତୁତ ହେଉଥିବାବେଳେ କିଛି ଦିନ ହେବ ଏହି ଘଟଣାକୁ ନେଇ ଦେଶର ସୁରକ୍ଷା ପରିସ୍ଥିତି ଉପରେ ଅନେକ ନେତା ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଥିଲେ ଆମେରିକାର ନିଷ୍ପତ୍ତି ତ୍ବରାନ୍ବିତ ହୋଇଛି ବୋଲି କହିବା ଠିକ୍, ଏହା ଭବିଷ୍ୟବାଣୀ କରାଯାଇଥିବା ଏକ ଘଟଣାର ଇତିହାସ ଅଟେ । ଆଫଗାନିସ୍ତାନକୁ ସୁରକ୍ଷା ଦେବାକୁ ଆମେ ପାଶ୍ଚାତ୍ୟ ନେତାମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲୁ । ନୂତନ ସରକାରକୁ ଆସିବା ଉଚିତ । ସେ ତାଲିବାନ ହେଉ କି ଅନ୍ୟ କେହି ବୋଲି ମନ୍ତବ୍ୟ ଦେଇଥିଲେ ଜନସନ ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଆଫଗାନିସ୍ତାନରେ ସଂଙ୍କଟ ଭୟାନକ ଏବଂ ହୃହୟ ବିଦାରକ । ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ଆଫଗାନିସ୍ତାନ ଲୋକେ ଆଜି ଯେଉଁ ପରିସ୍ଥିତିରେ ଅଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଜଷ୍ଟିନ ଟ୍ରୁଡୋ ।