ହାଇଦ୍ରାବାଦ:ମଣିଷ ଶରୀର ଏକ ମେସିନ ପରି । ମେସିନରେ ଯେପରି ତ୍ରୁଟି ଆସିଲେ ତାହା ଖରାପ ହୋଇଯାଏ । ସେହିପରି ମଣିଷକୁ ରୋଗ ମାଡି ବସିଲେ ଶରୀର ଧିରେ ଧିରେ ଅସୁସ୍ଥ ହୋଇଥାଏ । ଅଧୁନା ସମାଜରେ ବର୍ତ୍ତମାନ କର୍କଟ ରୋଗ ଏକ ମହାବ୍ୟାଧି ରୂପେ ଉଭା ହୋଇଛି । କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 4ରେ ବିଶ୍ବ କର୍କଟ ଦିବସ ପାଳନ କରାଯାଇଥାଏ । 1933 ମସିହାରେ ଜେନିଭାରେ ପ୍ରଥମେ ଏହି ଦିବସକୁ ପାଳନ କରାଯାଇଥିଲା । ସମଗ୍ର ବିଶ୍ବରେ ବାର୍ଷିକ 76 ଲକ୍ଷ୍ୟ ଲୋକ କର୍କଟରେ ପ୍ରାଣ ହରାଉଛନ୍ତି । 2000 ମସିହାରେ କର୍କଟ ବିରୋଧରେ ପ୍ରଥମ ବିଶ୍ବ ସମ୍ମିଳନୀରେ ବିଶ୍ବ କର୍କଟ ଦିବସକୁ ଅଫିସିଆଲ୍ କରାଯାଇଥିଲା।
କର୍କଟ କ'ଣ ?
କର୍କଟ ରୋଗ ଏକ ଗୋଷ୍ଠୀ । ଏଥିରେ ଶରୀରର କେତେକ କୋଷ କୌଣସି କାରଣରୁ ଅନିୟନ୍ତ୍ରିତ ଭାବରେ ବଢିଯାଏ । ଚିକିତ୍ସା ହୋଇନଥିବା କର୍କଟଗୁଡିକ ଆଖପାଖର ସାଧାରଣ ଟିସୁ କିମ୍ବା ଶରୀରର ଅନ୍ୟ ଅଂଶରେ ବ୍ୟାପିପାରେ ଏବଂ ଗୁରୁତର ରୋଗ, ଅକ୍ଷମତା ଏବଂ ମୃତ୍ୟୁ ଘଟାଇପାରେ ।
ରୋଗର କାରଣ-
ତମାଖୁରେ ମିଳୁଥିବା ନିକୋଟିନ୍ ଆପଣଙ୍କ କର୍କଟ ରୋଗର ଆଶଙ୍କା ବଢାଇପାରେ । ଖାଦ୍ୟ, ଯେଉଁଥିରେ କୀଟନାଶକ ଏବଂ ଅନ୍ୟାନ୍ୟ କ୍ଷତିକାରକ ଉପାଦାନ ମିଶିଥାଏ । କେତେକ ପ୍ରକାରର କ୍ୟାନ୍ସର ସ୍ତନ କର୍କଟ ପରି ବଂଶଗତ ଅଟେ । ଆର୍ସେନିକ୍, ବେନଜିନ୍, ଆଜବେଷ୍ଟସ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସିବା ବିପଜନକ ହୋଇପାରେ ।
କର୍କଟର ଲକ୍ଷଣ-