ଓଡିଶା

odisha

ETV Bharat / bharat

ବିଶ୍ବକପ୍ ଫାଇନାଲ: ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ ଉପରେ - ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ ଉପରେ

India-Australia World Cup Final: ବିଶ୍ବକପ ଫାଇନାଲ ପୂର୍ବରୁ ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ, ଫ୍ଲାଇଟ୍ ରେଟ୍ 35 ହଜାର ଉପରେ । ଅଧିକ ପଢ଼ନ୍ତୁ

ବିଶ୍ବକପ୍ ଫାଇନାଲ : ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ, ବିମାନ ଭଡ଼ା 35 ହଜାର ଉପରେ
ବିଶ୍ବକପ୍ ଫାଇନାଲ : ଅହମ୍ମଦାବାଦରେ ହୋଟେଲ୍ ଭଡ଼ା ଲକ୍ଷେ, ବିମାନ ଭଡ଼ା 35 ହଜାର ଉପରେ

By ETV Bharat Odisha Team

Published : Nov 17, 2023, 1:56 PM IST

ଅହମ୍ମଦାବାଦ:ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ବକପ୍ ଫାଇନାଲ ଫାଇଟ୍ । ସୁପର ସଣ୍ଡେରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗ୍ରାଣ୍ଡ୍‌ ଫିନାଲେ ଖେଳାଯିବାକୁ ଥିବାବେଳେ, ମହଙ୍ଗା ହେବାରେ ଲାଗିଛି ଅହମ୍ମଦାବାଦ ସହର । ଟିମ୍ ଇଣ୍ଡିଆର ବିଶ୍ବକପ ଫାଇନାଲ ମ୍ୟାଚ୍ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ଆଗ୍ରହ ବଢ଼ୁଥିବା ବେଳେ, ଆକାଶ ଛୁଆଁ ହେଲାଣି ହୋଟେଲ ଭଡ଼ା । ବିଶ୍ବକପ୍ ଫାଇନାଲ୍ ପାଇଁ ଅହମ୍ମଦାବାଦରେ ହୋଟେଲ ଭଡ଼ା 1 ଲକ୍ଷ ଟଙ୍କା ଟପିଲାଣି । ଅହମ୍ମଦାବାଦକୁ ବିମାନ ଭଡ଼ା ମଧ୍ୟ 35 ହଜାର ଟଙ୍କା ଉପରେ ।

19 ତାରିଖରେ ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ ମ୍ୟାଚ୍ ଦେଖିବା ପାଇଁ, ଅହମ୍ମଦାବାକୁ ଏବେଠୁ ଛୁଟିଲାଣି କ୍ରିକେଟ ପ୍ରେମୀଙ୍କ ସୁଅ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ବସି ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ରାଜ୍ୟ ବାହାର ଲୋକଙ୍କର ଆଗ୍ରହ ବଢୁଥିବା ବେଳେ, ସୁପର ସଣ୍ଡେ ପାଇଁ ସହରର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଟିକେଟ୍ ସିନା ଅନଲାଇନରେ ସଂଗ୍ରହ କରି ହେଉଛି । ମାତ୍ର ଅହମ୍ମଦାବାଦ ଆସିବା ଏବଂ ରହଣି ଚିନ୍ତା କ୍ରିକେଟ ପ୍ରେମୀଙ୍କ ଅକଲ ଗୁଡ଼ୁମ କରିଦେଇଛି । କାରଣ ଚାହିଦା ଏତେ ବଢ଼ିଯାଇଛି ଯେ, ରହିବା ପାଇଁ ହୋଟେଲ ମିଳୁନାହିଁ । ଆଉ ଯେଉଁଠି ବି ରୁମ୍ ଅଛି, ସେଠାରେ ଭଡ଼ା କଥା ଶୁଣିଲେ କାନ ଭାଁ ଭାଁ ହୋଇଯାଉଛି । ଅହମ୍ମଦାବାଦରେ ଦିନକ(24 ଘଣ୍ଟା) ପାଇଁ ହୋଟେଲ ଭଡ଼ା 1 ଲକ୍ଷ ଟପିଲାଣି । ଆଉ ସେଥିରେ ବି ଆବଶ୍ୟକ ରୁମ୍ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ: ଫାଇନାଲ ଫାଇଟ: ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ହୋଟେଲ ଭଡ଼ା 1 ଲକ୍ଷରୁ 4 ଲକ୍ଷ :ଅହମ୍ମଦାବାଦରେ ପଞ୍ଚ ତାରକା ହୋଟେଲ ଭଡ଼ା 1 ଲକ୍ଷ ଟଙ୍କା ଉପରେ ଥିବା ବେଳେ, ଲକଜରି ରୁମ୍, ସୁପରିୟର ରୁମ୍ ଏବଂ ଡିଲକ୍ସ ସୁଟ୍ ରେଟ୍ 2 ଲକ୍ଷରୁ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ରୁମ୍‌ଗୁଡ଼ିକ ନିୟମିତ ଭଡ଼ା 25 ହଜାରରୁ 50 ହଜାର ମଧ୍ୟରେ ରହୁଥିଲା, ସେଗୁଡ଼ିକର ରେଟ୍ ମଧ୍ୟ 300ରୁ 400 ଗୁଣା ବୃଦ୍ଧି ପାଇଛି । ସବୁଠୁ ବଡ଼ କଥା ହେଲା, ହୋଟେଲ ଭଡ଼ା ଏତେ ଉଚ୍ଚା ଥିଲେ ମଧ୍ୟ, ସଙ୍ଗେ ସଙ୍ଗେ ବୁକିଂ ହୋଇଯାଉଛି । ଏପରି ସ୍ଥିତି ମଧ୍ୟ ସୃଷ୍ଟି ହେଉଛି ଯେ, ଲୋକେ ଅଧିକ ଟଙ୍କାରେ ରୁମ୍ ବୁକ୍ କରିବାକୁ ଚାହୁଁଥିଲେ ମଧ୍ୟ, ଆବଶ୍ୟକ ଅନୁସାରେ ରୁମ୍ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ:ଫାଇନାଲ ମୁକାବିଲା ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ! ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ

ବିମାନ ଭଡ଼ା ଆକାଶ ଛୁଆଁ : ଗୋଟିଏ ପଟେ ହୋଟେଲ ରହଣି ମହଙ୍ଗା, ଅନ୍ୟପଟେ ବମାନ ଭଡ଼ା ମଧ୍ୟ ଆକାଶ ଛୁଆଁ ହୋଇଛି । ଫାଇନାଲ ମ୍ୟାଚ୍ ଦେଖିବାକୁ ବାହାର ରାଜ୍ୟରୁ ଅହମ୍ମଦାବାଦକୁ ଭଡ଼ା 35 ହଜାର ଟଙ୍କା ଟପିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅହମ୍ମଦାବାଦକୁ ଯିବାଠାରୁ ଫେରିବା ଟିକେଟ ମୂଲ୍ୟ ଅଧିକ ରହିଛି। ଫେରନ୍ତା ଟିକେଟ ମୂଲ୍ୟ 60 ହଜାର ଉପରେ । 19 ତାରିଖରେ ବିଶ୍ବକପ୍ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାବେଳେ, 18ରୁ 20 ତାରିଖ ମଧ୍ୟରେ ବିମାନ ଭଡ଼ା ଅହେତୁକ ଭାବେ ବୃଦ୍ଧି ପାଇଛି । ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁ, କୋଲକାତା ଏବଂ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରୁ ଅହମ୍ମଦାବା ଯାତ୍ରା ଭଡ଼ା 30 ହଜାରରୁ ଅଧିକ ଥିବା ବେଳେ, ଫେରନ୍ତା ବିମାନ ଭଡ଼ା ପାଖାପାଖି 70 ହଜାର ଟଙ୍କା ପର୍ଯ୍ୟନ୍ତ ଲାଗିଯାଉଛି ।

ନଭେମ୍ବର 19ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲର ମହା ମୁକାବିଲା । ଚଳିତ ବିଶ୍ବକପ୍‌ରେ ଏଯାଏଁ ଅପରାଜେୟ ଥିବା ଟିମ୍ ଇଣ୍ଡିଆ, ବିଶ୍ବକପ୍ କ୍ରିକେଟରେ ଆଉ ଏକ କିର୍ତ୍ତୀମାନ ସ୍ଥାପନ ଦିଗରେ ଅଗ୍ରସର ହେଉଛି । ଫଳରେ ଏଭଳି ଅଭୂତପୂର୍ବ ସୁଯୋଗକୁ ହାତଛଡ଼ା ନକରିବାକୁ ମହଙ୍ଗା ହୋଟେଲ ଏବଂ ବିମାନକୁ ଖାତିର କରୁନାହାନ୍ତି କ୍ରିକେଟ ପ୍ରେମୀ ।

2023 ବିଶ୍ବକପରେ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ, ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟଲ୍ ଲଢ଼େଇ ପାଇଁ ଟିକେଟ କାଟିଛି ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details