ନୂଆଦିଲ୍ଲୀ:ମହାମାରୀ କୋରୋନା ସଙ୍କଟ କାରଣରୁ ଭାଙ୍ଗିଯାଇଛି ଅର୍ଥନୀତି ଅଣ୍ଟା । ବିଶେଷ କରି କ୍ଷୂଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ପହଞ୍ଚିଛି ସବୁଠୁ ଅଧିକ କ୍ଷତି । ଏଭଳିସ୍ଥିତିରେ ଏମଏସଏମଇ କ୍ଷେତ୍ରକୁ ପହଞ୍ଚିଥିବା କ୍ଷତିର ଭରଣା ପାଇଁ ଭାରତ ସରକାରଙ୍କୁ ସହଯୋଗର ହାତ ବଢାଇଛି ବିଶ୍ବ ବ୍ୟାଙ୍କ ।
ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମର୍ଥନ ପାଇଁ 50 କୋଟି ଡଲାରର ସହଯୋଗ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ । ଏହି କାର୍ଯ୍ୟକ୍ରମ ଆଧାରରେ 5,55,000 ଏମଏସଏମଇରେ ସୁଧାରର ଅନୁମାନ କରାଯାଉଛି । ଏହାସହିତ ସରକାର 3.4 ଆରବ ଡଲାର ଏମଏସଏମଇ ପ୍ରତିସ୍ପର୍ଦ୍ଧାତ୍ମକତା-ପୋଷ୍ଟ କୋଭିଡ ରେଜିଲାନ୍ସ ରିକୋଭରୀ ପ୍ରୋଗ୍ରାମ (MCRRP) ଅଂଶ ରୂପେ 15.5 ଆରବ ଡଲାର ପାଣ୍ଠି ଯୋଗାଡ କରିବା ନେଇ ମଧ୍ୟ ଅନୁମାନ ରହିଛି ।