ହାଇଦ୍ରାବାଦ: ବିଶ୍ବର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥାନ ତାଲିକାରେ ସ୍ଥାନ ପାଇଲା ଅହମ୍ମଦାବାଦ ଏବଂ କେରଳ । ୨୦୨୨ ବର୍ଷ ପାଇଁ ଟାଇମ୍ ପତ୍ରିକା ଏହି ଦୁଇଟି ସହରକୁ ସ୍ଥାନ ଦେଇଛି । ପରିଭ୍ରମଣ କରିବା ପାଇଁ ବିଶ୍ବର ୫୦ଟି ସ୍ଥାନ ମଧ୍ୟରେ ଏହି ଦୁଇଟି ସହର ସ୍ଥାନ ପାଇଛି । ମଙ୍ଗଳବାର ଟାଇମ୍ ପତ୍ରିକା ତରଫରୁ କୁହାଯାଇଛି ଯେ, "ଦେଶ ପର୍ଯ୍ୟଟନ କ୍ଷେତ୍ରରେ ପୁଣିଥରେ ଟ୍ରାକକୁ ଫେରୁଛି । ଭାରତର ପ୍ରଥମ ୟୁନେସ୍କୋ ବିଶ୍ବ ଐତିହ୍ୟ ସହର ଅହମ୍ମଦାବାଦରେ ଉଭୟ ପୁରାତନ ଏବଂ ଆଧୁନିକ ସ୍ଥାନ ରହିଛି, ଯେଉଁଥିପାଇଁ ସାଂସ୍କୃତିକ ପର୍ଯ୍ୟଟନର କେନ୍ଦ୍ରରେ ପରିଣତ ହୋଇଛି ।"
World greatest places of 2022: ତାଲିକାରେ ସ୍ଥାନ ପାଇଲା ଅହମ୍ମଦାବାଦ ଓ କେରଳ - ଅହମ୍ମଦାବାଦ ଏବଂ କେରଳ ବିଶ୍ବର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥାନ
ଟାଇମ୍ ପତ୍ରିକା ପର୍ଯ୍ୟଟନ କ୍ଷେତ୍ରରେ 2022 ମସିହା ପାଇଁ ବିଶ୍ବର ସର୍ବୋତ୍ତମ ସ୍ଥାନ ମଧ୍ୟରେ ଅହମ୍ମଦାବାଦ ଏବଂ କେରଳକୁ ଅନ୍ତର୍ଭୁକ୍ତ କରିଛି । ପର୍ଯ୍ୟଟନ ପାଇଁ ୫୦ଟି ସ୍ଥାନ ମଧ୍ୟରେ ଏହି ଦୁଇଟି ସହର ସ୍ଥାନ ପାଇଛି । ଅଧିକ ପଢନ୍ତୁ
ଟାଇମର କହିବା ଅନୁଯାୟୀ, ସାବରମତି ନଦୀ କୂଳରେ 36 ଏକର ଜମିରେ ଅବସ୍ଥିତ ଶାନ୍ତିପୂର୍ଣ୍ଣ ଗାନ୍ଧୀ ଆଶ୍ରମ ସହିତ ନବରାତ୍ରୀ ପାଇଁ ମଧ୍ୟ ଅହମ୍ମଦାବାଦ ପ୍ରସିଦ୍ଧ ଅଟେ । ଏହାସହ ବିଶ୍ବର ସବୁଠାରୁ ଲମ୍ବା ନୃତ୍ୟ ଉତ୍ସବ ମଧ୍ୟ ୯ ଦିନ ଧରି ପାଳନ କରଯାଏ । ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା କେରଳ ମଧ୍ୟ ସ୍ଥାନ ପାଇଛି । କେରଳର ବେଳାଭୂମି, ମନ୍ଦିର, ପ୍ରାସାଦ ଚମତ୍କାର ହୋଇଥିବେ ବେଳେ ଏହାକୁ ଭଦବାନଙ୍କ ଦେଶ ବୋଲି ମଧ୍ୟ କୁହାଯାଇଥାଏ । ଶ୍ରେଷ୍ଠ ସ୍ଥାନ ତାଲିକାରେ ରସ ଅଲ ଖୌମା - ସଂଯୁକ୍ତ ଆରବ ଅମିରାତ, ଉଟାହ-ସିଓଲ, ଗ୍ରେଟ ବ୍ୟାରିୟର ରିଫ ଅଷ୍ଟ୍ରେଲିଆ, ଆର୍କଟିକ୍ - ସ୍ପେନ୍, ଟ୍ରାନ୍ସ ଭୁଟାନ ଟ୍ରେଲ୍ - ଭୁଟାନ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ - ବୋଗୋଟା ମଧ୍ୟ ସାମିଲ ହୋଇଛି ।