ଗାନ୍ଧୀନଗର: ଆଜି ବିଶ୍ବକପ ଫାଇନାଲ ଫାଇଟ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଅପରାହ୍ନ 2ଟା ସମୟରେ ଆରମ୍ଭ ହେବ ମ୍ୟାଚ । ଏହା ପୂର୍ବରୁ ସକାଳୁ ସକାଳୁ ଷ୍ଟାଡିୟମରେ କ୍ରୀଡା ପ୍ରେମୀଙ୍କ ଭିଡ଼ ଜମିଲାଣି । ଟ୍ରେନ ଓ ଫ୍ଲାଇଟ ଯୋଗେ ଅହମ୍ମଦାବାଦରେ ପହଞ୍ଚୁଛନ୍ତି ପ୍ରଶଂସକ । ବିଶ୍ବକପ ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ 45 ମିନିଟ ପାଇଁ ବନ୍ଦ ରହିବ। ଭାରତୀୟ ବାୟୁସେନାର ଆଜି ଏୟାର ଶୋ' କାର୍ଯ୍ୟକ୍ରମ ଥିବାରୁ ମଧ୍ୟାହ୍ନ 1ଟା 25ରୁ 2ଟା 10 ପର୍ଯ୍ୟନ୍ତ ବନ୍ଦ ରହିବ ଏୟାରପୋର୍ଟ । ଏନେଇ ଏୟାରପୋର୍ଟ ତରଫରୁ ଯାତ୍ରୀଙ୍କ ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବିଶ୍ବକପ 2023 ଫାଇନାଲ ଫାଇଟ: ପ୍ରଦର୍ଶନ ହେବ ବାୟୁସେନାର ସୂର୍ଯ୍ୟକିରଣ ଶୋ', ଦେଖିବେ ଦୁଇଦେଶର ପ୍ରଧାନମନ୍ତ୍ରୀ
ଏୟାରପୋର୍ଟ ଦ୍ବାରା ଜାରି ଏକ ବିବୃତ୍ତିରେ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ଆଜି 1ଟା 25 ମିନିଟରୁ 2ଟା 10 ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟ ବନ୍ଦ ରହିବ । ଯଦି କେହି ଏହି ସମୟରେ ବିମାନବନ୍ଦରରୁ ଯାତ୍ରା କରୁଛନ୍ତି, ତେବେ ଯାତ୍ରାର ନିର୍ଦ୍ଧାରିତ ସମୟ ପୂର୍ବୁର ଘରୁ ବାହାରି ଆସନ୍ତୁ। ଆପଣଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ।
ଏହା ମଧ୍ୟ ପଢନ୍ତୁ-ବିଶ୍ବକପ ଫାଇନାଲ ପୂର୍ବରୁ ଆଷ୍ଚ୍ରୋଟକ୍ ସିଇଓଙ୍କ ବଡ଼ ଘୋଷଣା, ଭାରତ ଜିତିଲେ ବାଣ୍ଟିବେ 100 କୋଟି ଟଙ୍କା
ବିଶ୍ବକପ ପାଇଁ ଆଜି ଅହମ୍ମଦାବାଦରେ ଟ୍ରାଫିକ ଜାମ ରହିବ । ତେଣୁ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ସୁବିଧା ପାଇଁ, ଟର୍ମିନାଲ ଏବଂ ଲ୍ୟାଣ୍ଡସାଇଡ୍ରେ ସିକ୍ୟୁରିଟି ସଂଖ୍ୟା ବଢାଇ ଦିଆଯାଇଛି । ନାଇଟ୍ ପାର୍କିଂ ପାଇଁ ବିମାନବନ୍ଦରରେ 15ଟି ଷ୍ଟାଣ୍ଡ୍ ଉପଲବ୍ଧ ରହିଛି । ସେଥିମଧ୍ୟରୁ 6ଟି ବିଜ୍ନେସ୍ ଜେଟ୍ ବିମାନ ପାଇଁ ଉପଲବ୍ଧ । ସେହିପରି ଆଜି ଉଡ଼ାଣ କରିବାକୁ ଥିବା ବିମାନ ମଧ୍ୟ ବିଳମ୍ବ ହୋଇପାରେ ।
ବିଶ୍ବକପ ଶେଷ ମ୍ୟାଚ୍କୁ ସ୍ମରଣୀୟ କରିବାକୁ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଫାଇନାଲ୍ ମ୍ୟାଚ ପୂର୍ବରୁ ବାୟୁସେନାର ସୂର୍ଯ୍ୟକରିଣ ଏଆଇଏଫ ଟିମ୍ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବ । ଟସ୍ ପଡ଼ିବା ପରେ ଅପରାହ୍ନ 1.35 ମିନିଟରୁ ଆଇଏଏଫର ସୂର୍ଯ୍ୟକିରଣ ଶୋ ପ୍ରଦର୍ଶନ ହେବ । ଜାତୀୟ ସଙ୍ଗୀତ ଗାନ ସମୟରେ ଆକାଶମାର୍ଗରେ ସୂର୍ଯ୍ୟକିରଣ ଏଆଇଏଫ ଜାତୀୟ ପତାକାର ରଙ୍ଗ ଉଡ଼ାଇବ ।