ଓଡିଶା

odisha

ETV Bharat / bharat

World Health Day 2022: ସୁଖ ଓ ସୁସ୍ଥତାର ମୂଳପିଣ୍ଡ ସୁସ୍ବାସ୍ଥ୍ୟ - ବିଶ୍ବ ସ୍ବାସ୍ଥ୍ୟ ଦିବସ

ସାଧାରଣ ସ୍ବାସ୍ଥ୍ୟ ଓ ବିଶ୍ବ କଲ୍ୟାଣ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୭କୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ୧୯୮୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ସଭା ସଞ୍ଚାଳନ କରିଥିଲା । ଯାହା ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ ପାଇଁ ଆହ୍ବାନ ଦେଇଥିଲା । ଅଧିକ ପଢନ୍ତୁ

World Health Day 2022
World Health Day 2022

By

Published : Apr 7, 2022, 12:33 PM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ହିଁ ସମ୍ପଦ । ସୁସ୍ବାସ୍ଥ୍ୟ ହିଁ ଜରୁରୀ ସନ୍ତୁଳିତ ଆହାର । ସ୍ବାସ୍ଥ୍ୟ କେବଳ ଶାରୀରିକ ସୁସ୍ଥତାକୁ ବୁଝାଏ ନାହିଁ, ଯେତେବେଳେ ଜଣ ବ୍ୟକ୍ତି ମାନସିକ ଓ ସାମାଜିକ ଭାବେ ସୁସ୍ଥ ରହିଥାଏ ତାଙ୍କୁ ଆମେ ସୁସ୍ଥ ବୋଲି କୁହାଯାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ସ୍ବାସ୍ଥ୍ୟ ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ । ଜଣେ ସୁସ୍ଥ ବ୍ୟକ୍ତି ସବୁ କିଛି କରିବାକୁ ସକ୍ଷମ ହୋଇଥାଏ । ସାଧାରଣ ସ୍ବାସ୍ଥ୍ୟ ଓ ବିଶ୍ବ କଲ୍ୟାଣ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୭କୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ୧୯୮୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ସଭା ସଞ୍ଚାଳନ କରିଥିଲା । ଯାହା ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ ପାଇଁ ଆହ୍ବାନ ଦେଇଥିଲା ।

ପ୍ରକୃତିକୁ ପ୍ରଭାବିତ କରୁଛି ଆତ୍ୟାଧୁନିକ ଜୀବନଶୈଳୀ । ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରୁଛି ସ୍ବାସ୍ଥ୍ୟ ସମସ୍ୟା । ସୁସ୍ଥ ଶରୀର ପାଇଁ ପ୍ରକୃତି ଜୀବନଶୈଳୀ ମଧ୍ୟରେ ଏ ସନ୍ତୁଳନର ଆବଶ୍ୟକତା ରହିଛି । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି 'ଆମ ପୃଥିବୀ ଆମ ସ୍ବାସ୍ଥ୍ୟ' । ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିର ସୁସ୍ବାସ୍ଥ୍ୟ ପ୍ରତି ବିଶ୍ବବାସୀଙ୍କ ଧ୍ୟାନ ଆକର୍ଷଣ ପାଇଁ ଚଳିତ ବର୍ଷ ଏହି ବିଷୟବସ୍ତୁ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ବର୍ଜ୍ୟବସ୍ତୁର ସଠିକ ପରିଚାଳନା, ଜଳ ସଂରକ୍ଷଣ, ଇଯାନ ବ୍ୟବହାର, ବ୍ୟାପକ ବୃକ୍ଷରୋପଣ ଫଳରେ ପୃଥିବୀ ବଞ୍ଚିପାରିବ । ପୃଥିବୀ ପ୍ରକୃତି ବଞ୍ଚିଲେ ସ୍ବାସ୍ଥ ସେବାର ନୂଆ ସମ୍ଭାବନା ସୃଷ୍ଟି ହୋଇ ପାରିବ ।

ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ଓ ରାଜ୍ୟରେ ଯୋଜନାମାନ ରହିଛି । ରାଜ୍ୟରେ ବିଏସକେୱାଇ ଓ କେନ୍ଦ୍ରରେ ଆୟୁଷ୍ମାମାନ ଭାରତ ଯୋଜନାରୁ ଲୋକେ ଲାଭବାନ ହୋଇଛନ୍ତି । ସ୍ବାସ୍ଥ୍ୟ ବଜେଟ ମଧ୍ୟ ବଢିଛି । ୧୯୫୦ ଏପ୍ରିଲ ୭ ତାରିଖରେ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ହୋଇଥିଲା । ସେବେଠୁ ଏହା ପାଳିତ ହୋଇଆସୁଛି । ଏହି ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ଥ ରୁହନ୍ତୁ । ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଆଜି ମଧ୍ୟ ଏକ ଦିନ । ଏହା ସେମାନଙ୍କର କଠିନ ପରିଶ୍ରମ ଯାହା ଆମ ଗ୍ରହକୁ ସୁରକ୍ଷିତ ରଖିଛି ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details