ହାଇଦ୍ରାବାଦ:ଶକ୍ତି ହେଉଛି ସଭ୍ୟତାର ପରିଚୟ । ଜଳବାୟୁ ପରିବର୍ତ୍ତନ ଦ୍ବାରା ସାଂଘାତିକ ଭାବରେ ଶକ୍ତି ଉତ୍ସର କ୍ଷୟ ହେଉଛି । ଶକ୍ତିର ସଂରକ୍ଷଣ ହେବା ଆବଶ୍ୟକ । ବର୍ତ୍ତମାନ ଶକ୍ତି ସଂରକ୍ଷଣ ସମସ୍ତଙ୍କ ପାଇଁ ଆହ୍ବାନ ହୋଇଛି । ପ୍ରତିବର୍ଷ ଆମ ଦେଶରେ ଆଜିର ଦିନକୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ (World Energy Conservation Day) ଭାବେ ପାଳନ କରାଯାଏ । ମୂଲ୍ୟ ଅନୁସାରେ ଉପଯୋଗ କରି ଶକ୍ତି ଉତ୍ପାଦନ ଓ ସମ୍ବଳ ସଂରକ୍ଷଣ ଦିଗରେ ଭାରତର ଉତ୍କୃଷ୍ଟ ଉପଲବ୍ଧି ଲକ୍ଷ୍ୟରେ ଏହି ଦିନକୁ ପାଳନ କରାଯାଏ । ଏହି ଦିନ ଶକ୍ତିକୁ ଆଗାମୀ ପିଢି ପାଇଁ ସଂରକ୍ଷିତ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ ।
ବିଇଇ(Energy Efficiency Bureau) ୧୯୯୧ରେ ଏହି ଆଇନ ଆଣିଥିଲା । ସାଧାରଣ ଲୋକ ଯେପରି ଶକ୍ତି ସଂରକ୍ଷଣର ଗୁରୁତ୍ବ ଅନୁଭବ କରିବେ ସେଥିପାଇଁ ସଚେତନତା ସୃଷ୍ଟି କରିଯାଏ । କିପରି ଶକ୍ତି ନଷ୍ଟକୁ ହ୍ରାସ କରାଯାଇପାରିବ ସେ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଏ । ଚଳିତ ବର୍ଷ ଏହି ଦିବସର ପାଳନର ମୁଦ୍ଦା ରହିଛି । ସ୍ବାଧୀନତାର ଅମୃତ ମହୋତ୍ସବ, ଶକ୍ତି ନିପୁଣ ଭାରତ ଅର୍ଥାତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତକୁ ଶକ୍ତିନିପୁଣ ଦେଶ ଭାବେ ଗଢି ତୋଳିବା ।