ଓଡିଶା

odisha

ETV Bharat / bharat

World Animal Day: ଜୀବଜଗତର ଅଭିନ୍ନ ଅଂଶ ପଶୁ - ବିଲୁପ୍ତ ପ୍ରାଣୀ ସଂରକ୍ଷଣ

ଜୀବଜଗତର ଅଭିନ୍ନ ଅଂଶ ପଶୁ । ପରିବେଶ ସୁରକ୍ଷା ଓ ମାନବ ସମାନଜର ମଙ୍ଗଳସାଧନାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ବିଲୁପ୍ତ ପ୍ରାଣୀମାନଙ୍କର ସୁରକ୍ଷା ନେଇ ସଚେତନତାର ଆବଶ୍ୟକ ରହିଛି । ଏଥିପାଇଁ ପ୍ରତିବର୍ଷ ଅକ୍ଟୋବର ୪କୁ ବିଶ୍ବ ପଶୁକଲ୍ୟାଣ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

World Animal Day 2021: ଜୀବଜଗତର ଅଭିନ୍ନ ଅଂଶ ପଶୁ
World Animal Day 2021: ଜୀବଜଗତର ଅଭିନ୍ନ ଅଂଶ ପଶୁ

By

Published : Oct 4, 2021, 12:50 PM IST

ଭୁବନେଶ୍ବର: ସେମାନେ ପଶୁ । କଥା କହି ପାରନ୍ତି ନାହିଁ ହେଲେ ମଣିଷଙ୍କୁ ବୁଝନ୍ତି । ପରିବେଶକୁ ସବୁଜ ସୁନ୍ଦର କରିବାରେ ସେମାନଙ୍କ ଭୂମିକା କିଛି କମ ନୁହେଁ । ଜୀବଜଗତର ଅଭିନ୍ନ ଅଂଶ ପଶୁ । ପରିବେଶ ସୁରକ୍ଷା ଓ ମାନବ ସମାନଜର ମଙ୍ଗଳସାଧନାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ବିଲୁପ୍ତ ପ୍ରାଣୀମାନଙ୍କର ସୁରକ୍ଷା ନେଇ ସଚେତନତାର ଆବଶ୍ୟକ ରହିଛି । ଏଥିପାଇଁ ପ୍ରତିବର୍ଷ ଅକ୍ଟୋବର ୪କୁ ବିଶ୍ବ ପଶୁକଲ୍ୟାଣ ଦିବସ ଭାବରେ ପାଳନ କରାଯାଏ ।

୧୯୨୫ ମସିହାରେ ଜର୍ମାନୀର ବର୍ଲିନରେ ମାର୍ଚ୍ଚ ୨୪ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା । ପରେ ଏହାକୁ ଅକ୍ଟୋବର ୪କୁ ଘୁଞ୍ଚା ଯାଇଥିଲା । ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜଙ୍ଗଲ ଓ ଜୀବିକା । ଏହି ଦିନ ପଶୁ ଅଧିକାର ସଂଗଠନଗୁଡିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । କାର୍ଯ୍ୟକ୍ରମରେ ପଶୁ କଲ୍ୟାଣ ମାନକରେ ସୁଧାର ଆଣିବା ନେଇ ଆଲୋଚନା ହୋଇଥାଏ । ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସରକ୍ଷଣ ନିହାତି ଆବଶ୍ୟକ । ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ପାଇଁ ଜୈବ ବିବିଧତା ବଜାୟ ରହିଥାଏ ।

ଲଗାତାର ଜଙ୍ଗଲ କାଟିବା ଫଳରେ ପଶୁଙ୍କର ବାସସ୍ଥଳ ଅଭାବ ଦେଖିବାକୁ ମିଳୁଛି । ବହୁ ପ୍ରଜାତିର ପ୍ରାଣୀ ଲୋପ ପାଇବାକୁ ଲାଗିଲେଣି । ପୃଥିବାର ସ୍ଥାୟିତ୍ବ ଓ ପରିବେଶ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହେଉଥିବା ପଶୁଙ୍କ ସୁରକ୍ଷା ନିହାତି ଆବଶ୍ୟକ । ଏଥିପ୍ରତି ମାନବଜାତିକୁ ହିଁ ସଚେତନ ହେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details