ମୁମ୍ବାଇ: ଆଜି ନୌସେନା ଦିବସ ପାଳନ କରୁଛି ଦେଶ । ନୌସେନା ଦିବସରେ ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ଶିତ କରିଛି ଭାରତୀୟ ନୌସେନା । ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆ ନିକଟରରେ ଏହି ବିଶାଳକାୟ ତ୍ରିରଙ୍ଗାକୁ ପଶ୍ଚିମ ନୌସେନା କମାଣ୍ଡ ପକ୍ଷରୁ ପ୍ରଦର୍ଶିତ କରାଯାଇଛି (The Worlds Largest National Flag Unfurled On Navy Day 2021) ।
ଏହି ବିଶାଳ ତ୍ରିରଙ୍ଗା ସମ୍ପୂର୍ଣ୍ଣ ଖଦିରେ ନିର୍ମିତ ହୋଇଥିବାବେଳେ ଏହାର ଲମ୍ବ 225 ଫୁଟ ଓ ପ୍ରସ୍ତ 150 ଫୁଟ ବିଶିଷ୍ଟ । ସେହିପରି ଏହାର ଓଜନ ପ୍ରାୟ 1,400 କିଲୋଗ୍ରାମ ବୋଲି ସୂଚନା ରହିଛି । ଜାତୀୟ ନୌସେନା ନୌସେନା ଦିବସରେ ଦେଶ ଓ ପ୍ରତିଟି ଭାରତୀୟ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଏବଂ ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏହି ବିଶ୍ବର ସର୍ବବୃହତ ତ୍ରିରଙ୍ଗା ପ୍ରଦର୍ସିତ କରାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।