ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ; ଭାରତ ସହ ଛିଡା ହେଲା ସମଗ୍ର ବିଶ୍ବ - glacial collapse in Uttarakhand

ସମଗ୍ର ବିଶ୍ବରେ ଗୁଞ୍ଜରିତ ହେଲା ଚମୋଲି ପ୍ରଳୟର ଶବ୍ଦ । ଉତ୍ତରାଖଣ୍ଡର ପ୍ରତିଟି ପୀଡିତାଙ୍କୁ ସମବେଦନା ଜଣାଇଲେ ବିଶ୍ବ ନେତା । ବ୍ରିଟେନ, ଆମେରିକା, ନେପାଳ ଓ ପାକିସ୍ତାନ ସମେତ ଅନେକ ଦେଶ ଭାରତର ସହ ଛିଡା ହୋଇଛନ୍ତି । ଅଧିକ ପଢନ୍ତୁ...

ଭାରତ ସହ ଛିଡା ହେଲା ସମଗ୍ର ବିଶ୍ବ
ଭାରତ ସହ ଛିଡା ହେଲା ସମଗ୍ର ବିଶ୍ବ

By

Published : Feb 8, 2021, 7:42 AM IST

ହାଇଦ୍ରାବାଦ: ଦେବଭୂମିରେ ପ୍ରଳୟ । ଦୀର୍ଘ 7 ବର୍ଷ ପରେ ପୁଣି ପ୍ରକୃତର ତାଣ୍ଡବର ଛାରଖାର ଉତ୍ତରାଖଣ୍ଡ । ଆଉ ଆଖି ପିଛୁଳାକେ ଧୋଇଗଲା ଅନେକ ଧନଜୀବନ । ଏହି ବିପତ୍ତି ସମୟରେ ଭାରତ ସହ ଛିଡା ହେଲା ସମଗ୍ର ବିଶ୍ବ । ଆମେରିକା ଠାରୁ ବ୍ରିଟେନ, ନେପାଳ ଓ ପାକିସ୍ତାନର ବିଶ୍ବ ନେତା ଭାରତ ସହିତ ରହିଥିବା ଟ୍ବିଟ କରି ଜଣାଇଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟ୍ବିଟ କରି କହିଛନ୍ତି ଯେ, ଉତ୍ତରାଖଣ୍ଡରେ ଘଟିଥିବା ପ୍ରଳୟକାରୀ ବନ୍ୟା ପରେ ବ୍ରିଟେନ ଭାରତକୁ ସମସ୍ତ ସହାୟତା ଦେବାକୁ କହିଛି । ଗ୍ଲାସିୟର ଫାଟି ବନ୍ୟାର ସାମ୍ନା କରିଥିବା ପ୍ରତିଟି ଭାରତୀୟ ଓ ଉତ୍ତରାଖଣ୍ଡର ଉଦ୍ଧାରକାରୀ ଦଳ ସହ ମୋର ସମବେଦନା । ବ୍ରିଟେନ ଭାରତ ସହ ଏକତା ରଖିଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସକ୍ଟ ମୋରିସନ ମଧ୍ୟ ଏହି ଘଟଣାରେ ଶୋକ ବ୍ୟକ୍ତି କରିଛନ୍ତି । ଏହି ସମୟରେ ଅଷ୍ଟ୍ରେଲିଆ ତାର ଘନିଷ୍ଠ ବନ୍ଧୁ ଭାରତ ସହ ଛିଡା ହୋଇଛି ବୋଲି ମୋରିସନ କହିଛନ୍ତି ।

ଆମେରିକା ମଧ୍ୟ ଭାରତରେ ଗ୍ଲାସିୟର ଫାଟିବା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଗଭୀର ସମବେଦନା ଜଣାଇଛି । ମୃତକଙ୍କ ପରିବାରକୁ ସମବେଦନା ସହ ଗୁରୁତରଙ୍କ ଆଶୁଆରୋଗ୍ୟ କାମନା କରିଛି ।

ଏହି ଘଟଣାରେ ପଡୋଶୀ ଦେଶ ନେପାଳ ଓ ପାକିସ୍ତାନର ଛିଡା ହୋଇଥିବାର ଦେଖିବାକୁ ମିଳିଛି । ନେପାଳ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ବନ୍ୟାରେ ମୃତକଙ୍କ ପ୍ରତି ଶୋକ ବ୍ୟକ୍ତ କରିଥିଲେ । ଏହା ପରିବାରକୁ ସମବେଦନା ଜଣାଇଛି । ଏଥିସହ ନିଖୋଜ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉ ବୋଲି ପ୍ରାର୍ଥନା କରିଛି ନେପାଳ ।

ଗ୍ଲାସିୟର ଫାଟି ବନ୍ୟାରେ ପ୍ରାଣ ହରାଇଥିବା ପ୍ରତିଟି ଜୀବନ ପ୍ରତି ଦୁଃଖ ପ୍ରକାଶ କରିଛି ପାକିସ୍ତାନ । ଏହା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛି। ନିଖୋଜକୁ ତୁରନ୍ତ ଖୋଜି ବାହାର କରିବା ସହ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ କରାଯିବା ନେଇ ମଧ୍ୟ ଦେଶ ପ୍ରାର୍ଥନା କରିଛି ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି ଗ୍ଲାସିଆର ବିସ୍ଫୋରଣରେ ପୀଡିତାଙ୍କୁ ସମବେଦନା ଜଣାଇଛି । ମାକ୍ରୋନ ଏକ ଟ୍ବିଟ ଜରିଆରି କହିଛନ୍ତି, ଉତ୍ତରାଖଣ୍ଡ ସହିତ ଫ୍ରାନ୍ସ ରହିଛି । ନିଖୋଜ ଥିବା ଶହେରୁ ଅଧିକ ଲୋକଙ୍କ ପରିବାରକୁ ଏହ ଘଡିସନ୍ଧ ମୂହୁର୍ତ୍ତରେ ଶକ୍ତି ପ୍ରଦାନ କରାଯାଉ ବୋଲି ଫ୍ରାନ୍ସ କହିଛି ।

ରବିବାର ଦିନ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତାପୋଭାନ-ରେନି ଅଞ୍ଚଳରେ ହଠାତ ଗ୍ଲାସିୟର ଫାଟିଯିବାରୁ ଋଷିଗଙ୍ଗା ଓ ଅଲାକାନନ୍ଦ ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ଲାସିୟର ଫାଟିବାରୁ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେପଟେ ବନ୍ୟା ଯୋଗୁଁ ଶହେରୁ ଅଧିକ ନିଖୋଜ ଥିବାବେଳେ ଏବେ ସୁଦ୍ଧା 12 ଜଣକୁ ଉଦ୍ଧାର କରାଯାଇଛି । ଉଦ୍ଧାରକାର୍ଯ୍ୟ ଏନଡିଆରଏଫ ଟିମ, ଆଇଟିବିପି ଯବାନ ମୁତୟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details