ଓଡିଶା

odisha

By ETV Bharat Odisha Team

Published : Nov 18, 2023, 2:14 PM IST

ETV Bharat / bharat

ବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍

World Cup Final: ସୁପର ସଣ୍ଡେରେ ବିଶ୍ବକପ କ୍ରିକେଟର ଫାଇନାଲ ଫାଇଟ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଦେଖିବାକୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଭାରତୀୟ ରେଳବାଇର ବଡ଼ ଘୋଷଣା । ମୁମ୍ବାଇରୁ ଅହମ୍ମଦାବାଦକୁ ଗଡ଼ିବ ୩ଟି ସ୍ବତନ୍ତ୍ର ଟ୍ରେନ । ଅଧିକ ପଢ଼ନ୍ତୁ

Etv Bharatବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ସ୍ପେଶାଲ ଟ୍ରେନ୍
Etv Bharatବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ସ୍ପେଶାଲ ଟ୍ରେନ୍

ମୁମ୍ବାଇ: ରବିବାର ବିଶ୍ବକପ୍ କ୍ରିକେଟର ଫାଇନାଲ ଫାଇଟ୍ । ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇଭୋଲଟେଜ୍ ଫାଇନାଲ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଲେଣି କ୍ରିକେଟ ପ୍ରେମୀ ଏବଂ ଦର୍ଶକ । ଷ୍ଟାଡିୟମରେ ବସି ଫାଇନାଲ ମ୍ୟାଚ୍ ଉପଭୋଗ କରିବାକୁ ଅହମ୍ମଦାବାଦକୁ ଛୁଟିଲାଣି ଲୋକଙ୍କ ସୁଅ । ଏବେ ବି ହଜାର ହଜାର ଲୋକ ଅହମ୍ମଦାବାଦ ଯାତ୍ରା ପାଇଁ ଯୋଜନା କରୁଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ କରିଛି ବଡ଼ ଘୋଷଣା । କ୍ରିକେଟ ପ୍ରେମୀଙ୍କ ଆଗ୍ରହ ଓ ଉତ୍ସାହ ଏବଂ ଦର୍ଶକଙ୍କ ଯାତାୟତରେ ସୁବିଧା ପାଇଁ, କେନ୍ଦ୍ରୀୟ ରେଳବାଇ(Central Railway) କର୍ତ୍ତୃପକ୍ଷ ଅହମ୍ମଦାବାଦକୁ ୩ଟି ସ୍ବତନ୍ତ୍ର ଟ୍ରେନ ଘୋଷଣା କରିଛନ୍ତି । ଏହି ତିନିଟି ଟ୍ରେନ ମୁମ୍ବାଇର ବିଭିନ୍ନ ଷ୍ଟେସନରୁ ଅହମ୍ମଦାବାଦ ଯାତ୍ରା କରିବ ।

ଏହା ମଧ୍ୟ ପଢନ୍ତୁ: ଫାଇନାଲ ଫାଇଟ: ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଏହା ମଧ୍ୟ ପଢ଼ନ୍ତୁ: World Cup Final: ଫାଇନାଲ ଫାଇଟ୍ ପୂର୍ବରୁ ପିଚ୍ ଅନୁଧ୍ୟାନ କଲେ ରୋହିତ-ଦ୍ରାବିଡ

ପ୍ରଥମ ସ୍ବତନ୍ତ୍ର ଟ୍ରେନ୍: ବିଶ୍ବକପ୍ ଫାଇନାଲ ପାଇଁ ମୁମ୍ବାଇରୁ ଚଳାଚଳ କରୁଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ ହେଉଛି- ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ ଏକ୍ସପ୍ରେସ । ଏହା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ମୁମ୍ବାଇରୁ ଆଜି(ଶନିବାର) ରାତି ୧୦ଟା ୩୦ ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ଆସନ୍ତାକାଲି( ରବିବାର, ନଭେମ୍ବର ୧୯) ସକାଳ 6 ଟା 40 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ | ୧୯ ତାରିଖରେ ଫାଇନାଲ ମ୍ୟାଚ୍ ସରିବା ପରେ, ଅହମ୍ମଦାବାଦ-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ସ୍ପେଶାଲ ଏକ୍ସପ୍ରେସ ମଧ୍ୟରାତ୍ରୀ 1ଟା 44 ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ ଏବଂ ଏହା ନଭେମ୍ବର 20 ତାରିଖ ସକାଳ 10ଟା 35 ମିନିଟରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ପହଞ୍ଚିବ । ଏହି ଟ୍ରେନ ଥାନେ, ଭାସାଇ, ସୁରଟ, ଭଦୋଦରା ଷ୍ଟେସନରେ ରହିବ | ଏହି ଟ୍ରେନରେ 17ଟି କୋଚ୍ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଫାଇନାଲ ମୁକାବିଲା ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ! ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ୍ ଫାଇନାଲ: ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ ଉପରେ

ଦ୍ବିତୀୟ ସ୍ବତନ୍ତ୍ର ଟ୍ରେନ୍: ଦ୍ବିତୀୟ ସ୍ବତନ୍ତ୍ର ଟ୍ରେନ- ବାନ୍ଦ୍ରା ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ୍ ଟ୍ରେନ୍ ଆଜି(ନଭେମ୍ବର ୧୮, ଶନିବାର) ରାତି 11ଟା 45 ମିନିଟରେ, ବାନ୍ଦ୍ରା ଟର୍ମିନସରୁ ଯାତ୍ରା ଆରମ୍ଭ କରି ନଭେମ୍ବର ୧୯ ତାରିଖ ରବିବାର ଦିନ ସକାଳ 7ଟା 20 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । ପରେ ଏହି ଟ୍ରେନ୍ ନଭେମ୍ବର 20 ତାରିଖ ସକାଳ 4 ଟାରେ ଅହମ୍ମଦାବାଦ ଛାଡ଼ି ସେହିଦିନ ରାତି 12ଟା 10 ମିନିଟରେ ବାନ୍ଦ୍ରା ଟର୍ମିନସରେ ପହଞ୍ଚିବ | ଏହି ଟ୍ରେନ୍ ଦାଦର, ବୋରିଭାଲି, ପାଲଘର, ଭାପି, ଭାଲସାଦ, ନାଭସାରି, ସୁରଟ ଏବଂ ଭଦୋଦରା ଷ୍ଟେସନରେ ଅଟକିବା ବ୍ୟବସ୍ଥା କରାଯାଇଛି ।

ତୃତୀୟ ସ୍ବତନ୍ତ୍ର ଟ୍ରେନ୍: ବିଶ୍ବକପ୍ ଫାଇନାଲ ପାଇଁ ତୃତୀୟ ସ୍ବତନ୍ତ୍ର ଟ୍ରେନ୍, ମୁମ୍ବାଇ ସେଣ୍ଟ୍ରାଲ୍-ଅହମ୍ମଦାବାଦ, ଆଜି( ଶନିବାର) ରାତି 11ଟା 55 ମିନିଟରେ ମୁମ୍ବାଇ ସେଣ୍ଟ୍ରାଲ୍ ଛାଡ଼ି ରବିବାର (ନଭେମ୍ବର ୧୯) ଦିନ ସକାଳ 8ଟା 45 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । ଫେରିବା ଯାତ୍ରାରେ ଏହି ଟ୍ରେନ୍ ୨୦ ତାରିଖ ସକାଳ ୬ଟା ୨୦ ମିନିଟରେ ଅହମ୍ମଦାବାଦ ଛାଡ଼ିବା ସହ, ସେହିଦିନ ଅପରାହ୍ନ ୨ଟା ୧୦ ମିନିଟରେ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ଦିଗରେ ବୋରିଭାଲି, ଭାପି, ଭାଲସାଦ, ନାଭସାରି, ସୁରଟ, ଭାରୁଚ ଏବଂ ଭଦୋଦରା ଷ୍ଟେସନରେ ରହଣି କରିବ ।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଡକ୍ଟର ଶିବରାଜ ମାନସପୁରେ କହିଛନ୍ତି ଯେ, ହଜାର ହଜାର କ୍ରିକେଟ୍ ପ୍ରେମୀ ବିଶ୍ବକପ ଫାଇନାଲ ଦେଖିବାକୁ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳବାଇ ଆଜି (ନଭେମ୍ବର 18) ରାତିରେ ୩ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି । ରେଳବାଇ ମୁଖ୍ୟ ଜନସମ୍ପର୍କ ସୁମିତ ଠାକୁର କହିଛନ୍ତି ଯେ, କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ପାଇଁ ପଶ୍ଚିମ ରେଳବାଇ( Western Railway) ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍ ଚାଲିବ । ସେହିପରି ଦିଲ୍ଲୀରୁ ମଧ୍ୟ ଅହମ୍ମଦାବାଦକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା ହୋଇଛି ।

ଭାରତ ହେଉଛି ଏକ କ୍ରିକେଟ୍ ପ୍ରେମୀ ଦେଶ | ଫାଇନାଲରେ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ ଅହମ୍ମଦାବାଦ ଯାତ୍ରା କରୁଛନ୍ତି । ଫାଇନାଲ ମ୍ୟାଚ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ ହୋଇଥିବା ବେଳେ, ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ କର୍ତ୍ତୃପକ୍ଷଙ୍କ ଦ୍ବାରା ଅହମ୍ମଦାବାଦକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details